ତା୦୪.୦୬.୨୦୨୬ରିଖ,
ତା୦୩.୦୬.୨୦୨୬ରିଖର “ସ୍ୱତନ୍ତ୍ର ତଡକା” ଶୀର୍ଷକରେ ଲେଖିଥିଲି,
” ତା୦୪.୦୬.୨୦୨୧ରିଖରେ ମୋ ଶରୀରରେ ତିନୋଟି ଅପରେସନ ହେବା ପରେ ପରେ, ମୋର ହୃଦକ୍ରିୟା ୩୦ ସେକେଣ୍ଡପାଇଁ ବନ୍ଦ ହୋଇଯାଇଥିଇଥିବାରୁ , ଡାକ୍ତର ମହାଶୟ ମୋତେ “ମୃତ ବୋଲି ଘୋଷଣା କରିବାପରେ” , ମୋର ପୁଣି ହୃଦଯନ୍ତ କାମ କରିବା ଆରମ୍ଭ କରିଥିଲା ।
୦୭ ଦିନପରେ ଟିକିଏ ସାଷ୍ଟାଙ୍ଗହୋଇ ଘରକୁ ଫେରିବା ସମୟରେ ଡାକ୍ତର ମହାଶୟ କହିଥିଲେ ଯେ, “ଶତପଥୀ ମଉସା ଆହୁରି ୦୫ ବର୍ଷ ଟାଣିନେବେ, ଯାହା ଆଜି (୦୩.୦୬.୨୦୨୬ ତାରିଖରେ) ପୂରଣହେଉଛି।”
ସଂଯୋଗବଶତଃ, ଆଜି (୦୩.୦୬.୨୦୨୬) ବି ” ମୋ ଶରୀରରେ କ୍ୟାନସର ସେଲର ଉପସ୍ଥିତ ବାବଦରେ ଆକଳନ କରାଯିବାକୁ”, ମୋର “WHOLE BODY PET CT SCAN” କରାଯିବ।
ଅତୀତର ପ୍ରତ୍ୟେକ ଏଭଳି “PET CT SCAN” ପୂର୍ବରୁ,
“ଶୋଲେ ହିନ୍ଦି ସିନେମା”ର ଖଳନାୟକ ଗବର ସିଂ’ଙ୍କ ପ୍ରସିଦ୍ଧ ସଂଳାପ,”:ଏବେ ତୋର କଣ ହେବ ରେ କାଲିଆ-अब तेरा क्या होगा रे कालिया?” ଆଧାରରେ, “ପାଞ୍ଚବର୍ଷ ତ ଖତମ୍ ହୋଇଗଲା, ଏବେ ତୋର କଣ ହେବ ରେ ତୁଷାରକାନ୍ତ–पांचसाल तो खत्म हो गए, अब तेरा क्या होगा रे तुषारकांत?”ଭଳି ସଂଳାପଟିଏ ମୋ କାନପାଖରେ କିଏଜଣେ କହି ଦେଉଛି।
ତା୦୪.୦୬.୨୦୨୧ରିଖର ୮୪ କେଜି ଓଜନ, ୪୨” ଅଣ୍ଟାର ୦୬ ଫୁଟିଆ ମଣିଷଟିଏ, ତା୩.୦୬.୨୦୨୧ରିଖରେ ୬୦କେଜିଆ, ୪୨”ଅଣ୍ଟାବାଲା ହୋଇ,”ଫସଲ କିଆରୀରେ ପଶୁପକ୍ଷୀ ଇତ୍ୟାଦିଙ୍କୁ ଡରେଇବା ପାଇଁ ରଖା ଯାଉଥିବା ଠେଙ୍ଗାଟିଏ ଉପରେ ଧଳାରଙ୍ଗର କଙ୍କାଳ ଚିହ୍ନଥିବା ହାଣ୍ଡିଟିଏ ଚେହେରାର ହୋଇଯାଇଛି।”
(୦୩.୦୬ର କାର୍ଟୁନ ଉପରେ।)
କାଲିଆ ମୃତ୍ୟୁପାଇଁ ପ୍ରସ୍ତୁତ ନଥିବାରୁ : ” ମୁଁ ଆପଣଙ୍କ ଲୁଣ ଖାଇଛି ସର୍ଦ୍ଦାର -मैंने आपका नमक खाया है सरदार” କହି ପ୍ରାଣଭିକ୍ଷା ମାଗିଥିଲେ ମଧ୍ୟ ଖବର ସିଂ ଗୁଳିରେ ଖଲାସ୍ ହୋଇଥିଲା,
“କିନ୍ତୁ ମୁଁ ତ ଚାହୁଁଛି। ଦେଖାଯାଉ।”
ଶୋଲେ ସିନେମାର ” କାଲିଆ” ଗୁଳି ଖାଇ ମରିଥିବା ଭଳି, ମୋର ୦୩.୦୬.୨୦୨୬ ରିଖର PET CT SCAN ଜଣାଇଛି ଯେ,”ଖଲାସ୍”, ଯାହା ମୁଁ ଚାହୁଁଛି,” ଅର୍ଥନାଶ,ଶରୀର ପୀଡ଼ା, ମନସ୍ତାପ ଓ ପରିବାରବର୍ଗଙ୍କୁ ଘୋଷାରିହେବାରୁ ରକ୍ଷାପାଇଁ।”
ସମସ୍ତଙ୍କୁ ଧନ୍ୟବାଦ ଓ କାହା କାହା ମନରେ ଦୁଃଖ ଦେଇଥିଲେ ନିଜ ମହନୀୟତାରେ କ୍ଷମା କରିବେ।
ବା ଏ ଏ ଏ ଏ……
ଶୋଲେ ସିନେମାର ” କାଲିଆ” ଗୁଳି ଖାଇ ମରିଥିବା ଭଳି, ମୋର ୦୩.୦୬.୨୦୨୬ ରିଖର PET CT SCAN ଜଣାଇଛି ଯେ, ମୁଁ”ଖଲାସ୍”ହେଇଯିବ ଦେଖା ଯାଉ କଣ ହେଉଛି- ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର
















Leave a Reply