ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ। ୨୬ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି। କ୍ୱେଟାର ଏକ ଷ୍ଟେସନରେ ହୋଇଛି ଏହି ବିସ୍ଫୋରଣ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ରେଳ ଟ୍ରାକ ନିକଟରେ ଥିବା ଅନେକ ଘର ଏବଂ ଯାନବାହନର ବ୍ୟାପକ କ୍ଷତି ଘଟିଛି। ଜାଫର ଏକ୍ସପ୍ରେସ୍ ଟ୍ରେନ୍ କୁ ଟାର୍ଗେଟ କରି ଏହି ବୋମା ବିସ୍ଫୋରଣ କରାଯାଇଥିଲା।
ଟ୍ରେନ୍ ର ଗୋଟିଏ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଚମନ ଗେଟ୍ ନିକଟରେ ହୋଇଥିଲା ଏହି ବିସ୍ଫୋରଣ। ଜାଫର ଏକ୍ସପ୍ରେସ ଟ୍ରେନଟି କ୍ୱେଟା କ୍ୟାଣ୍ଟନମେଣ୍ଟରୁ ସେନାର ଯବାନଙ୍କୁ ନେଇ ଯାଉଥିବାବେଳେ ଚମନ ଗେଟ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା।
ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବଲୁଚ୍ ଲିବରେସନ୍ ଆର୍ମି BLA ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି। ସ୍ଥାନୀୟ ଲୋକ, ପୋଲିସ ଏବଂ ଉଦ୍ଧାରକାରୀଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।…












Leave a Reply