ଝାରସୁଗୁଡ଼ା : ଶିଶୁ ବିବାହ ନିରାକରଣ ଓ କିଶୋର-କିଶୋରୀ ସଶକ୍ତିକରଣ ପାଇଁ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନା (DSAP) ଉନ୍ମୋଚିତ..
ଝାରସୁଗୁଡ଼ା : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ରେ ଶିଶୁ ବିବାହ ନିରାକରଣ ଏବଂ କିଶୋର-କିଶୋରୀ ଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ 2026- 2029 ଅବଧି ପାଇଁ ପ୍ରସ୍ତୁତ ହେଇଥିବବେଳେ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନା (District Strategic Action Plan-DSAP) ସମ୍ପର୍କିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଡି. ଏମ. ଏଫ. ଅଡିଟରିୟମ ହଲ ଠାରେ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବିଭିନ୍ନ ବିଭାଗ, ସଂସ୍ଥା ଓ ହିତାଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଶିଶୁ ବିବାହ ରୋକିବା ଏବଂ କିଶୋର-କିଶୋରୀଙ୍କ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା l କାର୍ଯ୍ୟକ୍ରମର ଆରମ୍ଭରେ ଅତିଥି ଓଅଂଶଗ୍ରହଣକାରୀଙ୍କୁ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ସ୍ୱାଗତ କରି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞlପନ କରିଥିଲେ l ପରେ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନା (DSAP) ର ଔପଚାରିକ ଉନ୍ମୋଚନ କରାଯାଇଥିଲା l ଏହି କାର୍ଯ୍ୟଯୋଜନା ମାଧ୍ୟମରେ ଶିଶୁ ଓ କିଶୋର-କିଶୋରୀଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ବିକାଶକୁ ପ୍ରାଥମିକତା ଦିଆଯାଇଛି l ଶିଶୁ ସୁରକ୍ଷା ବିଶେଷଜ୍ଞ ଭାବେ ବରିଷ୍ଠ ପରାମର୍ଶଦାତା, ଶିଶୁ ସୁରକ୍ଷା , ୟୁନିସେଫ, ଭୁବନେଶ୍ୱର ଶ୍ରୀଯୁକ୍ତ ଘାସିରାମ ପଣ୍ଡା ଏବଂ ସହକାରୀ ରାଜ୍ୟ ସଂଯୋଜିକା, ଅଦ୍ଵିକା ସୁଶ୍ରୀ ଶକୁନ୍ତଳା ଦାଶ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ମୁଖ୍ୟ ବିଷୟବସ୍ତୁ ଉପସ୍ଥାପନ କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟ, ସମସ୍ତ ବିଭାଗ ର ସକ୍ରିୟ ଅଂଶଗ୍ରହଣ, ନିରୀକ୍ଷଣ ବ୍ୟବସ୍ଥା, ରିପୋର୍ଟିଂ ପ୍ରଣାଳୀର ଗୁରୁତ୍ୱ ଏବଂ ସମୀକ୍ଷା ଉପରେ ଆଲୋକପାତ କରିଥିଲେ l UNICEF ଏବଂ ଶିଶୁ ସୁରକ୍ଷା କ୍ଷେତ୍ରର ବିଶେଷଜ୍ଞମାନେ କାର୍ଯ୍ୟଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ କୌଶଳ ଏବଂ ହିତାଧିକାରୀଙ୍କ ଭୂମିକା ସମ୍ପର୍କରେ ମତାମତ ରଖିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଯୋଗଦେଇ ଶିଶୁ ବିବାହ ମୁକ୍ତ ସମାଜ ଗଠନ ଏବଂ କିଶୋର-କିଶୋରୀଙ୍କ ପାଇଁ ଏକ ସୁରକ୍ଷିତ ଓ ସହାୟକ ପରିବେଶ ସୃଷ୍ଟି ନିମନ୍ତେ ସମସ୍ତ ବିଭାଗ, ଅନୁଷ୍ଠାନ ଓ ସମୁଦାୟର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ l ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତl ମିଶ୍ର ଶିଶୁ ବିବାହ ରୋକିବା ଦିଗରେ ପୋଲିସ ର ଭୂମିକା ବିଷୟରେ ମତାମତ ରଖିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ବି. କେ ଦତ୍ତ ଶିଶୁ ବିବାହ ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ର ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ବୋଲି ମତବ୍ୟକ୍ତ କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା, ଶିଶୁ ମଙ୍ଗଳ ସମିତି, ଝାରସୁଗୁଡା ସଂଯୁକ୍ତା ମହାପାତ୍ର ବାଲ୍ୟ ବିବାହ ନିରାକରଣ ଏବଂ କିଶୋର କିଶୋରୀ ସଶକ୍ତିକରଣ କ୍ଷେତ୍ର ରେ ବିଭିନ୍ନ ସକରାତ୍ମକ ପଦକ୍ଷେପ ବିଷୟରେ ନିଜ ମତବ୍ୟକ୍ତ କରିଥିଲେ l ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଶିଶୁ ବିବାହ ନିରାକରଣ ପାଇଁ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ବିଭାଗ ର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ l କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜିତ ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନେ ନିଜ ଅନୁଭୂତି ବାଣ୍ଟିବା ସହିତ ବିଭିନ୍ନ ଚ୍ୟାଲେଞ୍ଜ ଏବଂ ସେଗୁଡ଼ିକର ସମାଧାନ ନେଇ ମତାମତ ପ୍ରଦାନ କରିଥିଲେ l ବିଭିନ୍ନ ବିଭାଗର ପ୍ରତିନିଧିମାନେ ନିଜ ନିଜ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ l ଶେଷରେ ମୁକ୍ତ ଆଲୋଚନା ଓ ମତବିନିମୟ ମାଧ୍ୟମରେ ସମସ୍ତ ଅଂଶଗ୍ରହଣକାରୀ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନାର ଲକ୍ଷ୍ୟ ପୂରଣ ପାଇଁ ନିଜର ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ l ପ୍ରୋଗ୍ରାମ ଅଫିସର ଯlଜ୍ଞସିନୀ ମହାନନ୍ଦ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପ୍ରୋଗ୍ରାମ ଅଫିସର ମିନାକ୍ଷୀ ରାଜ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କର୍ମଶାଳା ରେ ବିଭିନ୍ନ ବିଭାଗ ର ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ତାଲିମ ଗ୍ରହଣ କରିଥିଲେ l ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l












Leave a Reply