ପଥର ଖଣିରେ ବିସ୍ଫୋରଣ, ୨ମୃତଦେହ ଉଦ୍ଧାର
ଢେଙ୍କାନାଳ,୪ା୧: ଦର୍ଶନ ସମୀକ୍ଷା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଳାମୁଗୁନି ପଥର ଖଣିରେ ବିସ୍ଫୋରଣ ଘଟି୪ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ସୁଚନା ମିଳିଥିଲା । ଏବଂ କିଛି ଶ୍ରମିକ ଆହାତ ହୋଇଥିବା ଜଣାପଡିଥିଲା । ତେବେ ଗତକାଲି ରାତି ଅନ୍ଧାରରେ ଏବଂ ଜଙ୍ଗଳ ଜାଗା ଥିବାରୁ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନଥିଲା । ରବବିାର ସକାଳୁ ଢେଙ୍କାନାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଉପ-ଜିଲାପାଳ ବିଭୁଧ ଗଡନାୟକ , ହିନେ୍ଦାଳ ପୋଲିସ ଉପଖଣ୍ଡ ଅଧିକାରୀ ସତ୍ୟ କୁମାର ନନ୍ଦ ଓର୍ଡାଫଟ୍ ଟିମ, ଦମକଳ ବାହିନୀ ଓ ସନ୍ଧାନୀ କୁକୁର ଘଟସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ୫ଗୋଟି ହିଟାଜି ମେଶିନ ସାହାଯ୍ୟରେ କିଛି ପଥର ହଟାଇ ଦୁଇ ଜଣ ଶ୍ରମିକଙ୍କର ମୃତ ଦେହ ଉଦ୍ଧାର କରିଥିଲେ । ଜଣେ ବାଲେଶ୍ୱର ଜିଲ୍ଲା ର ଅଭି ସିଂ ହୋଥିବା ବେଳ ଅନ୍ୟଜଣଙ୍କ ଘର କେନ୍ଦୁର ଜିଲ୍ଲାର ବିଲି ହଣାପଡିଛି । ବିସ୍ଫୋରଣ ଘଟି ଖସି ପଡିଥିବା ପଥର ଖଣ୍ଡ ଗୁଡିକସଫା କରିବା ପରେ ଆଉ କୌଣସି ଶ୍ରମିକଙ୍କ ମୃତ ଦେହ ରହିଛିକି ନାହିଁ ଜଣାପଡିବ ।

ଏ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲକହିଛନ୍ତି କି ଏହି ଖଣିର ଅବଧି ଗତ ସେପ୍ଟେମ୍ବର ମାସରୁ ଶେଷ ହୋଇଥିବା ଏବଂ ବ୍ଲାଷ୍ଟିଙ୍ଗ ଅନୁମତି ନଥାଇ କିପରି ବ୍ଲାଷ୍ଟିଙ୍ଗ କରାଯାଇଉଛି ତାହା ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବେଆଇନ ଖଣିକୁ ଜିଲ୍ଲା ପ୍ରଶାସବ ତରଫରୁ ଶିଲ କରାଯାଇଛି । ଏବଂ ବ୍ଲାଷ୍ଟିଙ୍ଗ ଅପରେଟରକୁ ମୋଟଙ୍ଗ ପୋଲିସ ଅଟକ ରଖିଛି । ଅନୁଗୁଳୁ ରୁ ଡଗ୍ ସ୍କ୍ୱାର୍ଡଆସି ତଲାସି କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅତଡା ଭିତରେ ବିସ୍ଫୋରକ ସାମଗ୍ରୀ ଥିବା ସୁଚନା ଆଧାରରେ କୁକୁର ପ୍ରଥମେ ସନ୍ଧାନ କାର୍ଯ୍ୟ ସାରିବା ପରେ ପଥର ସଫା କରାଯାଇ ଦୁଇଟି ମୃତ ଶରୀର ଉଦ୍ଧାର ହୋଇଛି । ଆଉ ଅନ୍ୟ ଶ୍ରମିକ ମାନଙ୍କର କୌଣସି ଖୋଜ ଖବର ନଥିବା ଜଣାପଡିଛି ।












Leave a Reply