Spread the love

‘ବିକଳ୍ପ ସମାଜ’ ପ୍ରେସ୍ ବିଜ୍ଞପ୍ତି

ଓଡ଼ିଶାର ଅର୍ଥନୀତି ଓ ରାଜନୀତି ବ୍ୟବସ୍ଥାର ବିକଳ୍ପ ଆବଶ୍ୟକ
ଭୁବନେଶ୍ୱର -darshan samikhya

ଓଡ଼ିଶାର ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ର ଅର୍ଥନୈତିକ ବ୍ୟବସ୍ଥା ଓ ଶାସନ ପ୍ରକ୍ରିୟା ଢାଞ୍ଚାରେ ଲୋକକୈନ୍ଦ୍ରିକ ପରିବର୍ତ୍ତନ ର ଆବଶ୍ୟକତା ରହିଛି ବୋଲି ବିକଳ୍ପ ସମାଜର ଭୁବନେଶ୍ୱର ଅଧିବେଶନରେ ବିକଳ୍ପ ଚିନ୍ତାନାୟକ ମାନେ ମତ ପୋଷଣ କରିଛନ୍ତି।
ଭୁବନେଶ୍ୱର ସପ୍ତସତୀ ବିହାର ସ୍ଥିତ ତରାଭି ଭବନ ସଭାଗୃହରେ ବିକଳ୍ପ ସମାଜ ର ରାଜ୍ୟ ସ୍ତରୀୟ ଚିନ୍ତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିକଳ୍ପ ସମାଜ ର ସଭାପତି ଅଭୟ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଚିନ୍ତନ କର୍ମଶାଳା ରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ନିଜର ଦୀକ୍ଷାନ୍ତ ଅଭିଭାଷଣ ରେ ଆମକୁ ମଙ୍ଗଳ ଗ୍ରହରେ ଜୀବନ ଖୋଜିବା ଅପେକ୍ଷା, ଜୀବନରେ ମଙ୍ଗଳ ଖୋଜିବା ପାଇଁ ସୁପରାମର୍ଶ ଦେଇଥିଲେ। ରାଜ୍ୟ ତଥା ଦେଶର ୮୦ ଭାଗ ସାଧାରଣ ଜନତା ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ନିଯୁକ୍ତି ଓ ଜୀବନ ଧାରଣର ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ, ସୁଯୋଗ ଓ ଅଧିକାର ପ୍ରାପ୍ତ କରିବାର ଅବ୍ୟବସ୍ଥା ଭିତରେ ରହିବା ଫଳରେ ଦେଶର ଯେ ବହୁତ କ୍ଷତି ହେଉଛି, ଏହାକୁ ଆମର ରାଜନେତା ଓ ଅଫିସରମାନେ ବୁଝିବାକୁ ନାରାଜ ବୋଲି କ୍ଷୋଭର ସହ କହିଥିଲେ।
ଅନ୍ୟ ବିକଳ୍ପ ଚିନ୍ତାନାୟକ ମାନଙ୍କ ମଧ୍ୟରେ ମନୋରଞ୍ଜନ ଦାସ, ଜୟ ନାରାୟଣ ମହାପାତ୍ର, ମାଧବାନନ୍ଦ ବେହେରା, ସୂର୍ଯ୍ୟ ନାରାୟଣ ମିଶ୍ର, ନିରାକାର ବେଉରା, ନିବେଦିତା ମହାନ୍ତି, କନକଲତା ଭଞ୍ଜ, କାହ୍ନୁ ଚରଣ ପାଣିଗ୍ରାହୀ, ସର୍ବେଶ୍ଵର ବ୍ରାଣ୍ଡ, ଦୁତି କୃଷ୍ଣ ନାୟକ, ଶ୍ରଦ୍ଧାଞ୍ଜଳି ରାୟ, ଡାକ୍ତର ଅକ୍ଷୟ କୁମାର ମିଶ୍ର, ଆଳ୍ପନା ମହାନ୍ତି, ପ୍ରକାଶ ଚନ୍ଦ୍ର ବିଶ୍ୱାଳ, ବଳରାମ ରଣସିଂହ, ପ୍ରଦୀପ କୁମାର ଦାସ ମହାପାତ୍ର, ଉପେନ୍ଦ୍ର କୁମାର ଦାସ, ଧର୍ମୁଧର ପୋଢ, ଅମୀର ପ୍ରସାଦ ସାହୁ, ଆଶୁତୋଷ ଦାସ, ଶରତ ଜେନା, ଶ୍ରୀକାନ୍ତ ଦାଶ, ନିରୁପମା ରଥ, ବିଜୟ କୁମାର ଆଚାର୍ଯ୍ୟ, ସଂଜୟ କୁମାର ସାହୁ, ବରୋଜ କୁମାର ରାଉତ, ପୁଲକ କୁମାର ପ୍ରମୁଖ ସମାଜର ବିଭିନ୍ନ କ୍ଷେତ୍ର ଓ ବିଭାଗରେ ସଂଗଠିତ ହେଉଥିବା ବିଭିନ୍ନ ସମସ୍ୟାର ବିକଳ୍ପ ଅନୁସନ୍ଧାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ପରିଶେଷରେ ବିକଳ୍ପ ସମାଜ କୁ ୩୦ ଟି ଜିଲ୍ଲା ବ୍ୟାପି କରାଇବା ସହ ସାଧାରଣ ନାଗରିକ, ରାଜନେତା ଓ ପ୍ରଶାଶକ ମାନଙ୍କୁ ସେମାନଙ୍କର ଅଧିକାର, କର୍ତ୍ତବ୍ୟ ଓ ଉତ୍ତର ଦାୟିତ୍ଵ ପ୍ରତି ସାମ୍ବିଧାନିକ କ୍ଷମତା ସଂପର୍କରେ ସଚେତନ କରାଯିବ ବୋଲି ସଭାପତି ଅଭୟ ଦାସ ଘୋଷଣା କରିଥିଲେ।
ଏଥି ସହିତ ଓଡ଼ିଶାକୁ ସଂପୂର୍ଣ୍ଣ ମଦମୁକ୍ତ କରାଇବା ସହ ଓଡ଼ିଶା ର ଅର୍ଥନୀତି, ରାଜନୀତି, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଆତ୍ମ ନିଯୁକ୍ତି, ପରିବେଶ ପ୍ରଭୃତି ଉପରେ ବିକଳ୍ପ ବିଚାର ର ଲୋକାଭିମୁଖୀ ଚିନ୍ତା ଚେତନା କୁ ଜନ ସମୁଦାୟ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ବିକଳ୍ପ ସମାଜ ର ଚିନ୍ତା ନାୟକ ମାନେ ଘୋଷଣା କରିଥିଲେ। ଓଡ଼ିଶାର କୋଣ ଅନୁକୋଣରେ କାର୍ଯ୍ୟରତ ଭଲ ଲୋକ ଓ ଭଲ ଅନୁଷ୍ଠାନ ମାନଙ୍କୁ ଯୋଡ଼ିବା କାମକୁ ତ୍ବରାନ୍ବିତ କରିବାକୁ ମଧ୍ୟ ଉକ୍ତ ବୈଠକରେ ଘୋଷଣା କରାଯାଇଥିଲା।
ନିରାକାର ବେଉରା
ବିକଳ୍ପ ସମାଜ
୯୪୩୭୬୩୦୧୨୪

Leave a Reply

Your email address will not be published. Required fields are marked *