କଥା ଏତିକି ବାସ୍ //ବେଲ ପାଚିଲେ କୁଆର କିଛି ଲାଭ ନଥାଏ -ତୁଷାରକାନ୍ତ ଶତପଥି ଭୁବନେଶ୍ୱର

Spread the love

(୧)”ବେଲ ପାଚିଲେ କୁଆର କିଛି ଲାଭ ନଥାଏ”, କିନ୍ତୁ ସୁସ୍ୱାଦୁ ବେଲପଣା ପିଇବାକୁ ଯୋଗ୍ୟ ପିଅନ୍ତି।
(୨)”ମୀନର ଥଣ୍ଟ ବଢିଲେ” ପୂର୍ବ ତୁଳନାରେ “ଅଧିକ ଦୂରର ମାଛଙ୍କପାଇଁ ଅଧିକ ବିପଦ ମାଡିଆସେ।”

ବର୍ତ୍ତମାନର ଆର୍ଥିକ ରିପୋର୍ଟ ଏବଂ “ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ (Bloomberg Billionaires Index)” ଅନୁଯାୟୀ,
“ଦ୍ୱିତୀୟ ରାଷ୍ଟ୍ରୀୟ ସେଠ + ରାଷ୍ଟ୍ରୀୟ ମିତ୍ର” ଶ୍ରୀ ଗୌତମ ଆଦାନୀ ମହାଶୟ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ପୁଣି ଥରେ ନିଜର ସ୍ଥାନ ଦୃଢ଼ କରିଛନ୍ତି। ଏଥିପାଇଁ ଅକ୍ଳାନ୍ତ ପରିଶ୍ରମ କରି ଯଥେଷ୍ଟ ଅବଦାନ ରଖୁଥିବା “ଏକନମ୍ବରୀ ରାଷ୍ଟ୍ରୀୟ ମିତ୍ର”ଙ୍କ ଉଦ୍ଦେଶ୍ୟରେ ଦେଶର “ଆବାଳ ବୃଦ୍ଧ ବନିତା ଜନତା”ଙ୍କ ତରଫରୁ କୃତଜ୍ଞତା ଓ ଶତକୋଟି ପ୍ରଣାମ ଅର୍ପଣ କରାଯାଉ।
“ଏହି ସମ୍ପର୍କିତ କିଛି ମୁଖ୍ୟ ତଥ୍ୟ ନିମ୍ନରେ ଦିଆଯାଇଛି”:-
୧. ସମ୍ପତ୍ତିର ପରିମାଣ:-
ଶ୍ରୀ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି। ସେ “ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁକେଶ ଅମ୍ବାନୀ”ଙ୍କୁ ପଛରେ ପକାଇ ଏହି ଗୌରବ ହାସଲ କରିଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସେ ବର୍ତ୍ତମାନ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
୨. ଶେୟାର ବଜାରରେ ବୃଦ୍ଧି:-
ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡିକର ଶେୟାର ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ଘଟିବା ଫଳରେ ତାଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ହୋଇଛି,
ବିଶେଷ କରି “ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟସ୍ ଓଆଦାନୀ ପାୱାର” ସେୟାରଗୁଡିକର। ଏଥିପାଇଁ ଯଥେଷ୍ଟ ଅବଦାନ ରଖୁଥିବା”ଜାତୀୟ ବ୍ୟାଙ୍କସମୂହ ଓ ଜୀବନ ବୀମା ନିଗମ ଇତ୍ୟାଦି ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକ ପ୍ରତି କୃତଜ୍ଞତା ଅର୍ପଣ କରାଯାଉ।
୩.ବିବିଧ ବ୍ୟବସାୟିକ ସାମ୍ରାଜ୍ୟ:-
ତାଙ୍କର ସଫଳତାର ମୁଖ୍ୟ କାରଣ ହେଉଛି “ଭିତ୍ତିଭୂମି (Infrastructure) କ୍ଷେତ୍ରରେ ଏକାଧିକ ବ୍ୟବସାୟ”। ବନ୍ଦର, ବିମାନବନ୍ଦର, ବିଦ୍ୟୁତ ଉତ୍ପାଦନ, ଏବଂ ନବୀକରଣ ଯୋଗ୍ୟ ଶକ୍ତି (Renewable Energy) କ୍ଷେତ୍ରରେ ତାଙ୍କର ଦୃଢ଼ ଉପସ୍ଥିତି ରହିଛି।
ଏ ଦିଗରେ ଯତ୍ପୋରନାସ୍ତି ଅବଦାନ ରଖୁଥିବାଙ୍କୁ ଶ୍ରୀଜଗନ୍ନାଥେ ଘଣ୍ଟ ଘୋଡେଇ, ଶଂଖରେ ପୁରେଇ ଚକ୍ର ଆଢୁଆଳରେ ରଖିଥାଆନ୍ତୁ।
ଆଦାନୀ ମହାଶୟଙ୍କୁ ତ ରଖିଛନ୍ତି ଓ ସେ ନ ଆସିବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ରଥ ଅଚଳ ଅବସ୍ଥାରେ ରହି ସାଲବେଗଙ୍କ “ସାତଶ ପଚାଶ କୋଷ ଦିଗ ଦିଶୁନାହିଁ, ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି…।”ଇତିହାସର ପୁନରାବୃତ୍ତି କରାଉଛି।
“ଆଦାନୀଙ୍କ ସମ୍ପତ୍ତି ଓ ଆମ ସମୟର ସତ୍ୟ”:-
୧. ‘ବେଲ ପାଚିଲେ କୁଆର କିଛି ଲାଭ ନଥାଏ”:
ଆଦାନୀ ଏସିଆର ଏକ ନମ୍ବର ଧନୀ ହେବା ଖବରଟି ଠିକ୍ “ବେଲ ପାଚିଲା” ଭଳି। ବେଲ ପାଚିଲେ ତା’ର ସୁବାସ ଚାରିଆଡ଼େ ପ୍ରସରିଯାଏ, କିନ୍ତୁ ସାଧାରଣ ଜନତା (କୁଆ) ପାଇଁ ସେଥିରେ କିଛି ସ୍ୱାଦ ନଥାଏ। ବେଲର ଶକ୍ତ କୋଷ ଭିତରେ ଥିବା ସୁସ୍ୱାଦୁ ମାଂସଳ ଅଂଶ କେବଳ ସେହିମାନେ ହିଁ ପିଇବାକୁ ସକ୍ଷମ ହୁଅନ୍ତି, ଯେଉଁମାନଙ୍କ ପାଖରେ ତାକୁ ଭାଙ୍ଗିବାର କ୍ଷମତା ବା ସମ୍ବଳ ଅଛି। ଅର୍ଥାତ୍, କର୍ପୋରେଟ୍ ଜଗତର ଏହି ସଫଳତା ବଡ଼ ବଡ଼ନେତା, ନିବେଶକ ଓ ବଜାର ପାଇଁ “ସୁସ୍ୱାଦୁ ପଣା” ସଦୃଶ ହୋଇଥିବା ବେଳେ ସାଧାରଣ ଖାଉଟି ପାଇଁ ଏହା କେବଳ ଏକ ଦୂରରୁ ଦେଖିବା ଭଳି ଖବର ମାତ୍ର।
୨. ‘ବଗର ଥଣ୍ଟ ବଢିଲେ ମୀନ(ଛୋଟମାଛ)କୁ ବିପଦ ‘;
ଯେତେବେଳେ ଜଣେ ଶିଳ୍ପପତିଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବା “ଥଣ୍ଟ”ର ପରିସର ବଢ଼ିଯାଏ, ସେତେବେଳେ ତାହା କେବଳ ନିକଟରେ ଥିବା ପ୍ରତିଯୋଗୀ ନୁହେଁ, ବରଂ ଦୂରରେ ଥିବା ଛୋଟ ଛୋଟ ବ୍ୟବସାୟୀ , ସାଧାରଣ ଜନତାମାନଙ୍କ(ଛୋଟମାଛ)ପାଇଁ ବିପଦ ସୃଷ୍ଟି କରେ। ଏକାଧିକ କ୍ଷେତ୍ରରେ (ବନ୍ଦରଠାରୁ ବିମାନବନ୍ଦର) ଆଧିପତ୍ୟ ବିସ୍ତାର କରିବା ଫଳରେ ବଜାରର ସ୍ୱାଧୀନତା ସଙ୍କୁଚିତ ହେବାର ଆଶଙ୍କା ରହିଥାଏ।
“ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ବଜରଙ୍ଗବାଲୀ କି-ଜୟ।”

Leave a Reply

Your email address will not be published. Required fields are marked *