Spread the love

ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଜାତୀୟ ଭଏସ ଅଫ ମିଡ଼ିଆ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼ (ଦର୍ଶନ ସମୀକ୍ଷା)

ଜିଲ୍ଲା ର ସାଙ୍ଗଠନିକ ବୈଠକ ଆଜି ରାଜଗାଙ୍ଗପୁର ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା, ଏହି ସଭା ରେ ଭଏସ ଅଫ ମିଡ଼ିଆ ର ରାଜ୍ୟ ସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା, ସଭା ରେ ରାଜଗାଙ୍ଗପୁର ଆଇ ଆଇ ସି ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଗୁରୁ ଚରଣ ମଣ୍ଡଳ,

ରାଜଗାଙ୍ଗପୁର ପୌରପାଳିକା ଉପନଗରପାଳ ଏମ ଡି ଇରଫାନ,ଭଏସ ଅଫ ମିଡ଼ିଆ ର ରାଜ୍ୟ ବିଶିଷ୍ଟ ସଦସ୍ୟ ପୁର୍ଣଚନ୍ଦ୍ର ପାଢ଼ୀ, ଆଶିଷ ଶତପଥୀ, ପ୍ରଫୁଲ୍ଲ କୁମାର ସାହୁ,ସନ୍ତୋଷ କୁମାର ସାହୁ କାଳିନ୍ଦୀ ଚରଣ ବ୍ରହ୍ମ,ମୁନ୍ନା ସିଂହ, ବିଜୟ କୁମାର ପଣ୍ଡା,ଯୋଗ ଦେଇଥିଲେ, ଉକ୍ତ ସଭା ରେ ଡକ୍ଟର ପ୍ରଭାତ କୁମାର ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ଭୟସ ଅଫ ମିଡ଼ିଆ ର ସଭାପତି ଭାବେ ରମେଶ କୁମାର କେଶରୀ,ସାଧାରଣ ସମ୍ପାଦକ ଭାବେ ବିଶ୍ୱଜିତ ଶତପଥୀ ଏବଂ ଅମୀୟ ରଞ୍ଜନ ଦାସ କୁ କୋଷାଧକ୍ଷ ଭାବେ ମନୋନୀତ କରିଥିଲେ ଓ ରାଜଗାଙ୍ଗପୁର ଭୟସ ଅଫ ମିଡ଼ିଆ ର ସଭାପତି ଭାବେ ଗିରିଜା ପ୍ରସାଦ ସାମଲ, ଉପସଭାପତି ତନ୍ମୟ ସିଂହ, ସମ୍ପାଦକ ନମି ସନ୍ୟାସୀ, ସହ ସମ୍ପାଦକ ମନୋଜ କୁମାର ତନ୍ତୀ କୋଷାଧକ୍ଷ ମୁକେଶ ପ୍ରସାଦ, କୁ ଘୋଷଣା କରିଥିଲେ ! ଡ଼କ୍ଟର ପ୍ରଭାତ କୁମାର ମିଶ୍ର ନିଜ ଅଭିଭାଷଣ ରେ ସମଗ୍ର ଦେଶ ରେ ସାମ୍ବାଦିକ ମାନଙ୍କୁ ଚତୁର୍ଥ ସ୍ଥମ୍ଭବ କୁହା ଯାଉଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ତାଙ୍କୁ ଉଚିତ ସମ୍ମାନ ଦେଉନାହାନ୍ତି ବୋଲି କହିଥିଲେ, ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଥିଲେ, ରାଜ୍ୟ ରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ସରକାର କୁ ଦାବି ହୋଉଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି ଏହା ଏକ ଗୁରୁତର ସମସ୍ୟା ଭୟସ ଅଫ ମିଡ଼ିଆ ପକ୍ଷରୁ ରାଜ୍ୟ ସରକାର କୁ ଅନେକ ଥର ଦାବି ପ୍ରଦାନ କରିବା ସତ୍ୱେ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ମାନଙ୍କ ସୁରକ୍ଷା, ବୃଦ୍ଧାବସ୍ଥା ପେନସନ ଓ ଅନାନ୍ୟ ସମସ୍ୟା ଉପରେ ଧ୍ୟାନ ଦେବାକୁ ଆଗାମୀ ଦିନରେ ଦାବି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ, ମୁଖ୍ୟ ଅତିଥି ବିଜୟ କୁମାର ଦାସ ନିଜ ଅଭିଭାଷଣ ରେ ପୋଲିସ ପ୍ରଶାସନ ଓ ସାମ୍ବାଦିକ ମିଳିମିଶି ଏକ ସୁସ୍ଥ ସମାଜ ଗଠନ କରିବା ଦିଗକୁ ଅଗ୍ରସର ହେବା ପାଇଁ ଅନୁରୋଧ କରିଥିଲେ, ସେ ନିଜେ ନିଜର ଇଛା ଶକ୍ତି ବଳରେ ତଳ ରୁ ଉପର କୁ ଉଠିଛନ୍ତି ବୋଲି କହିଥିଲେ, ସଭାରେ ଉପସ୍ଥିତ ଥିବା ଏହି ବର୍ଷ ର କୃତିତ୍ୱ ଛାତ୍ର, ଛାତ୍ରୀ ମାନଙ୍କୁ ନିଜ ଇଛା ବଳ ଶକ୍ତି ରୁ ଉପରକୁ କୁ ଉଠିବାର ପରାମର୍ଶ ଦେଇଥିଲେ,ସଭାରେ ରାଜଗାଙ୍ଗପୁର ସହର ର କୃତିତ୍ୱ ଛାତ୍ର, ଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ, ଉପଢୋକନ ସ୍ମୃତି ଚି଼ହ୍ନ ପ୍ରଦାନ କରି ତାଙ୍କ ଉଜ୍ଜଳ ଭବିଷ୍ୟ ପାଇଁ କାମନା କରାଯାଇଥିଲା,ଏବଂ ଦିବ୍ୟାଙ୍ଗ ଅଭିଷେକ ଶୁକ୍କା କୁ ଦିବ୍ୟାଙ୍ଗ ଭାରତୀୟ କ୍ରିକେଟ ଟିମ ରେ ଚୟନ ହୋଇ ଥିବାରୁ ତାଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ, ଉପଢୋକନ, ସ୍ମୃତିଚି଼ହ୍ନ, ପ୍ରଦାନ କରି ତାଙ୍କ ଉଜ୍ବଳ ଭବିଷ୍ୟ ର କାମନା କରାଯାଇଥିଲା, ନିକଟରେ ବୋର୍ଡର ସୁରକ୍ଷା ଫୋର୍ସ ରୁ ଅବସର ନେଇ ଥିବା ଆସଲାମ ହେମ୍ବ୍ରମ ତାଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ, ଉପଢୋକନ, ସ୍ମୃତିଚି଼ହ୍ନ ପ୍ରଦାନ କରାଯାଇଥିଲା, ରାଜଗାଙ୍ଗପୁର ସହର ର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ବେହରା, ସୁନୀଲ ଅଗ୍ରୱାଲ, ପୁର୍ଣଚନ୍ଦ ପାଢ଼ୀ, ଆଶିଷ ଶତପଥୀ କୁ ପୁଷ୍ପ ଗୁଚ୍ଛ ଉପଢୋକାନ ଦେଇ ସମ୍ମାନିତ କରାଯାଇଥିଲା,ସଭାରେ ଭୟସ ଅଫ ମିଡ଼ିଆ ର ବହୁ ସଦସ୍ୟ ରାଜୁ ବଗା, ବିଷ୍ଣୁ ଭୋମିକ, ଅଶୋକ ଦାହିମା, ଦୀପକ ବିଶ୍ୱାସ, ଦୀପ୍ତି ଲୁହା, ସଞ୍ଜୟ ଦାସ, ବିକାଶ ରଞ୍ଜନ ନାୟକ ସହ ବହୁ ସଂଖ୍ୟା ରେ ସଦସ୍ୟ ମାନେ ଯୋଗଦାନ ଦେଇଥିଲେ, ମଞ୍ଚ ପରିଚାଳନା ଦେବବ୍ରତ ମିତ୍ର କରିଥିଲେ ସଭା ଶେଷରେ ଜିଲ୍ଲା ସଭାପତି ରମେଶ କୁମାର କେଶରୀ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *