ବିଶିଷ୍ଟ ସମାଜସେବୀ ତଥା ପଞ୍ଚସଖା ଗଣନାଟ୍ୟର ସତ୍ୱାଧିକାରୀ କାବୁ ପଣ୍ଡାଙ୍କ ଦେହାନ୍ତ ।
କଟକ-ଅଶୋକ ବିଶ୍ଵାସ (ଦର୍ଶନ ସମୀକ୍ଷା)
ଜଣେ ମିଷ୍ଟଭାଷୀ, ଧର୍ମପରାୟଣ, ସମାଜସେବୀ,ସଂସ୍କୃତି ସମ୍ପର୍ଣ ବ୍ୟକ୍ତିତ୍ୱ ତଥା ପଞ୍ଚସଖା ଗଣନାଟ୍ୟର ସତ୍ଵାଧିକାରୀ ବିଜୟ କୁମାର ପଣ୍ଡା (କାବୁ ପଣ୍ଡା) କଟକର ଜଗତପୁର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଗତ ୨୯ ତାରିଖ ( ଶୁକ୍ରବାର) ପ୍ରାତଃ ୬.୧୦ ସମୟରେ ଶେଷ ନିଶ୍ଵାସ ତ୍ୟାଗ କରିଲେ । କାବୁ ପଣ୍ଡା ଓଡିଶା ଯାତ୍ରା ଜଗତର ଏକ ଜଣାଶୁଣା ନାମ । ୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ପଞ୍ଚସଖା ଗଣନାଟ୍ୟ ଓଡିଶାର ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ନାଟକ ପରିବେଷଣ ଦ୍ଵାରା କଳାପ୍ରେମୀ ମାନଙ୍କ ମାନସ ପଟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ପଞ୍ଚସଖା ଗଣନାଟ୍ୟ ଦ୍ଵାରା ପ୍ରଯୋଜିତ ଆଧୁନିକ ଓ ସାମାଜିକ ନାଟକଗୁଡିକ ମଧ୍ୟରେ ” କଟକି ଝିଅଟା ଅଟକି ଗଲା”, ” ମା କାନ୍ଦେ ଲୁଚି ଲୁଚି”, ” ବେଇମାନ” ଓ “ସଜନୀ ଲାଜରେ ମୁଁ ଗଲି ମରି ” ବେଶ ସୁନାମ ଅର୍ଜନ କରିପାରିଥିଲେ। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କର ପରିବାର ଓ ବନ୍ଧୁଗଣଙ୍କ ବହୁଚେଷ୍ଟା ସତ୍ତ୍ୱେ ତାଙ୍କୁ ଏହି ରୋଗରୁ ଉଦ୍ଧାର କରି ପାରିନଥିଲେ । ଶେଷ ସମୟରେ ତାଙ୍କ ନିକଟରେ ତାଙ୍କ ସହଧର୍ମିଣୀ,ଝିଅ ଆଦ୍ୟାଶ୍ରୀ , ପୁଅ ପୁରବ୍ , ଜେଷ୍ଠ ଭ୍ରାତା ବାବୁଲି, କନିଷ୍ଠ ଭ୍ରାତା ଅଜୁ ଓ ଅଶୋକ ଏବଂ ପୁତୁରା କାନ୍ହା ଓ ଭିକି ଉପସ୍ଥିତ ଥିଲେ। ତାଙ୍କର ମରଶରୀରକୁ ପ୍ରଥମେ କଟକ ବଙ୍ଗାଳୀସାହିି ସ୍ଥିତ ବାସଭବନକୁ ଅଣାଯାଇଥିଲା ଏବଂ ତତ୍ପରେ ପୁରୀ ସ୍ଵର୍ଗଦ୍ଵାର କୁ ନିଆଯାଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ପୁତ୍ର ପୁରବ୍ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ବେଳେ ତାଙ୍କର ୬୦ ବର୍ଷ ବୟସ ହୋଇଥିଲା। ଉକ୍ତ ଅନ୍ତେଷ୍ଟିକ୍ରିୟାରେ ତାଙ୍କର ପରିବାର ସହ ଶତାଧିକ ବନ୍ଧୁ ଓ ପ୍ରିୟଜନ ଯୋଗ ଦେବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ତାଙ୍କର ଅତିପ୍ରିୟ ଶଖା ଭାରତ ଭୂଷଣ ମହାପାତ୍ର, ଶୁଭକରଣ୍ , ମାନିନାନି ଓ ପ୍ରଭାତ ମହାନ୍ତି ଙ୍କ ସହ କିଶୋର ଦାସ, ଜୁବୁଲି, ଜୀତେନ୍ଦ୍ର ପଣ୍ଡା, ଟୁନୁ,ଗୁନେଇ,ପ୍ରତାପ, ହଗୁରା,ବୁବୁ ଲେଙ୍କା,ମହେଶ୍ ଦାଗା,ପ୍ରେମା, ମନୋଜ ଅକ୍ଷୟ,ବାବୁନା ଏବଂ ତପନ ଓ ଅଶୋକ ବିଶ୍ବାସ ଶେଷକୃତ୍ୟ ସମ୍ପନ୍ନ ସମୟରେ ସ୍ଵର୍ଗଦ୍ଵାରଠାରେ ଉପସ୍ଥିତ ଥିଲେ ।












Leave a Reply