ବୌଦ୍ଧ : ଜିଲ୍ଲାପାଳଙ୍କ ଘିକୁଣ୍ଡି ଏବଂ ଗୁଡଭେଲିପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଏବଂ ସମୟ ସୀମା ମଧ୍ୟରେ ଉପଯୁକ୍ତ ଗୁଣବତ୍ତା ସହିତ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ….
ବୌଦ୍ଧ କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଘିକୁଣ୍ଡି ଏବଂ ଗୁଡଭେଲିପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ l ଏହି ପରିଦର୍ଶନ ସମୟରେ ବିଜିବିଓ BGBO ପ୍ରକଳ୍ପ, ହାତିପାଲି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଗ୍ରାମବାସୀ ମାନଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବୋରୱେଲ୍ ସୁବିଧା, ଚେକ ଡ୍ୟାମ୍ ନିର୍ମାଣ ଏବଂ ବିଭିନ୍ନ ସଡ଼କ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅବସ୍ଥା ସମୀକ୍ଷା କରିଥିଲେ l ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରି, ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିଲେ l ସେମାନଙ୍କୁ ଶୀଘ୍ର ଆବାସ ଗୃହ ନିର୍ମାଣ କରି ଅତିରିକ୍ତ ପ୍ରୋତ୍ସାହନ ରାଶି ଲାଭ କରିବା ପାଇଁ ଉତ୍ସାହିତ କରିଥିଲେ l ରାସ୍ତା କଡ ଜଳଛତ୍ର ପରିଦର୍ଶନ କରି ବାଟୋଇ ମାନଙ୍କୁ ପାନୀୟ ଜଳ ଯୋଗାଣ ସୁବିଧା ଦେଖିଥିଲେ l ପରେ ଜିଲ୍ଲାପାଳ ଗୁଡ଼ଭେଲିପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସ୍ଥଳୀ ପରିଦର୍ଶନ କରି କାମର ପ୍ରଗତି ଦେଖିଥିଲେ l ଜିଲ୍ଲାପାଳ ସମସ୍ତ ଉନ୍ନୟନ କାର୍ଯ୍ୟର ଗୁଣବତ୍ତା ଓ ସମୟୋପଯୋଗୀ ସମାପ୍ତିକୁ ଗୁରୁତ୍ୱ ଦେଇ, ସମସ୍ତ ଯୋଜନା ଠିକ୍ ସମୟ ମଧ୍ୟରେ ଶେଷ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଉଁଶୁଣୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥଣ୍ଡା ପାନୀୟ ଜଳ ମିଳୁଛି ନା ନାହିଁ ଦେଖିଥିଲେ l ଏହା ସହିତ ରୋଗୀ ମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ମିଳୁଥିବା ଚିକିତ୍ସା ସହାୟତା ବିଷୟରେ ପଚାରି ବୁଝିଥିଲେ l ଏହି ଗସ୍ତ ସମୟରେ କଣ୍ଟାମାଳ ବିଡିଓ ସାମ୍ମି ରେଡ୍ଡୀ ଜୟଶ୍ରୀ ଏବଂ ଯନ୍ତ୍ରୀ ତଥା ବ୍ଲକ ଓ ପଂଚାୟତର କର୍ମଚାରୀମାନେ ଉପସ୍ଥିତ ଥିଲେ l












Leave a Reply