Spread the love

ଗଞ୍ଜେଇ ଚୋରା ବ୍ୟବସାୟରେ ଅମାପ ଟଙ୍କାର ଧନୀ ସାଜିଥିବା ରାଜ୍ୟ ବିଜେଡ଼ି ସମ୍ପାଦକ ମୋଶା ମାଝୀ ଗିରଫ, 55 ଗୋଟି ଏଟିଏମ କାର୍ଡ, 5 ଚେକ ବୁକ ସହ ବହୁ କିଛି ଜବତ

ପାରଳାଖେମୁଣ୍ଡି , 23/5।ତାରିଣୀ ପ୍ରସାଦ ପଣ୍ଡା। (ଦର୍ଶନ ସମୀକ୍ଷା)

ଗଞ୍ଜେଇ ଚୋରା ବ୍ୟବସାୟରେ ଅମାପ ଟଙ୍କାର ଧନୀ ସାଜିଥିବା ରାଜ୍ୟ ବିଜେଡ଼ି ସମ୍ପାଦକ ମୋଶା ମାଝୀଙ୍କୁ ଗଜପତି ପୋଲିସ ଗିରଫ କରିଛନ୍ତି. ତାଙ୍କ ଠାରୁ 55 ଗୋଟି ଏଟିଏମ କାର୍ଡ, 5 ଚେକ ବୁକ ସହ ବହୁ କିଛି ପୋଲିସ ଜବତ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଅଡ଼ବା ଏବଂ ଅନ୍ୟାନ୍ୟ ଥାନା ପୁଲିସର ୪୦ ଜଣିଆ ଟିମ୍ ପୂର୍ବାହ୍ନରେ ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ରାଜ୍ୟ ବିଜେଡ଼ି ଦଳର ସମ୍ପାଦକ ମୋଶା ମାଝୀଙ୍କୁ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଅଡ଼ବା ପୁଲିସ। ସୂଚ଼ନା ମୁତାବକ ବରିଷ୍ଠ ରାଜନେତା ମୋଶା ମାଝୀ(୩୭) ଦୀର୍ଘ ଦିନରୁ ଗଞ୍ଜେଇ କାରବାର ସହିତ ସମ୍ପୃକ୍ତ ଥିଲେ । ଏହାର ବରିଷ୍ଠ ପ୍ରମାଣ ସଂଗ୍ରହ କରିବା ସହ ତାଙ୍କୁ ଗିରଫ କରିବା ପାଇଁ କିଛି ଦିନ ହେଲା ଲାଗି ପଡ଼ିଥିଲେ ରା. ଉଦୟଗିରି ଯୁବ ଆଇପିଏସ ଅଧିକାରୀ ତଥା ଏସଡ଼ିପିଓ ଶ୍ରୀ ସାହୁ । ଆଜି ମୋହନା ମାଜିଷ୍ଟ୍ରେଟ ଚକ୍ରଧର ପାଢୀଙ୍କ ଉପସ୍ଥିତିରେ ୪୦ ଜଣିଆ ପୁଲିସ୍ ଟିମଙ୍କ ସହିତ ଶ୍ରୀ ମାଝୀଙ୍କ ବାସଭବନରେ ଚଢାଉ କରିଥିଲେ । ତାଙ୍କ ଘରୁ ଗୋଟିଏ ଧଳାରଙ୍ଗର ହୁଣ୍ଡାଇ ଭେନ୍ୟୁ କାର (ଓଡ଼ି୦୨ବିଏଚ୬୬୪୪), ୫୫ଟି ନୂଆଁ ଓ ପୁରୁଣା ଏଟିଏମକାର୍ଡ଼ , ୬ଟି ବ୍ୟାଙ୍କ ପାସ ବୁକ, ୫ଟି ଚ଼େକ ବୁକ , ୬ଟି ଜମି ପଟ୍ଟା, ୩ଟି ସ୍କେଚ୍ ମ୍ୟାପ , ଗୋଟିଏ ଆଧାର କାର୍ଡ଼, ଗୋଟିଏ ପାନ କାର୍ଡ଼ ସହିତ ଅମାପ ସଂପତ୍ତିର ଅଧିକାରୀ ହୋଇଥିବା ଏସଡ଼ିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚ଼ନା ଦେଇଛନ୍ତି । ଶ୍ରୀ ମାଝୀ ବିଗତ ଦିନରେ ଅଡବା ଥାନା ଅଞ୍ଚଳରୁ ଜବତ ଗଞ୍ଜେଇରେ ସଂପୁକ୍ତ ଥିବା , ଗଞ୍ଜେଇ ମାଫିଆଙ୍କୁ ଘରକୁ ଡାକି ଆଣି ଆଶ୍ରୟ ଦେବା ଓ ସହାୟତା ପ୍ରଦାନ କରିବା,ସରକାରୀ ଜମିରେ କୋଠା ନିର୍ମାଣ କରିବା, ଗ୍ରାମବାସୀଙ୍କୁ ଏକାଠି କରି ବାହାର ସ୍ଥାନକୁ ଗଞ୍ଜେଇ ଚାଲାଣ କରିବା ଆଦି ସଙ୍ଗୀନ ଅଭିଯୋଗ ରହିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକା ତଥ୍ୟ ସଂଗ୍ରହ ପାଇଁ ଏହି ମାମଲାର ତଦନ୍ତ କରୁଛନ୍ତି ଅଡ଼ବା ଥାନା ସବଇନିସପେକ୍ଟର ପି.କେ. ପରିଡା ।

Leave a Reply

Your email address will not be published. Required fields are marked *