ଭୁବନେଶ୍ୱର // ମହାନଦୀ ସୁପରଫାଷ୍ଟ ହିନ୍ଦୀ ଦୈନିକ ଖବରକାଗଜର ଷଷ୍ଠ ବର୍ଷ ପୂର୍ତ୍ତି ସମାରୋହ

Spread the love

ମହାନଦୀ ସୁପରଫାଷ୍ଟ ହିନ୍ଦୀ ଦୈନିକ ଖବରକାଗଜର ଷଷ୍ଠ ବର୍ଷ ପୂର୍ତ୍ତି ସମାରୋହ ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନା ଚକ୍ର ଏବଂ ଓଡ଼ିଶା ଉକ୍ରର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ତା ୨.୫ : (ଦର୍ଶନ ସମୀକ୍ଷା)

ମଣିଷଠାରୁ ଟେକ୍ନୋଲୋଜି କୌଣସି ପ୍ରକାରେ ବଡ଼ ନୁହେଁ, ତେବେ ସାମ୍ପ୍ରତିକ ବିଶ୍ୱର ପରିବର୍ତ୍ତିତ ପରିସ୍ଥିତିରେ ଟେକ୍ନୋଲୋଜିର ବ୍ୟବହାର ଅବସମ୍ଭାବୀ ହୋଇପଡ଼ିଥିବାରୁ ଏହାକୁ କିଭଳି ସମାଜର ହିତ ପାଇଁ ସୁନିୟନ୍ତ୍ରିତ ଢଙ୍ଗରେ ବ୍ୟବହାର କରାଯାଇପାରିବ, ସେଥିପ୍ରତି ସବୁ କ୍ଷେତ୍ରରେ ବିଶେଷକରି ସମ୍ବାଦପତ୍ର ଓ ଗଣମାଧ୍ୟମ ଅତ୍ୟନ୍ତ ସତର୍କତା ଓ ସଜାଗ ରହିବା ଜରୁରୀ ବୋଲି ପି.ଆଇ.ବି. ଅତିରିକ୍ତ ମହାନିର୍ଦ୍ଦଶକ ଅଖିଳ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଗୀତ ଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଓଡ଼ିଶା (କଟକ) ତଥା ଛତିଶଗଡ଼ରୁ ଏକକାଳୀନ ପ୍ରକାଶ ପାଉଥିବା ଦୈନିକ ହିନ୍ଦୀ ଖବରକାଗଜ ‘ମହାନଦୀ ସୁପରଫାଷ୍ଟ’ର ଷଷ୍ଠବର୍ଷ ପୂର୍ତ୍ତି ଉପଲକ୍ଷେ ‘ଏ.ଆଇ. ଚାଲେଞ୍ଜେସ୍: ଫର ମିଡ଼ିଆ କଣ୍ଟେଟ୍’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ସହିତ ‘ଉକ୍ରର୍ଷ ଓଡ଼ିଶା ସମ୍ମାନ ପ୍ରଦାନ’ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ମହାନଦୀ ସୁପରଫାଷ୍ଟର ସମ୍ପାଦକ ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପି.ଆଇ.ବି. ଏଡିଜି ଶ୍ରୀ ମିଶ୍ରଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରସାଦ ହରିଚନ୍ଦନ, ବିଜେପିର ବରିଷ୍ଠ ନେତା ଡ. ମୁରଲୀ ମନୋହର ଶର୍ମା, ଅନୁଗୋଳ-ସୁକିନ୍ଦା ରେଲୱେ ପ୍ରୋଜେକ୍ଟ ଲିମିଟେଡର ଏମ୍.ଡି. ଦିଲ୍ଲୀପ କୁମାର ସାମନ୍ତରାୟ ସୁଶୃତ ହସ୍ପିଟାଲ୍ ଓ ଟ୍ରମା କେୟାର ସି.ଇ.ଓ. ଚିଦତ୍ମିକା ଖଟୁଆ, ବରିଷ୍ଠ ସାମ୍ବାଦିକ ତଥା କ୍ୟାପିଟାଲ୍ ପୋଷ୍ଟର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ଡ଼. ଭି ରାଜେନ୍ଦ୍ର ରାଜୁ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ କୃତି୍ରମ ବୁଦ୍ଧିମତା ବା ଏ.ଆଇ ର ପ୍ରୟୋଗ କ୍ଷେତ୍ରରେ ପ୍ରତ୍ୟେକ ମଣିଷ ବିଶେଷକରି ଗଣମାଧ୍ୟମ ନିହାତି ସତର୍କତା ଅବଲମ୍ବନ କରିବା ବା‚ନୀୟ । କାରଣ ସୁନିୟନ୍ତ୍ରିତ ଢଙ୍ଗରେ ଯଦି ଏ.ଆଇ. ର ବ୍ୟବହାର କରା ନଯାଏ, ତା’ର ପ୍ରତିକୂଳ ପ୍ରଭାବ ସମାଜ ଉପରେ ପଡ଼ିବ, ସେଥିପାଇଁ ଅଧିକ ଧ୍ୟାନ ଦିଆଯିବା ଜରୁରୀ । ଉକ୍ରଳ ସମ୍ମିଳନୀ ଜରିଆରେ ଆନେ୍ଦାଳନ କରି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ କରିବାରେ ମୁଖ୍ୟ ବିନ୍ଧାଣୀ ଉକ୍ରଳ ଗୌରବ ମଧୁସୂଦନ ଦାସ ଏବଂ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଓଡ଼ିଶା ମାଟି ପାଇଁ ବିଶେଷ ଅବଦାନକୁ ସ୍ମରଣ କରିବା ନିମନ୍ତେ ସେମାନଙ୍କୁ ମରଣୋତ୍ତର ଭାରତରତ୍ନ ଉପାଧି ଦିଆଯିବାକୁ ସେ ଦାବି କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ମିଶ୍ର କୃତି୍ରମ ବୁଦ୍ଧିମତା (ଏ.ଆଇ.)ର ବ୍ୟବହାର ବର୍ତ୍ତମାନ ସମାଜର ଆବଶ୍ୟକତା ହୋଇପଡ଼ିଥିବା ଦୃଷ୍ଟିରୁ ଏହାକୁ ଗଣମାଧ୍ୟମ ସମାଜର ହିତ ପାଇଁ ବ୍ୟବହାର ସୁନିୟନ୍ତ୍ରିତ ଢଙ୍ଗରେ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିଭାଧାରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷ ମାନେ ହେଲେ ନାରାୟଣ ମୁଦୁଲି (ହିନ୍ଦୀ ଲେଖକ ଏବଂ ସାହିତ୍ୟ),ଉକôଳ ଭୂଷଣ ରାଉତରାୟ (ରେଳ ୟୁନିଅନର ନେତା),ପ୍ରଭାତ କୁମାର ରାଉତ (ଶିକ୍ଷାବିତ୍ ),ୟେଲିନା ପଣ୍ଡା (ରାଜଭାଷା ଅଦିକାରୀ / ପୂର୍ବ ତଟ ରେଳପଥ), ଶେଖ ରିଆଜ ମହମ୍ମଦ (ସମ୍ପାଦକ ଆକବରନାମା ଉର୍ଦ୍ଦୁ ଖବରକାଗଜ),ହର ପ୍ରସାଦ ଦାସ (ସାମ୍ବାଦିକ ତଥା ପରିଚାଳନା ସମ୍ପାଦକ, ମହାନଦୀ ସୁପରଫାଷ୍ଟ) କମଲ ଅଗ୍ରୱାଲ (ସମାଜସେବୀ ଏବଂ ଶିଳ୍ପପତି ଅନୀତା ଅଗ୍ରୱାଲ ସମାଜସେବୀ ସଭାପତି, ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ),ରାଜେଶ ଦାହିମା (ବରିଷ୍ଠ ସାମ୍ବାଦିକ), ବିକାଶ ଶର୍ମା (ସାମ୍ବାଦିକ),ସମ୍ୟ ରଂଜନ ରାଉତ (ସାମ୍ବାଦିକ) । ଧତିୃକାମ ଦାସ ସଭା ସଂଚାଳନ କରିଥିଲା ବେଳେ ପାର୍ଥସରରଥି ଜେନା ସହଯୋଗ କରିଥିଲେ । ଶେଷରେ ନୃସିଂହ ମହାପାତ୍ର ଧନ୍ୟବାଦ ଦେଇଥିଲୋ

Leave a Reply

Your email address will not be published. Required fields are marked *