ନୂଆବର୍ଷ ରେ ଖଲ୍ଲିକୋଟ ମାରୁଆ ପାହାଡ଼ ରେ ଥିବା ବଂନଦୁର୍ଗା ଙ୍କ ପୀଠ ଚଳଚଞ୍ଚଳ

Spread the love

ନୂଆବର୍ଷ ରେ ଖଲ୍ଲିକୋଟ ମାରୁଆ ପାହାଡ଼ ରେ ଥିବା ବଂଦୁର୍ଗା ଙ୍କ ପୀଠ ଚାଲଚଞ୍ଚଳ |
ଖଲ୍ଲିକୋଟ : (ଦର୍ଶନ ସମୀକ୍ଷା)

ପବିତ୍ର ନବ ବର୍ଷ ଉପଲକ୍ଷେ ଖଲ୍ଲିକୋଟ ଅଞ୍ଚଳ ର ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥାନ ମାନଙ୍କ ରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା |ମୁଖ୍ୟତଃ ଖଲ୍ଲିକୋଟ ସହର ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ବାଲୁକେଶ୍ୱର ମନ୍ଦିର ଅମରେଶ୍ୱର ମନ୍ଦିର ଓ ରାମ ମନ୍ଦିର ଓ ଖୋର୍ଦ୍ଧା ଗଞ୍ଜାମ ସୀମା ରେ ଥିବା ନାରାୟଣୀ ମନ୍ଦିର ଓ ଝାଡ଼େଶ୍ୱର ମନ୍ଦିର ପଭୃତି ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଦାର୍ଶନ କରି ଆଗାମୀ ନବ ବର୍ଷ ହର୍ଷ ଉଲ୍ଲାଷ ଓ ସୁଖ ଶାନ୍ତି ରେ ବିତିବା ପାଇଁ କାମନା କରିଥିଲେ |ତେବେ ଖଲ୍ଲିକୋଟ ମାରୁଆ ପାହାଡ଼ ରେ ଥିବା ଅଧିଷ୍ଠାତ୍ରୀ ଦେବୀ ବନ ଦୁର୍ଗା ଙ୍କ ପୀଠ ରେ ହୋମ ଯଜ୍ଞ ସାଙ୍ଗକୁ ନାମ ସଂକୀର୍ତନ କରାଯାଇଥିଲା |ଖଲ୍ଲିକୋଟ ଏନ ଏ ସି ର 4 ନମ୍ବର କାଉନସିଲେର ଦିବ୍ୟାଙ୍ଗ ବଳରାମ ବେହେରା ଙ୍କ ପ୍ରଚେଷ୍ଟା ରେ ଗତ 2009 ମସିହା ରେ ଏହି ପରିବେଶ ପର୍ଯ୍ୟଟନ କୁ ପୁନଃ ଉଦ୍ଧାର କରି ଏକ ନିମ ଗଛ ମୂଳେ ଥିବା ଠାକୁରାଣୀ ଙ୍କ ମୂର୍ତ୍ତି କୁ ଏକ ଛୋଟ ମନ୍ଦିର ନିର୍ମାଣ କରି ସ୍ଥାପନ କରି ପ୍ରତିଷ୍ଠା କରିଥିଲେ |

କଳକ୍ରମେ ଉକ୍ତ ପରିବେଶ ପର୍ଯ୍ୟଟନ ସ୍ଥଳୀ ରେ ପିକନିକ କରିବା ପାଇଁ ଭିଡ଼ ଲାଗିଥିଲା |ରାଜ୍ୟ ସରକାରଙ୍କ ମିଳିଥିବା ଅନୁଦାନ ରେ ମା ଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା |ଜଗନ୍ନାଥ ମନ୍ଦିର ମା ବହୁତୀ ମନ୍ଦିର ଓ ଖଲ୍ଲିକୋଟ ସରକାରୀ ଚାରୁ ଓ କରୁ କଲା ମହାବିଦ୍ୟାଳୟ ନିକଟରେ ଥିବା ମାରୁଆ ପାହାଡ଼ ର ଘଞ୍ଚ ସବୁଜ ବନାନୀ ର କ୍ରୋଡ଼ ଦେଶ ରେ ଏହି ମନ୍ଦିର ସ୍ଥାପନ ହୋଇଛି | ପାହାଡ଼ ର ମେଖଳା ରେ ଥିବା ଏହି ମନ୍ଦିର ଉପରକୁ ଯିବା ପାଇଁ ବଦାନ୍ୟ ବ୍ୟକ୍ତି ଙ୍କ ସହାୟତା ରେ 65 ଗୋଟି ପାହାଡ଼ ନିର୍ମାଣ ହୋଇଥିଲେ ମଧ୍ୟ ଆବଶ୍ୟକ ଅର୍ଥ ଅଭାବ ରୁ ପାହାଚ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ ରହିଛି |ତେବେ ଏହି ପର୍ଯ୍ୟଟନ ସ୍ଥଳୀ ର ବିକାଶ ରେ ଜଙ୍ଗଲ ବିଭାଗ ପ୍ରତିବନ୍ଧାଜ ସୃଷ୍ଟି କରୁଛି |ତେଣୁ ଗଞ୍ଜାମ ଜିଲ୍ଲପାକ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ଖୁଦ୍ର ପରିବେଶ ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ଆବଶ୍ୟକ ଅନୁଦାନ ପ୍ରଦାନ କରାଗଲେ ଖଲ୍ଲିକୋଟ ସହର ପର୍ଯ୍ୟଟନ ମାନଚିତ୍ର ରେ ଆଉ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଯୋଡି ହୋଇ ପାରିବ ବୋଲି ପର୍ଯ୍ୟଟନ ପ୍ରେମୀ ବୁଦ୍ଧିଜୀବୀ ମାନେ ଗଞ୍ଜାମ ଜିଲ୍ଲପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି |

Leave a Reply

Your email address will not be published. Required fields are marked *