ଗଜପତି // ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର…. ଓଡିଶାର ପ୍ରଥମ ଓ 2 ହଜାର କିଲୋରୁ ଉର୍ଦ୍ଧ 2 କୋଟି ଟଙ୍କାରୁ ଗଂଜେଇ ଜବତ ଏବଂ ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ବନ୍ଧୁ ମିଳନ

Spread the love

ଗଜପତିରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର…. ଓଡିଶାର ପ୍ରଥମ ପାରଳାଖେମୁଣ୍ଡି, 3/5(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ପ୍ରକାଶ ପାଇଲା ଚଳିତ ବର୍ଷର ଦଶମ ପରୀକ୍ଷା ଫଳ।
ଏଥର ଗଜପତି ଜିଲ୍ଲାର ପାସହାର ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗଜପତି ଜିଲ୍ଲାରେ ୯୯.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୧୬୧ଟି ବିଦ୍ୟାଳୟର ୮୧୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ ସେଥ୍ ମଧ୍ୟରୁ ୩୯୩୮ ଛାତ୍ର, ୩୯୮୮ ଛାତ୍ରୀ I 11 ଅନୁପସ୍ଥିତ ପରୀକ୍ଷାର୍ଥୀ ଙ୍କ ସଂଖ୍ୟା୧୩୪ଜଣ ।

୭୯୨୭ଜଣ ପିଲା ପାସ କରିଛନ୍ତି। ସେଥ୍ ମଧ୍ୟରୁ A1 ଗ୍ରେଡରେ ୬ଜଣ, A2 ଗ୍ରେଡରେ ୩୯୫ଜଣ, B1 ଗ୍ରେଡରେ ୧୭୯୫ ଜଣ B2 ଗ୍ରେଡରେ ୨୩୭୩ଜଣ C ଗ୍ରେଡରେ ୨୦୪୬ ଜଣ D 1 ଗ୍ରେଡରେ ୧୧୩୨ ଜଣ, E ଗ୍ରେଡରେ ୧୮୦ ଜଣ ।

ଗଜପତି ଜିଲ୍ଲା ର ୬ଗୋଟି ବିଦ୍ୟାଳୟ ଛାତ୍ର ଛାତ୍ରୀ A1 6

ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ବିଦ୍ୟାଳୟ ଗୁଡ଼ିକ ହେଲା ଯଥା :- ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ ସରକାରୀ ୟୁ.ଜି. ହାଇସ୍କୁଲ ସମ୍ବଲପୁର ସରକାରୀ ୟୁ.ଜି. ହାଇସ୍କୁଲ ଗୋଠକେଳି, ୟୁ ଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁସକୁଡି , ରଣ୍ଡିଭା ହାଇସ୍କୁଲ , ରଣ୍ଡିଭା ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ ସୁଣ୍ଡୁରୁବା ।

ପୁନର୍ବାର ରାଜ୍ୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖୁଥ‌ିବାରୁ ଗଜପତି ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନଗା ଓ ଜିଲ୍ଲା ଶିକ୍ଷା ଅଧୂକାରୀ ଡ. ମାୟାଧର ସାହୁ ସମସ୍ତ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ବନ୍ଧୁ ମିଳନ ପାରଳାଖେମୁଣ୍ଡି,3/5(ତାରିଣୀ ପ୍ରସାଦ ପଣ୍ଡା ):

କବିଚନ୍ଦ୍ର ସାହିର କାର୍ଯ୍ୟାଳୟରେ ଆଜି ମେ ତିନି ତାରିଖ, ସକାଳ ନ ଟାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି ହର ପ୍ରସାଦ ସୁଆର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଓ ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ , ପ୍ରଗତି ମହିଳା ସଂଗଠନ ସମ୍ପାଦିକା ତନୁଜା ଶତପଥୀ ଯୋଗ ଦେଇଥିଲେ. ବୃନ୍ଦାବନ ସୁଆର ଙ୍କ ଜୀବନୀ ଏବଂ କବିତା ,ପୁସ୍ତକ ବିଷୟ ରେ ଆଲୋଚନା କରାଯାଇଥିଲା ଆଗାମୀ ଦିନ ରେ କେମିତି ଏହି କବିତା,

ଏବଂ ତାଙ୍କ ଜୀବନୀ କୁ ନେଇ ପ୍ରତ୍ୟେକ ସ୍କୁଲ୍ କଲେଜ୍ ରେ କୁଇଜ୍ ପ୍ରତିଯୋଗିତା ହେବ ସେ ବିଷୟ ରେ ଆଲୋଚନା କରାଯାଇଥିଲା ବୃନ୍ଦାବନ ସୁଆର ଙ୍କ ଆଗାମୀ ଜନ୍ମ ତିଥି ରେ ଏକ ସ୍ମରଣିକା ପତ୍ରିକା ଉନ୍ମଚନ କରିବା ପାଇଁ ନିଷ୍ପତି ନିଆଗଲା, କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ , ବିଜୟ କୁମାର ପଣ୍ଡା, ବସନ୍ତ କୁମାର ପଣ୍ଡା, ସୁରେଶ କୁମାର ପଣ୍ଡା , ଏବଂ ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ ମହୋଦୟ.
ଗଜପତି ପୋଲିସର ବଡ଼ ସଫଳତା….. 2 ହଜାର କିଲୋରୁ ଉର୍ଦ୍ଧ 2 କୋଟି ଟଙ୍କା ଉର୍ଦ୍ଧ ଗଞ୍ଜେଇ ଜବତ ପାରଳାଖେମୁଣ୍ଡି, 3/5(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି. ଜଙ୍ଗଲ ମଧ୍ୟରୁ 2 ହଜାର କିଲୋରୁ ଉର୍ଦ୍ଧ 2 କୋଟି ଟଙ୍କାରୁ ଉର୍ଦ୍ଧ ଚୋରା ଗଞ୍ଜେଇକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଅଡ଼ବା ଥାନା ଅନ୍ତର୍ଗତ ହାଇସ୍କୁଲ ନିକଟସ୍ଥ ଜଙ୍ଗଲରୁ ୨ କୋଟି ଟଙ୍କାର ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ପରିମାଣ ୨ଟନ୍‌ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ରା. ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁ ସୂଚନା ଦେଇଛନ୍ତି।

ଗତ 3 ଦିନ ତଳେ ଏକ ବିଶେଷ ସୂତ୍ରରୁ ଗଜପତି ପୋଲିସ ନିକଟରେ ଖବର ପହଁଚିଲା ଯେ ବିପୁଳ ପରିମାଣର ଗଞ୍ଜେଇକୁ ଅନ୍ତରବା ଗାଁ ନିକଟସ୍ଥ ଜଙ୍ଗଲରେ ବିପୁଳ ମାଟି ତଳେ ଲୁଚାଇ ରଖାଯାଇଛି. ଏଥିନେଇ ରାକେଶ ସାହୁ ଏସ୍‌ଡିପିଓଙ୍କ ନେତୃତ୍ବରେ ଅଡ଼ବା ଓ ମୋହନା ଥାନା ପୁଲିସଟିମ ଚଢ଼ଉ କରିଥିଲେ । ଜଙ୍ଗଲରେ ଲୁଚା ଯାଇଥିବା ସ୍ଥାନରେ ମାଟି ଖୋଳି ଗଞ୍ଜେଇକୁ ବାହାର କରାଯାଇଥିଲା. ୮୦ ଗୋଟି ବସ୍ତାରେ ୨009 କିଲୋ ଗଞ୍ଜେଇ ଥିବା ଜଣା ପଡିଥିଲା. ଅଡ଼ବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ, ମୋହନା ଥାନା ଅଧୂକାରୀ ଓମ ନାରାୟଣ ପାତ୍ରଙ୍କ ସହ ପୋଲିସଟିମ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *