ରେଭେନ୍ସା କଲିଜିଏଟ ସ୍କୁଲରେ ଡିବେଟ୍ ଓ ନଲେଜ ସେଣ୍ଟରର ଉଦଘାଟନ।
ଅଦ୍ୟ ତା ୨୨.୧୨.୨୦୨୫ରିଖ ( ଦର୍ଶନ ସମୀକ୍ଷା) ଭରତ ଚନ୍ଦ୍ର ମହାରଣା କଟକ
ସୋମବାର ଦିନ ୧୦ଟା ୩୦ ମିନିଟରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ରେଭେନ୍ସା କଲିଜିଏଟ ସ୍କୁଲର ଡିବେଟ୍ ଓ ନଲେଜ ସେଣ୍ଟରର ଉଦଘାଟନ କରିଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମଣିପୁର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମହାପାତ୍ର , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶ୍ରୀ ପ୍ରଗତି ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର କିପରି ପାଠ ପଢ଼ା ସହିତ ବାହ୍ୟ ଞାନର ବିକାଶ ପାଇଁ ଏହି କକ୍ଷରେ ସଂଗୃହିତ ସମସ୍ତ ପ୍ରକାର ପୁସ୍ତକର ସୁବିନିଯୋଗ କରିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବରିଷ୍ଠ ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ମିନାକ୍ଷୀ ରଥ ସାଇ ଭଜନ ପରିବେଷଣ କରିଥିଲେ। ବିଦ୍ୟାଳୟର ଛାତ୍ର ସିଦ୍ଧାନ୍ତ ସାହୁ ବକ୍ତୃତା ଦେବା ସହ ଛାତ୍ରୀ ଶୃତି ସୁହାନୀ ଦାସ ଭକ୍ତି ସଙ୍ଗୀତ ଗାନ କରିଥିଲେ। ପୁରାତନ ଛାତ୍ର ଶୁଭାନ୍ବେଷ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ ଗୃହର ନବିକରଣରେ ବିଶେଷ ଅବଦାନ ପାଇଁ ଶ୍ରୀ ଶୁଭାନ୍ବେଷ ରଥ,ସେକ ଗୁଲାମ ଅହମ୍ମଦ, ସରୋଜ ମହାନ୍ତି ଏବଂ ବିଶ୍ବ ରଞ୍ଜନ ନାୟକ ଙ୍କୁ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ସମ୍ବର୍ଦ୍ଧିତ କରିଥିଲେ। ସହଯୋଗ କରିଥିଲେ ବରିଷ୍ଠ ଶିକ୍ଷକ ପରେଶ୍ କୁମାର ମଲ୍ଲ, ମଧୁସ୍ମିତା ମହାନ୍ତି, ଡଃ ପୁଷ୍ପାଞ୍ଜଳି ବେହେରା, କଳ୍ପନା ବ୍ରହ୍ମା, ସନ୍ତୋଷ କୁମାର ସ୍ବାଇଁ, ପ୍ରଣବ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ।












Leave a Reply