କୋଇଲାକୁ କ୍ଷୀରରେ ଯେତେ ଧୋଇଲେ ବି ତା’ର ରଙ୍ଗରେ କେବେ ବି ପରିବର୍ତ୍ତନ ଆସି ନଥାଏ। ସେମିତି ଦୁନିଆରେ ଏମିତି କିଛି ଲୋକ ଥାଆନ୍ତି, ସେମାନଙ୍କୁ ଯେତେ ଭଲ ପାଇ ସ୍ନେହ ଦେଲେ ମଧ୍ୟ ସେମାନେ ନିଜର ହୋଇ ପାରନ୍ତି ନାହିଁ।
ସୃଷ୍ଟିର ନିୟମ ଅଛି ଯାହା ଆପଣ ବାଣ୍ଟିବେ ତାହା ବେଶି ହେବ। ସେ ଧନ ହେଉ କି ଭୋଜନ, ସମ୍ମାନ ହେଉ କି ଅପମାନ, ଘୃଣା ହେଉ କି ଭଲପାଇବା। ଯେ ପର୍ଯ୍ୟନ୍ତ ଚୁପ୍-ଚାପ୍ ସବୁକିଛି ସହୁଥିବ, ସେ ପର୍ଯ୍ୟନ୍ତ ତୁମେ ସମସ୍ତଙ୍କୁ ଭଲ ଲାଗୁଥିବ। ଯଦି ଥରେ ମୁହଁ ଖୋଲି ସତ କହିଲ; ତା’ହେଲେ ଦୁନିଆପାଇଁ ତୁମେ ସବୁଠାରୁ ଖରାପ ହୋଇଗଲ ବୋଲି ଜାଣିବ।
କାହା ଉପରେ ବିଶ୍ଵାସ କରିବା ପୂର୍ବରୁ ଟିକେ ଭାବି ଚିନ୍ତି କରନ୍ତୁ। କାରଣ ଲୁଣ ଓ ଚିନିର ରଙ୍ଗ ଦେଖିବାକୁ ଏକାପରି; କିନ୍ତୁ ସେମାନେ ଦୁହେଁ ସ୍ଵାଦରେ ପରସ୍ପରଠାରୁ ଭିନ୍ନ। ସେହିପରି ଯିଏ ଯେମିତି ଦେଖା ଯାଇଥାଏ ସେ ସେପରି ହୋଇନଥାଏ।
କେହି ଜଣେ ମାଟି କଳସକୁ ପଚାରିଲେ ତୁମେ ଏତେ ଥଣ୍ଡା ରହି ପାରୁଚ କେମିତି? ମାଟି କଳସ ହସି ଦେଇ କହିଲା – ଯାହାର ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ ସବୁ ମାଟିରେ ଗଢ଼ାଯାଇଛି, ତାହାର ଅହଂକାର ଓ ଗରମ କ’ଣପାଇଁ?।
ଗଙ୍ଗା ପାପ ଧୁଏ ନାହିଁ, ଶରୀର ଧୁଏ। ପାପ ଶରୀର ନୁହେଁ ମନ କରିଥାଏ। ତେଣୁ ମନ ବଦଳାନ୍ତୁ, ପାପ ଆପେ ଧୋଇ ହୋଇଯିବ।
ଜୟ ଜଗନ୍ନାଥ ସ୍ବାମୀ
















Leave a Reply