Spread the love

ଓଡ଼ିଶା ପୋଲିସର ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ “ଯୁଭେଣ୍ଟିକା” ( ଅନ୍ତର୍ଗତ, ଯାହାକି ୟୁନିସେଫ୍ ର ସହଯୋଗରେ ସମସ୍ତ ଥାନାରେ ଆରମ୍ଭ କରାଯାଇଛି

ବଡବିଲ : ଦର୍ଶନ ସମୀକ୍ଷା

ବଡ଼ବିଲ ଥାନା ପକ୍ଷରୁ ମଧ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କିଶୋର ଓ କିଶୋରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶେଷ କରି ସାଇବର ସୁରକ୍ଷା, ଡିଜିଟାଲ୍ ଅଧିକାର, ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଂଶଗ୍ରହଣକାରୀମାନେ ପୋଲିସ ଅଧିକାରୀମାନଙ୍କ ସହ ମୁକ୍ତ ଭାବରେ ଆଲୋଚନା କରିଥିଲେ ଏବଂ ଥାନା ପରିଦର୍ଶନର ପ୍ରଥମ ଅଭିଜ୍ଞତା ବାଣ୍ଟିଥିଲେ। ଏହା ମାଧ୍ୟମରେ “ପୋଲିସ ବିପଦ ସମୟର ବନ୍ଧୁ ଏବଂ ଜନସାଧାରଣଙ୍କ ସୁରକ୍ଷାରେ ଏକ ସହଭାଗୀ” ବୋଲି ବାର୍ତ୍ତା ପ୍ରଦାନ କରାଯାଇଥିଲା।
ଥାନା ଅଧିକାରୀ ଅଶୋକ କୁମାର ନାୟକ ଏବଂ ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରୀମାନେ ପିଲାମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ଦୁନିଆରେ ସଚେତନ, ଦାୟିତ୍ୱବାନ ଏବଂ ସୁରକ୍ଷିତ ରହିବାକୁ ଉତ୍ସାହିତ କରିଥିଲେ।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (DGP) “ଯୁଭେଣ୍ଟିକା” ପଦକ୍ଷେପ ଅଧୀନରେ ଉଦ୍‌ଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *