ପଣ୍ତିତ ଉତ୍କଳମଣି ଗୋପବନ୍ଧୁ ଦାସ// ଯେଉଁ ଜମିଦାରମାନେ ଗୋଡ଼ରେ ଆଡେଇ ଥିଲେ ସେମାନଙ୍କ ନାଁ କେହି ମନେ ରଖିନାହାନ୍ତି। କିନ୍ତୁ ଗୋପବନ୍ଧୁଙ୍କ ପାଇଁ ଆଜି ବି ଘରେ ଘରେ ଦୀପ ଜଳୁଛି

Spread the love

ସେ କହୁଥିଲେ “ମିସୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ “

ପଣ୍ତିତ ଉତ୍କଳମଣି ଗୋପବନ୍ଧୁ ଦାସ

ତାଙ୍କ ଉପରେ ଏକ ସତ୍ୟ ଓ ତାଙ୍କର ଘରେ ଘରେ ବୁଲିବା କାହାଣୀ

1919 ମସିହା “ସମାଜ” କାଗଜ ଆରମ୍ଭ କରିବା ପାଇଁ ଟଙ୍କା ନାହିଁ। ଗୋପବନ୍ଧୁ ଦାସ ନିଜେ ବାଲ୍ଟିରେ କାଗଜ ଧରି କଟକ ସହରେ ଘରେ ଘରେ ବୁଲିଲେ। ଦାନ ମାଗିଲେ: _”ଓଡ଼ିଆ ଜାତି ପାଇଁ ଏଇ କାଗଜ, ଆପଣ ସାହାଯ୍ୟ କରନ୍ତୁ”_କିନ୍ତୁ କ’ଣ ହେଲା?

ସେତେବେଳେ କଟକରେ ବଡ଼ ବଡ଼ ଜମିଦାର, ବେପାରୀ, ସାହୁକାର ଥିଲେ। ସେମାନେ କହିଲେ”କାଗଜ କରି କ’ଣ ହେବ? ଲୋକ ପଢ଼ିବେନି” “ତୁମେ ବ୍ରିଟିଶ ବିରୁଦ୍ଧରେ ଲେଖିବ, ଆମ ବ୍ୟବସାୟ ନଷ୍ଟ ହେବ” କେହି କେହି ତ ଘରୁ ବିଦାକଲେକହିଲେ _”ଭିକାରୀ ଭଳି ଘରେ ଘରେ କାହିଁକି ବୁଲୁଛ?ମାତ୍ର 2 ଟଙ୍କାସଂଗ୍ରହ ହେଲା। ଅନେକ ଲୋକ ତ ଗାଳି କରି ବାହାର କରିଦେଲେ

କାହିଁକି ସାହାଯ୍ୟ କଲେନି (ଡର) ବ୍ରିଟିଶ ସରକାର ଗୋପବନ୍ଧୁ ଙ୍କୁ ସାହାଯ୍ୟ କଲେ ଜେଲ୍ ପଠାଇଦେବେ ବୋଲି ଭୟ

ସ୍ୱାର୍ଥ ଭାବନାରେ ଜମିଦାରମାନେ

ଅନ୍ଧକାରେ ଲୋକ ରହିଲେ ଭଲ ସେମାନଙ୍କ ଶାସନ ଚାଲିବ ଅହଂକାର “ଓଡ଼ିଆ କ’ଣ କରିବ? ଆମେ ତ ଇଂରେଜ ସହ ମିଶି ସୁଖରେ ଅଛୁ”.

ବିଶ୍ୱାସ ଅଭାବ: ସେତେବେଳେ କେହି ବିଶ୍ୱାସ କରିନଥିଲେ ଗୋଟେ ଓଡ଼ିଆ କାଗଜ ସାରା ଓଡ଼ିଶାକୁ ଜାଗ୍ରତ କରିପାରିବ କିନ୍ତୁ ଗୋପବନ୍ଧୁ ହାର ମାନିଲେ ନାହିଁ ନିଜ ଘର ବନ୍ଧା ପକାଇଲେ, ନିଜ ଜମି ବିକ୍ରି କରିଦେଲେ, ପୁଅର ଶ୍ରାଦ୍ଧରେ ବି କାଗଜ ଛାଡ଼ିଲେନି। ସେ କହିଲେ_”ମୁଁ ଭିକ ମାଗୁନି, ମୁଁ ଦେଶ ପାଇଁ ମାଗୁଛି_ ଆଜି ସମାଜ” କାଗଜ 100 ବର୍ଷ ପୁରୁଣା ଓଡ଼ିଶାର ସବୁଠୁ ବଡ଼ ଓ ଶ୍ରେଷ୍ଟ କାଗଜ।

ଯେଉଁ ଜମିଦାରମାନେ ଗୋଡ଼ରେ ଆଡେଇ ଥିଲେ ସେମାନଙ୍କ ନାଁ କେହି ମନେ ରଖିନାହାନ୍ତି। କିନ୍ତୁ ଗୋପବନ୍ଧୁଙ୍କ ନାଁ ଆଜି ବି ଘରେ ଘରେ ନିଆଁ ଭଳି ଜଳୁଛି

ଆଜି ବି ସମାନ କଥା ଯିଏ ସମାଜ ପାଇଁ କାମ କରେ ପ୍ରଥମେ ତାକୁ ସମାଜ ଗାଳି କରେ। କିନ୍ତୁ ସେ ଜିତିଗଲେ, ଗାଳି କରିଥିବା ଲୋକେ ହିଁ ତାଙ୍କୁ ପୂଜା କରନ୍ତି

ଗୋପବନ୍ଧୁ ଦାସଙ୍କ କଥା ମୁଁ କେବେ କାହାଠୁ ସାହାଯ୍ୟ ମାଗିନି, ମୁଁ କେବେ କାହାକୁ ସାହାଯ୍ୟ କରିବାକୁ କହିନି। ମୁଁ କେବଳ ନିଜ କାମ କରିଗଲି_

ଏଇଟା ସମାଜର ସବୁଠୁ ବଡ଼ ଦୁର୍ଭାଗ୍ୟ। ଧନୀ ଲୋକଙ୍କ ପାଖରେ ଟଙ୍କା ଥିଲା, କିନ୍ତୁ ଦେଶ ପାଇଁ ମନ ନ ଥିଲା। ଗୋପବନ୍ଧୁଙ୍କ ପାଖରେ ଟଙ୍କା ନ ଥିଲା, କିନ୍ତୁ ଦେଶ ପାଇଁ ଜୀବନ ଥିଲା।

ଜୟ ଉତ୍କଳମଣି ଜୟ ସମାଜ ତ୍ୟାଗ, ତାଙ୍କ ଲେଖନୀ, ତାଙ୍କ ଜୀବନ — ଆମ ପାଇଁ ଚିର ପ୍ରେରଣା ଓଡ଼ିଆ ଜାତିର ସତ୍ୟିକାର ନାୟକ ଆପଣଙ୍କ ଭକ୍ତି ସାର୍ଥକ ହେଉ

ସେ କହୁଥିଲେ “ମିସୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ”

ଜୟ ଉତ୍କଳମଣି ଜୟ ସମାଜ ତ୍ୟାଗ, ତାଙ୍କ ଲେଖନୀ, ତାଙ୍କ ଜୀବନ — ଆମ ପାଇଁ ଚିର ପ୍ରେରଣା

Leave a Reply

Your email address will not be published. Required fields are marked *