ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ସଫଳ ରୂପାୟନ ପାଇଁ ସରକାରଙ୍କ ପ୍ରସ୍ତୁତି ଜୋରଦାର ପାରଳାଖେମୁଣ୍ଡି, 6/5(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ପୁରାଣ ପ୍ରସିଦ୍ଧ ତଥା ଓଡିଶାର ହିମାଳୟ ମହେନ୍ଦ୍ରଗିରି ଠାରେ ମହେନ୍ଦ୍ରମେଳାକୁ ମହାସମାରୋହରେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆ ଯାଇଛି. ଆସନ୍ତା ଜୁନ୍ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ର ମେଳା ଅନୁଷ୍ଠିତ ହେବା ସପ୍ତାହବ୍ୟାପୀ ଏହି ଆଧ୍ୟାତ୍ମିକ ମେଳା ଆୟୋଜନ ହେବାକୁ ଯାଉଥିବା ବେଳେ ଏହାର
ସୁପରିଚାଳନା ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଗତକାଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହେନ୍ଦ୍ରଗିରିରେ ମେଳାର ପ୍ରସ୍ତୁତି ତଦାରଖ କରିଛନ୍ତି | ସପ୍ତାହବ୍ୟାପୀ ହେବାକୁ ଥିବା ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ବହୁ ବିଶିଷ୍ଟ ସାଧୁସନ୍ଥଙ୍କ ସମାଗମ ହେବ. ଏଥିସହ କଳସଯାତ୍ରା, ମହାଯଜ୍ଞ, ଅନ୍ନଯଜ୍ଞ ଏବଂ ଅହୋରାତ୍ର ନାମ ସକୀର୍ତନ ଭଳି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ.

ଏଥିପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇ ଏହାର ସଫଳତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି. ଗତକାଲି ଏହି ଉଦେଶ୍ୟରେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବ ବଡ଼ନାୟକ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଳକ୍ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧାକୃଷ୍ଣ ଜାନି ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଗଞ୍ଜାମ ସହ ବିଭାଗ କାର୍ଯ୍ୟବାହ ଜୁରିଆ ଜାନିଙ୍କ ସମେତ ବିଭିନ୍ନ ସଂଗଠନ, ସାମାଜିକକର୍ମୀ, ବିଜେପି ନେତା ଓ କର୍ମୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଆଲୋଚନା
ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଦିନ ମଜୁରିଆ ଶିବରାମ ପାରଳାଖେମୁଣ୍ଡି, 6/5(ତାରିଣୀ ପ୍ରସାଦ ପଣ୍ଡା ):
ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଅସାବଧାନ ଯୋଗୁଁ ଗଛରୁ ପଡି ଶଯ୍ୟାଶାୟୀ ହୋଇପଡିଛନ୍ତି. ଗରିବ ଯୋଗୁଁ ଅର୍ଥାଭାବରେ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣେ ଦିନ ମଜୁରିଆଙ୍କ ଦୁଃଖଦ କାହାଣୀ ଲକ୍ଷ୍ୟ କରାଯାଇଛି.

ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ବ୍ଳକ ସାନତୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଏସ୍ ରେମ୍ପି ଗ୍ରାମରେ. ଏହି ଜିଲ୍ଲାର ଲାଇଲାଇ ପଞ୍ଚାୟତ କୁରୁଡ଼ା ଗ୍ରାମର ଶିବରାମ ଶବର ନିଜ ପରିବାର ସହ ଏସ୍.ରେମ୍ପି ଗ୍ରାମରେ ଏକ କୁଡ଼ିଆରେ ରହୁଥିଲେ। ପରିବାର କହିଲେ ସ୍ତ୍ରୀ ସୁମିତ୍ରା ଏବଂ ଦୁଇ ଜାଆଁଳ କନ୍ୟା ସନ୍ତାନ ଗଙ୍ଗା ଓ ଯମୁନା I କିଛି ଦିନ ପୂର୍ବେ ଶିବରାମ କାଜୁ ତୋଳିବା ପାଇଁ ଗଛ ଚଢି ତୋଟାରେ କାମ କରିବା ବେଳେ ଅସାବଧାନତା ବଶତଃ ଗଛରୁ ଖସି ପଡ଼ିଥିଲେ. ତାଙ୍କର ଡାହାଣ ହାତ ସହ ଅଣ୍ଟାର ହାଡ଼ ଭାଙ୍ଗି ଯାଇଛି। ପ୍ରଥମେ ତାଙ୍କୁ ରାୟଗଡ଼ ସରକାରୀ ଡାକ୍ତରଖାନା ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ ନେବା ପାଇଁ ଡାକ୍ତର ପରାମଶ ଦେଇଥିଲେ. ମାତ୍ର ପାଖରେ ଟଙ୍କା ନଥିବାରୁ ବ୍ରହ୍ମପୁର ନଯାଇ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ | ବର୍ତ୍ତମାନ ଶିବରାମ ବିନା ଚିକିତ୍ସାରେ ଘରେ ପଡ଼ି ରହିଛନ୍ତି. ଅଣ୍ଟା ଭାଙ୍ଗି ଯାଇଥିବାରୁ ସେ ସର୍ବଦା ଶୋଇ ରହୁଛନ୍ତି. ଶିବରାମ ଖଟିଆରେ ପଡିବା ଦିନ ଠାରୁ ପରିବାରର ଗୁଜରାଣ ମୋଟାମୋଟି ଭାବେ ବନ୍ଦ ହୋଇଯାଇଛି. ପରିବାର ବର୍ଗ ବହୁ ଦୁଃଖ ଯନ୍ତ୍ରଣା ଓ ଉପବାସରେ ଦିନ କାଟୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ପ୍ରଶାସନ ଓ ରାଜ୍ୟ ସରକାର ଏହି ଦୁଖଃଦ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି.
ଶ୍ରୀବିଷ୍ଟୁପୂର ଅଙ୍ଗନୱାଡ଼ି କେନ୍ଦ୍ର ଦେଖି ପାରଳା ବିଧାୟକ ହେଲେ କ୍ଷୁବ୍ଧ ପାରଳାଖେମୁଣ୍ଡି, 6/5(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୂର୍ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବିଷ୍ଟୁପୂର ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଦେଖି ପାରଳା ବିଧାୟକ କ୍ଷୁବ୍ଧ ହେଲେ। ବିଗତ ତିନି ବର୍ଷ ହେବ ଏହି ଅଙ୍ଗନୱାଡି କେନ୍ଦ୍ରଟି ଅତି ଶୋଚନୀୟ ଭାବେ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର୍ ରାଓ ବହୁବାର ଅଭିଯୋଗ କରିଆସୁଥିଲେ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ. ଗତକାଲି ସେହି ଅଙ୍ଗନୱାଡି କେନ୍ଦ୍ର ନିକଟରେ ଥିବା ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହର ଉଦଘାଟନୀ ଉତ୍ସବରେ ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଉଦଘାଟନୀ ଉତ୍ସବ ପରେ ସ୍ଥାନୀୟ ସରପଞ୍ଚ ବିଧାୟକଙ୍କୁ ସେହି ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଦେଖାଇଥିଲେ , ସେଠିକାର ପରିବେଶ ଦେଖି ବିଧାୟକ କ୍ଷୁବ୍ଧ ହୋଇଥିଲେ ଓ ସଙ୍ଗେ ସଙ୍ଗେ ସେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଙ୍ଗନୱାଡି କେନ୍ଦ୍ରଟି ଭାଙ୍ଗି ରୁଜି ରହି ଥିବା ବେଳେ କେଉଁ ମୂହୁର୍ତ୍ତରେ କାନ୍ଥ ଭୁଶୁଡ଼ି ପଡ଼ିବ କେଉଁ ନିରୀହ ଶିଶୁର ଜୀବନ ଯିବ ତାହା ସମୟ ହିଁ କହିବ । ଅଙ୍ଗନୱାଡି କେନ୍ଦ୍ରର ପରିସର ମଧ୍ୟରେ ଜଙ୍ଗଲ ସୃଷ୍ଟି ହେଲାଭଳି ଦେଖାଯାଉଛି , ସାପ ଓ ଜନ୍ତୁ ଏହି ପରିସର ମଧ୍ୟରେ ରହୁଥିବା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର ଦିଦି ମାନେ ଜଣାଇଛନ୍ତି, ଏହିପରି ଅବ୍ୟବସ୍ଥା ଭିତରେ ଥିବା ବେଳେ ଏଠି ପାଠ ପଢିବା ସମ୍ଭବ ନଥିବାରୁ ଚର୍ଚ୍ଚ ବାରଣ୍ଡାରେ ନିରୀହ ଶିଶୁ ମାନଙ୍କୁ ପାଠ ପଢାଇବା ସହ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଚିକିତ୍ସା କରାଯାଉଛି. ଏଭଳି ଦୃଶ୍ୟ ଦେଖି ପାରଳା ବିଧାୟକ ଅସନ୍ତୋଷ ପ୍ରକାଶ କରି ଏହାର ବିହିତ ପ୍ରତିକାର ପାଇଁ ଅଧିକାରୀମାନଙ୍କ ଦୃଷ୍ଟି ଆକାଷଶ କରିଥିଲେ.
କାଳ ବୈଶାଖୀ ବର୍ଷା ପବନ ବେଳେ ଗୋଡ଼ ଖସି ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପାରଳାଖେମୁଣ୍ଡି, 6/5(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀଜନିତ ହଠାତ ପ୍ରବଳ ବର୍ଷା ଓ ପବନ ବେଳେ ଶୌଚ ପାଇଁ ପୋଖରୀକୁ ଯାଇଥିବା ଜଣେ ବ୍ୟକ୍ତି ଗୋଡ଼ ଖସି ଯିବା ଯୋଗୁ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି. ଘଟଣାଟି ଏହି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ମହାଦେଇପୁର ଗ୍ରାମରେ ଘଟିଛି.

ଏହି ଗ୍ରାମର ରବୀନ୍ଦ୍ର ପାତ୍ର (55). ଶୌଚ ପାଇଁ ଗ୍ରାମର ପୋଖରୀକୁ ଯାଉଥିବା ବେଳେ ହଠାତ ବୈଶାଖୀଜନିତ ପ୍ରବଳ ବର୍ଷା ଓ ପବନରେ ଗୋଡ଼ ଖସି ପୋଖରୀରେ ବୁଡି ଯିବା ଯୋଗୁଁ ମୃତ୍ୟୁବରଣ କରିଛନ୍ତି. ପରେ ଗତକାଲି ରାତିରେ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗୀୟଟିମ ସମ୍ପୃକ୍ତ ପୋଖରୀରେ ପହଞ୍ଚି ଶବକୁ ଉଦ୍ଧାର କରିଥିବା ସୂଚନା ମିଳିଛି.












Leave a Reply