ଶ୍ରଦ୍ଧା ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଭିନ୍ନକ୍ଷମଙ୍କ ପାଇଁ ଥେରାପି ଅନ୍ ହୁଇଲ୍ସ ଉଦ୍ଘାଟିତ…..
ରାଉରକେଲା : (ଦର୍ଶନ ସମୀକ୍ଷା)
ଭିନ୍ନକ୍ଷମଙ୍କୁ ସେମାନଙ୍କ ଦ୍ଵାରଦେଶରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଭିନ୍ନକ୍ଷମଙ୍କ ସେବାରେ ନିୟୋଜିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ଟାଟା ପାୱାର ଓ୍ବେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ଯୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ସହଯୋଗରେ ଆଜି ପାନ୍ଥନିବାସ ଠାରେ “ଥେରାପି ଅନ୍ ହୁଇଲ୍ସ”କୁ ଉଦ୍ଘାଟନ କରାଯାଇଛି।
ସୁନ୍ଦରଗଡ ଜିଲ୍ଲାର ବିଶ୍ରା ବ୍ଲକରେ ଥିବା ୧୪ଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ସହିତ ପାଇଲଟ୍ ପ୍ରୋଜେକ୍ଟ ନିଆଯାଇ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଶ୍ରଦ୍ଧା ପକ୍ଷରୁ ଏହି “ଥେରାପି ଅନ୍ ହୁଇଲ୍ସ” ସ୍ବାସ୍ଥ୍ୟ ସେବା କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସ୍ବାସ୍ଥ୍ୟସେବା ଓ ଶିକ୍ଷା ଅତ୍ଯନ୍ତ ଜରୁରୀ ଆବଶ୍ୟକତା ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ୧୪ଟି ପଞ୍ଚାୟତରେ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଶ୍ରଦ୍ଧା ପକ୍ଷରୁ ପ୍ରଥମକରି ଏହି ସ୍ବାସ୍ଥ୍ୟ ସେବା କାର୍ଯ୍ଯକ୍ରମକୁ ଆରମ୍ଭ କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ “ଥେରାପି ଅନ୍ ହୁଇଲ୍ସ” ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ସରକାରଙ୍କ ଏସ୍ଏସ୍ଇପି ବିଭାଗର ଉପ-ସଚିବ ସନ୍ଯାଶାଇ କୁମାର ବେହେରା ଯୋଗଦେଇଥିଲା ବେଳେ ସମ୍ମାନୀୟ ଅତିଥି ଭାବରେ ଟିପିଡବ୍ଲୁଓଡିଏଲ୍ ସିଏସ୍ଆର ମୁଖ୍ୟ ସମ୍ବଲପୁର ର ଅରୁଣା ମାରାଣ୍ଡି, ଶ୍ରଦ୍ଧା ଅନୁଷ୍ଠାନର ସଭାପତି ଡକ୍ଟର ରମାକାନ୍ତ ବିଶ୍ବାଳ, ପାନପୋଷ ଉପଖଣ୍ଡର ସାମାଜିକ ସୁରକ୍ଷା ଅଧିକାରୀ ଏସ୍ଏସ୍ଏସ୍ଓ ମିନୁ ତାଣ୍ଡିଆ, ଶ୍ରଦ୍ଧା ଅନୁଷ୍ଠାନର ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ପ୍ରମୁଖ ମଞ୍ଚାସୀନ ଥିଲେ।
“ଥେରାପି ଅନ୍ ହୁଇଲ୍ସ” ଉଦ୍ଘାଟନୀ ଉତ୍ସବରେ ଶ୍ରଦ୍ଧାର ସଭାପତି ଡକ୍ଟର ରମାକାନ୍ତ ବିଶ୍ବାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ପ୍ରକଳ୍ପର ଉପସ୍ଥାପନା କରିଥିଲେ। ମୁଖ୍ଯ ଅତିଥି ତଥା ରାଜ୍ୟ ସରକାରଙ୍କ ଏସ୍ଏସ୍ଇପିଡି ଡେପୁଟି ସେକ୍ରେଟାରୀ ସନ୍ଯାଶାଇ କୁମାର ବେହେରା, ଭୁବନେଶ୍ବରଙ୍କ ଦ୍ବାରା ସବୁଜ ପତାକା ଦେଖାଯାଇ “ଥେରାପି ଅନ୍ ହୁଇଲ୍ସ” ଗାଡିକୁ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ସେବା ପାଇଁ ବିଶ୍ରା ବ୍ଲକ ଅଭିମୁଖେ ଛାଡି ଦିଆଯାଇଥିଲା।
ପାନପୋଷ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (ଏସ୍ଏସ୍ଏସ୍ଓ) ଶ୍ରୀମତୀ ତାଣ୍ଡିଆ ଭିନ୍ନକ୍ଷମଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ମାଧ୍ୟମରେ କିପରି କାର୍ଯ୍ୟକ୍ଷମ କରିହେବ, ସେ ବିଷୟରେ କହିଥିଲେ। ମୁଖ୍ୟଅତିଥି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମମାନଙ୍କୁ ସ୍ବାସ୍ଥ୍ୟସେବା ଓ ଶିକ୍ଷା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତକୁ ଆଣି ରୋଜଗାରକ୍ଷମ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଶ୍ରଦ୍ଧା ଅନୁଷ୍ଠାନ ପକ୍ଷରୁ ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକର ୧୪ଟି ପଞ୍ଚାୟତରେ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ସେବା ପାଇଁ ତାଙ୍କ ଦ୍ବାରକୁ ଥେରାପି ଅନ୍ ହୁଇଲ୍ସ ଦ୍ଵାରା ଚିକିତ୍ସା ସୁବିଧାକୁ ମୁଖ୍ୟ ଅତିଥି ତଥା ରାଜ୍ୟ ସରକାରଙ୍କ ଏସ୍ଏସ୍ଇପିଡି ଉପ-ସଚିବ ଶ୍ରୀ ବେହେରା ପ୍ରଶଂସା କରିବା ସହ ଏହାକୁ ପୂର୍ଣ୍ଣ ସହଯୋଗ କରିବାକୁ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ। ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକର ୧୪ଟି ପଞ୍ଚାୟତର ସରପଞ୍ଚ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଝିରପାଣି ପଞ୍ଚାୟତର ସରପଞ୍ଚ ଅଜିତ୍ ତିର୍କୀ, ବନ୍ଧମୁଣ୍ଡା ପଞ୍ଚାୟତର ସରପଞ୍ଚ ଅନୀତା ତିର୍କୀ, ସରପଞ୍ଚ ଦୁଲାରୀ ଖାଖା ପ୍ରମୁଖ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିବା ସହିତ ପ୍ରଥମ କରି ବିଶ୍ରା ବ୍ଲକର ୧୪ଟି ପଞ୍ଚାୟତରେ ଥେରାପି ଅନ୍ ହୁଇଲ୍ସ ଦ୍ବାରା ଭିନ୍ନକ୍ଷମମାନଙ୍କୁ ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ। ଶେଷରେ ଶ୍ରଦ୍ଧା ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।












Leave a Reply