ସୁନ୍ଦରଗଡ଼ କଣ୍ଟ୍ରାକ୍ଟର୍ସ କନ୍କ୍ଲେଭ୍–୨୦୨୬ ଅନୁଷ୍ଠିତ:-
ସୁନ୍ଦରଗଡ଼, ତା. ୨୪/୦୫/୨୦୨୬ : (ଦର୍ଶନ ସମୀକ୍ଷା)
ସୁନ୍ଦରଗଡ଼ କଣ୍ଟ୍ରାକ୍ଟର୍ସ ଆସୋସିଏସନ୍ ପକ୍ଷରୁ “ସୁନ୍ଦରଗଡ଼ କଣ୍ଟ୍ରାକ୍ଟର୍ସ କନ୍କ୍ଲେଭ୍–୨୦୨୬” ଆଜି ବିକାଶ ଭବନ, ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ କଣ୍ଟ୍ରାକ୍ଟରମାନଙ୍କ ଉପସ୍ଥିତିରେ ବିଭିନ୍ନ ସଂଗଠନାତ୍ମକ ଓ ଉନ୍ନୟନମୂଳକ ବିଷୟ ଉପରେ ଆଲୋଚନା କରାଯାଇଥିଲା।
ଆସୋସିଏସନ ସଭାପତି ଇଂ. ଦିଲୀପ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ସୁମନ୍ତ ସାହୁ, ସାଧାରଣ ସମ୍ପାଦକ ସତ୍ୟଜିତ ଜେନା, ସଂଯୁକ୍ତ ସମ୍ପାଦକ ସୁମନ କୁମାର ପଟେଲ ଓ କୋଷାଧ୍ୟକ୍ଷ ଅଜୟ ନାଏକ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପ-ବାଚସ୍ପତି ଶ୍ରୀ ଭବାନୀ ଭୋଇ ଯୋଗଦେଇ ସଭାକୁ ସମ୍ବୋଧନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ସନ୍ତୋଷ ଅମାତ (ଅଧ୍ୟକ୍ଷ, SDC), ଶ୍ରୀ ଯୋଗେଶ କୁମାର ସିଂହ (ବିଧାୟକ, ସୁନ୍ଦରଗଡ଼), ଶ୍ରୀ ସି.ଏସ୍. ରାଜେନ ଏକ୍କା (ବିଧାୟକ, ରାଜଗାଙ୍ଗପୁର), ଶ୍ରୀମତୀ କୁସୁମ ଟେଟେ (ପୂର୍ବତନ ବିଧାୟିକା, ସୁନ୍ଦରଗଡ଼) ଓ ଶ୍ରୀମତୀ ତନୟା ମିଶ୍ର (ଅଧ୍ୟକ୍ଷା, ମ୍ୟୁନିସିପାଲିଟି) ଉପସ୍ଥିତ ଥିଲେ । ସଭାଟି ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଗତ ଦୁଇ ମାସର ସଂଗଠନର ସଫଳତା ଓ ସୁନ୍ଦରଗଡ଼ର ସମସ୍ତ ଟେଣ୍ଡରକୁ ସିଡୁଲ୍ ରେଟ୍ରେ ହାସଲ କରିବାରେ ସଂଗଠନର ଏକତା ଓ ସମନ୍ୱୟର ଭୂମିକା ବିଷୟରେ ସମୀକ୍ଷା କରାଯାଇଥିଲା। ସଂଗଠନ ପରିଚାଳନାରେ ଆସୁଥିବା କିଛି ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସଭାପତି ଇଂ. ଦିଲୀପ କୁମାର ପଟେଲ ସମସ୍ତ ସମସ୍ୟାର ସରଳ ସମାଧାନ ଉପସ୍ଥାପନ କରିଥିବା ସହ ସଂଗଠନର ଏକତା ଓ ସକ୍ରିୟ ସହଭାଗିତା ଦ୍ୱାରା ଭବିଷ୍ୟତରେ ଅଧିକ ସଫଳତା ଆସିବ ବୋଲି ଆଶ୍ୱାସନ ଦେଇଥିଲେ ।ସଂଗଠନର ସୁଚାରୁ ପରିଚାଳନା ପାଇଁ ବ୍ଲକ୍ ଭିତ୍ତିକ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନିଯୁକ୍ତ କରାଯାଇଥିଲା।ଯାହା ଦ୍ୱାରା ଆସୋସିଏସନ ସୁଚାରୁ ରୂପେ ପରିଚାଳିତ ହେବ । ଏହି ପରିପ୍ରେକ୍ଷୀରେ
ଅନୁପ କୁମାର ବିଶି (ବରଗାଁ), ଅମିୟ ରଞ୍ଜନ ଦାସ (ରାଜଗାଙ୍ଗପୁର ମ୍ୟୁନିସିପାଲିଟି), ସୂରଜ ସାହୁ (ରାଜଗାଙ୍ଗପୁର ବ୍ଲକ୍), ବିଦ୍ୟାଧର ସାହୁ (କୁତ୍ରା), ପ୍ରୀତମ ପ୍ରତାପ ନାଏକ (ସୁବଦେଗା), ପ୍ରିୟଦର୍ଶୀ ରଣା (ବାଲିଶଙ୍କରା), ନିର୍ମଳ ଶେଖର ଦାସ (ତାଙ୍ଗରପାଲି), ରୁଦ୍ର ପ୍ରତାପ ସାହୁ (ହେମଗିର), ରାଜକିଶୋର ଭଟ୍ଟାଚାର୍ଯ୍ୟ (ସଦର ମ୍ୟୁନିସିପାଲିଟି) ଓ ପ୍ରବୀଣ ନାଏକ (ସଦର ବ୍ଲକ୍) ଚୟନ କରାଗଲା । ସୁନ୍ଦରଗଡ଼କୁ ସୁନ୍ଦର ଓ ଉନ୍ନତ ଜିଲ୍ଲାରେ ପରିଣତ କରିବା ପାଇଁ ଯୋଜନାବଦ୍ଧ କାର୍ଯ୍ୟର ଆବଶ୍ୟକତା ଉପରେ ଶ୍ରୀ ସନ୍ତୋଷ ଅମାତ୍ ଆଲୋକପାତ କରିଥିଲେ। ବିଧାୟକ ଶ୍ରୀ ଯୋଗେଶ କୁମାର ସିଂହ ଓ ଶ୍ରୀ ସି.ଏସ୍. ରାଜେନ ଏକ୍କା ସୁନ୍ଦରଗଡ଼ର କାର୍ଯ୍ୟରେ ସ୍ଥାନୀୟ କଣ୍ଟ୍ରାକ୍ଟରମାନଙ୍କୁ ପ୍ରାଥମିକତା ଦେବା ନେଇ ସମର୍ଥନ ଜଣାଇଥିଲେ, ଯାହା ଦ୍ୱାରା ଉତ୍ତମ ଗୁଣମାନ ଓ ଦାୟିତ୍ୱବୋଧ ସୁନିଶ୍ଚିତ ହେବ ,ସେ ତାଙ୍କ ଅଭିଭାଷଣରେ କଣ୍ଟାକ୍ଟରଙ୍କୁ ଜିଲ୍ଲାର ବିଶ୍ୱକର୍ମା ବୋଲି ଦର୍ଶାଇ ଥିଲେ। ସଭାର ଶେଷରେ ସମସ୍ତ ସଦସ୍ୟ ସୁନ୍ଦରଗଡ଼ର ଉନ୍ନୟନମୂଳକ କାର୍ଯ୍ୟରେ ଗୁଣମାନ ଓ ନିର୍ଦ୍ଧାରିତ ସମୟସୀମାକୁ କଠୋରତାର ସହ ପାଳନ କରିବାକୁ ସଂକଳ୍ପ ନେଇଥିଲେ। ସେହିପରି ୧୦ କୋଟି ଟଙ୍କା ପର୍ଯ୍ୟନ୍ତର ଟେଣ୍ଡର କାର୍ଯ୍ୟରେ ବାହାର ଜିଲ୍ଲାର କଣ୍ଟ୍ରାକ୍ଟରମାନଙ୍କ ଅଂଶଗ୍ରହଣକୁ ବିରୋଧ କରିବାକୁ ମଧ୍ୟ ସମ୍ମିଳିତ ଭାବେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା।












Leave a Reply