ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା:
୧୩୬ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ।
ନୟାଗଡ଼ ତା ୨୨.୧୧.୨୫ ରିଖ ଦର୍ଶନ ସମୀକ୍ଷା
ନୟାଗଡ଼ ଜିଲ୍ଲାର ୮ ଗୋଟି ବ୍ଲକର ଛାତ୍ର ଛାତ୍ରୀ ତଥା ଶିଶୁ ମାନଙ୍କୁ ନେଇ ଆୟୋଜିତ ଶିଶୁ ବିଜ୍ଞାନ ପ୍ରଦର୍ଶନୀ ଏବଂ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ଙ୍କ ସଭାପତିତ୍ୟୋ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ସାଂସଦ ଡ଼ା ସମ୍ବିତ କୁମାର ପାତ୍ର ଆଜି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ କୁନି ବୈଜ୍ଞାନିକ ମାନଙ୍କ ପ୍ରକଳ୍ପ ବୁଲି ବୁଲି ଦେଖିବା ପରେ ସେମାନଙ୍କ ପ୍ରତିଭାର ପ୍ରଶଂସା କରିଥିଲେ। ଏଇ ମାନଙ୍କ ମଧ୍ୟରୁ ହିଁ କେତେ ବୈଜ୍ଞାନିକ ସୃଷ୍ଟି ହେବେ ଏବଂ ରାଜ୍ୟ ତଥା ଜାତୀୟ ସ୍ତରରେ ନିଜ ରାଜ୍ୟର ଗୌରବ ମଣ୍ଡନ କରିବେ।

ଆଜିର ଏହି ମେଳାର ମୁଖ୍ୟ ବିଷୟ ବସ୍ତୁ ବିକଶିତ ଏବଂ ଆତ୍ମ ନିର୍ଭରଶିଳ ଭାରତ କୁ ଯଥାର୍ଥ କରିବାରେ କୁନି ବୈଜ୍ଞାନିକ ମାନଙ୍କ ଭୂମିକା ମଧ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ। ସଭା କାର୍ଯ୍ୟ ପରେ ମୁଖ୍ୟ ଅତିଥି ଶ୍ରେଷ୍ଠ ପ୍ରକଳ୍ପ ଓ ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିଥିଲେ। ଏଥି ସହିତ ଅନ୍ୟାନ୍ୟ ଦିଗରେ କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ଆଜି ଏଠାରୁ ୭ ଗୋଟି ପ୍ରକଳ୍ପକୁ ରାଜ୍ୟ ସ୍ତରକୁ ଉନ୍ନୀତ କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ପୂର୍ବତନ ସାଂସଦ ପ୍ରତ୍ୟୁଷା ରଜେଶ୍ୱରି ସିଂ, ନଗରପାଳିକା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ବନଲତା ବେହେରା, ଗୀତାଞ୍ଜଳି ସାହୁ ଓ ସନ୍ଧ୍ୟା ରାଣୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ।












Leave a Reply