ମା ଶାରଳା ମିତ୍ର ମଣ୍ଡଳର ୨୭ତମ ବାର୍ଷିକ ଉତ୍ସବ
ମହାରାଷ୍ଟ୍ର : (ଦର୍ଶନ ସମୀକ୍ଷା)
ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମାନଙ୍କ ପ୍ରତିଷ୍ଠିତ ସଂଘ ମା ଶାରଳା ମିତ୍ର ମଣ୍ଡଳ ଏହାର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଛନ୍ତି । ଏହା ହେଉଛି ମହାରାଷ୍ଟ୍ର ପୁନେର ସର୍ବପୁରାତନ ଆଧ୍ୟାତ୍ମିକ ଓଡ଼ିଆ ଅନୁଷ୍ଠାନ, ମା ଶାରଳା ମିତ୍ର ମଣ୍ଡଳ। ଏହି ସଂଘ ସମସ୍ତ ପ୍ରବାସୀ ଭାଇ ଭଉଣୀଙ୍କୁ ଏକତ୍ରିତ କରି ଚଳିତ ମାସ ୧ ତାରିଖ ଦିନ ଏହା ବାର୍ଷିକ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ପ୍ରଭୁ ତ୍ରିନାଥଙ୍କର ମହାପୂଜା ସହିତ ହରିନାମ ସଂକ୍ରିତନ, ଭଜନ ସନ୍ଧ୍ୟା, ଓଡିଶୀନୃତ୍ୟ, ଚିତ୍ରକଳା ପ୍ରଦର୍ଶନ ଏବଂ ପରିଶେଷରେ ସମସ୍ତ ଭକ୍ତମାନଙ୍କ ପାଇଁ ଓଡ଼ିଆ ସୁସ୍ୱାଦ ଭୋଜନର ବନ୍ଦୋବସ୍ତ ଅନୁଷ୍ଠାନ ତରଫରୁ କରାଯାଇଥିଲା। ଏହି ଅବସରରେ ପ୍ରାୟ ୫ହଜାର ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ଏକତ୍ରିତ ହୋଇ ମା ଶାରଳା ମିତ୍ର ମଣ୍ଡଳ ଏହି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକଙ୍କର ପ୍ରତିନିଧି ସମାଜସେବୀ ସଚିନ ଭେୟା ଲାଣ୍ଡଗେ ସାହେବଙ୍କ ସହିତ ଆମନ୍ତ୍ରିତ ଅତିଥି ବୃନ୍ଦ ପରିଶେଷରେ ସ୍ଥାନୀୟ ଅଞ୍ଚଳର ମରାଠୀ ଭାଇ ଆଉ ବୁଦ୍ଧିଜୀବି ମାନଙ୍କଦ୍ୱାରା ଏପରି କାର୍ଯ୍ୟକ୍ରମକୁ ତୁଲାଇ ଥିବା ମା ଶାରଳା ମିତ୍ର ମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହିତ ବହୁତ ପ୍ରଂଶସା କରିଥିଲେ। ଶେଷରଞ୍ଜନ ରାଉତ, ବଟକୣଷ୍ଣ ପଲତା, ଦେବୀପ୍ରସାଦ ନାୟକ ଏବଂ ଗୋରାଚାନ୍ଦ ନାୟକ ପ୍ରମୂଖଙ୍କ କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳନା କରିଥିଲେ।












Leave a Reply