ମୋଦିଙ୍କ ଲୋକପି୍ରୟତାରେ ଅସହିଷ୍ଣୁ କଂଗ୍ରେସ- ଧର୍ମେନ୍ଦ୍ର
ଧର୍ମେନ୍ଦ୍ରଙ୍କ ସଭାରେ ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତି କୁ ନେଇ ଆଲୋଚନା
ଢେଙ୍କାନାଳ,୧୨ା୧୧: ଦର୍ଶନ ସମୀକ୍ଷା
ବିଜେପିର ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ ପଦଯାତା୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପି୍ରୟତା ଓ ତାଙ୍କର ବିଶ୍ୱସନୀୟତାରେ ଅସହିଷ୍ଣୁ ହୋଇ ଦେଶରେ ଅରାଜକତା ତିଆରି କରିବାକୁ ଚାହୁଁଛି କଂଗ୍ରେସ ଦଳ । ସେଥିପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଦେଶବ୍ୟାପି ଜନଜାଗରଣ ଯାତ୍ରା ଆରମ୍ଭ କରାଯାଇଛି । ଗଣତନ୍ତ୍ରକୁ ବଞ୍ଚାଇବା ସହିତ ଲୋକତନ୍ତ୍ରକୁ ବଞ୍ଚାଇବାକୁ ପଡିବ । ଏହ ିପରିପ୍ରେଷୀରେ ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କୁ ଭଲପାଉଥିବା ଲୋକଙ୍କର ଅକୁଣ୍ଠ ସହେଯାଗ ଆଜି ମିଳିଛି । ହଜାର ହଜାର ସଂଖ୍ୟାରେ ସ୍ୱତଃ ପ୍ରବୃତ ଭାବେ ସାଧାରଣ ଜନତା ଆମସହିତ ସାମିଲ ହୋଇଛନ୍ତି । କଂଗ୍ରେସ ଦଳ ବାରମ୍ବାର ନିର୍ବାଚନ ହାରି ହତାସ ହୋଇ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି । ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଆୟୋଗ , ସୁପି୍ରମକୋର୍ଟ କିମ୍ବା ସଂସଦ ଉପରେ ଏହି କଂଗ୍ରେସ ଦଳର କୌଣସି ଗଣତାନ୍ତୀକ ସଂସ୍ଥାକୁ ସେମାନଙ୍କର ଭରସା ନାହିଁ । ଲୋକମାନଙ୍କ ସମ୍ମୁଖରେ ଏମାନଙ୍କର ଅସଲ ମୁଖା ଖୋଲିବା ସହିତ କଂଗ୍ରେସ ଦଳର ଈଣ୍ଡିମେଣ୍ଟର ଓ ଓଡିଶାରେ ବିଜୁ ଜନତା ଦଳର ଅସଲ ମୁଖା ଖୋଲିବାର ଆବଶ୍ୟକତା ଅଛି ଯେଉଁଥିପାଇଁ ଆଜି ଏହି ପଦଯାତ୍ରା କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ବୋଲି ପୁର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକିୟାରେ କହିଛନ୍ତି । ଜିଲା ବିଜେପି ସଭାପତି ରାସବିହାରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି , ହିନେ୍ଦାଳ ବିଧାୟିକା ସୀମାରଣୀ ନାୟକ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ , ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପାତ୍ର, ଜିଲା ପ୍ରଭାରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରେଶ ଚନ୍ଦ୍ର ମହାପାତ୍ର, ସୁନୀଲ କୁମାର ଶର୍ମା, ପୁର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୁର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ସରୋଜ ପଟ୍ଟନାୟକ, ହର୍ଷବର୍ଦ୍ଧନ ସିଂହଦେଓ, ଗନ୍ଦିଆ ପୁର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ସିଂଙ୍କ ସମେତ ପ୍ରାୟ ୧୦ହଜାରରୁ ଉଦ୍ଧ୍ୱର୍ ବିଜେପି ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲା ସାଧାରଣ ସମ୍ପାଦକ ମାତୃପ୍ରସାଦ ନନ୍ଦ ପରିଚାଳନା କରିଥିଲେ । ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜିର ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଦଳରେ ଥିବା କନ୍ଦଳ ପଦାରେ ପଡିଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ତେବେ ଏହି କାର୍ଯ୍ୟକ୍ରମ ସରିବାର ମାତ୍ର ଏକ ଘଣ୍ଟା ପରେ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଙ୍କ ଯୋଗଦେବା ଦଲୀୟ ବିବାଦର ଗନ୍ଧ ସ୍ପଷ୍ଟ ବାରିହୋଇ ପଡିଥିବା ବେଳେ ମନ୍ତ୍ରୀ ଶୀ୍ରଯୁକ୍ତ ପାତ୍ର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା କହି ସମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଦେଇଥିଲେ ।











