Spread the love

୧୧୦୯ଟି ମଦ ଦୋକାନ ପାଇଁ ୨୬ ହଜାର ୬ ଶହ ଜଣ ଆବେଦନ କରିଥିଲେ । ଲଟେରୀ ହୋଇଥିବା ୯୬୦ଟି ଦୋକାନ ମଧ୍ୟରୁ ୫୦% ବିହାରର ବ୍ୟବସାୟୀ ହାତେଇବାରେ ସଫଳ ହୋଇଛନ୍ତି।

୨୦୨୧ ମସିହାରେ ୧୨୯୭ଟି ମଦ ଦୋକାନ ପାଇଁ ୧୯୪୧୬ ଜଣ ଆବେଦନ କରିଥିଲେ । ସେତେବେଳେ ମଦ ଦାକାନ ଲାଇସେନ୍ସ ପ୍ରକ୍ରିୟାରେ ଲଟେରୀ ପାଇଁ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା । ଯାହାକି ନନ୍‌ ରିଫଣ୍ଡେବଲ୍‌ । ଅର୍ଥାତ୍‌ ଲାଇସେନ୍ସ ନମିଳିଲେ ଟଙ୍କା ଫେରସ୍ତ ନାହିଁ । ଏବେ ତାହା ₹୩ ଲକ୍ଷ ହୋଇଛି!

ଭୁବନେଶ୍ୱରରେ ୫୦ଟି ଦୋକାନ ମଧ୍ୟରୁ ୨୨ଟି ବିହାରର ବ୍ୟବସାୟୀଙ୍କ ହାତକୁ ଯାଇଛି । କଟକରେ ୨୮, ପୁରୀରେ ୭, ଝାରସୁଗୁଡ଼ାରେ ୧୦, ମୟୂରଭଞ୍ଜରେ ୧୮, ଯାଜପୁରରେ ୧୫, ନୟାଗଡ଼ ୯ଟି ଦୋକାନୀ ବିହାରୀଙ୍କ ହାତକୁ ଯାଇଛି ।

Leave a Reply

Your email address will not be published. Required fields are marked *