ଭୁବନେଶ୍ୱର କମ୍ପିଲା//ବାମପନ୍ଥୀ ଦଳମାନେ ଭିବି- ଜି-ରାମ–ଜି (ଗ୍ରାମୀଣ) ଆଇନ-୨୦୨୫ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି, ଗାନ୍ଧୀ ମାର୍ଗ ରେ ଏକ ପ୍ରତିବାଦ ଧାରଣା ଏବଂ ପଟୁଆର କାର୍ଯ୍ୟକ୍ରମ ରେ ବିଭିନ୍ନ ବାମପନ୍ଥୀ ଦଳର ନେତା ଓ କର୍ମୀ, ଟ୍ରେଡ୍ ୟୁନିୟନ୍, ଗଣସଂଗଠନ,ଶ୍ରମିକ, କୃଷକ, କ୍ଷେତ ମଜଦୁର ଏବଂ ସହରର ଶ୍ରମଜୀବୀ ଲୋକମାନେ ସାମିଲ ହେଲେ

Spread the love

ବାମପନ୍ଥୀ ଦଳମାନେ ଭିବି- ଜି-ରାମ–ଜି (ଗ୍ରାମୀଣ) ଆଇନ-୨୦୨୫ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି; ଭୁବନେଶ୍ୱରରେ ଧାରଣା ହୋଇଛି

ଭୁବନେଶ୍ୱର, ୨୦୨୫, ଡିସେମ୍ବର ୨୨:

ଆଜି ବାମପନ୍ଥୀ ଦଳମାନେ ଦେଶବ୍ୟାପୀ ପ୍ରତିବାଦ କରି ବିକଶିତ ଭାରତ ରାମ–ଜି (ଗ୍ରାମୀଣ) ଆଇନ ୨୦୨୫କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଏବଂ ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏକୁ ମଜବୁତ କରିବା ପାଇଁ ଏବଂ ପ୍ରତି ପରିବାରକୁ ୨୦୦ ଦିନର ଗ୍ୟାରେଣ୍ଟି କାମ ଦେବାକୁ କହିଛନ୍ତି। ସାରା ଦେଶର ଏହି ଡାକରା ଅନୁଯାୟୀ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଗାନ୍ଧୀ ମାର୍ଗ ରେ ଏକ ପ୍ରତିବାଦ ଧାରଣା ଏବଂ ପଟୁଆର କାର୍ଯ୍ୟକ୍ରମ ହୋଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଧାରଣାରେ ବିଭିନ୍ନ ବାମପନ୍ଥୀ ଦଳର ନେତା ଓ କର୍ମୀ, ଟ୍ରେଡ୍ ୟୁନିୟନ୍, ଗଣସଂଗଠନ,ଶ୍ରମିକ, କୃଷକ, କ୍ଷେତ ମଜଦୁର ଏବଂ ସହରର ଶ୍ରମଜୀବୀ ଲୋକମାନେ ଯୋଗ ଦେଇଛନ୍ତି।

Oplus_131072

ସଭାରେ ବକ୍ତାମାନେ ଭିବି ରାମ–ଜି (ଗ୍ରାମୀଣ) ଆଇନ କୁ କଡ଼ା ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଆଇନ ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ.ର ମୂଳ ଭାବନାକୁ ଦୁର୍ବଳ କରିଦେଉଛି, କାମର ଆଇନଗତ ଅଧିକାରକୁ କମଜୋର କରୁଛି ଏବଂ ପଞ୍ଚାୟତୀ ରାଜ ବ୍ୟବସ୍ଥା ଓ ଫେଡେରାଲିଜମ୍‌ର କ୍ଷତି କରି କେନ୍ଦ୍ରୀୟ କ୍ଷମତାକୁ ବଢ଼ାଇଦେଉଛି।ବକ୍ତାମାନେ କହିଛନ୍ତି ଯେ ବେକାରୀ,ମହଙ୍ଗା ବଜାର, ଏବଂ ଗ୍ରାମାଞ୍ଚଳର ଦୁର୍ଦ୍ଦଶା ବଢ଼ୁଥିବା ସମୟରେ ସରକାର କାମର ଗ୍ୟାରେଣ୍ଟିକୁ ବଢ଼ାଇବା ବଦଳରେ ଦୁର୍ବଳ କରୁଛନ୍ତି। ବାମପନ୍ଥୀ ଦଳ ମାନେ ଦାବି କରିଛନ୍ତି ଯେ ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ. କୁ ମଜବୁତ କରି ପ୍ରତି ପରିବାରକୁ ୨୦୦ ଦିନର ଆଇନଗତ ଗ୍ୟାରେଣ୍ଟି କାମ, ସଠିକ ସମୟରେ ମଜୁରୀ ଦେବା ଏବଂ ଗ୍ରାମାଞ୍ଚଳର ବଢୁଥିବା ଆବଶ୍ୟକତା ପୂରଣ ପାଇଁ ଅଧିକ ଟଙ୍କା ଦେବା ଦରକାର। ଯୋଜନା ର ନାମ ରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଆମର ସ୍ବାଧୀନତା ସଂଗ୍ରାମ ର ମହାନ୍ ଯୋଦ୍ଧାଙ୍କ ପ୍ରତି ଘୋର ଅପମାନ ବୋଲି ବାମପନ୍ଥୀ ଦଳ ମାନେ କହିଛନ୍ତି ।

ବାମପନ୍ଥୀ ଦଳ ମାନେ ଚେତାବନୀ ଦେଇଛନ୍ତି ଯେ ଏହି ନୂଆ ଆଇନ ଗ୍ରାମାଞ୍ଚଳର ଜୀବିକା, ମହିଳା ଶ୍ରମିକ, ଦଳିତ, ଆଦିବାସୀ ଏବଂ ଛୋଟ ଚାଷୀମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ। କେନ୍ଦ୍ର ସରକାର ଏହା ନୂଆ ଆଇନ କୁ ରଦ୍ଦ କରି ଶ୍ରମିକ ଓ ଚାଷୀ ସଂଗଠନମାନଙ୍କ ସହିତ ଆଲୋଚନା କରିବାକୁ କହିଛନ୍ତି। ସବୁ ବାମପନ୍ଥୀ ଦଳ ଏକାଠି ହୋଇ ନୂତନ ଆଇନ ପ୍ରତ୍ୟାହାର ନହେବା ଯାଏଁ ଏବଂ ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ.କୁ ଗ୍ରାମୀଣ ଶ୍ରମିକମାନଙ୍କ ହିତରେ ମଜବୁତ ନକରାଯିବା ଯାଏଁ ଦେଶବ୍ୟାପୀ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସି. ପି. ଆଇ., ସି.ପି.ଆଇ.(ଏମ୍),
ସି. ପି.ଆଇ.(ଏମ୍. ଏଲ)-ଲିବେରେସନ୍ ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ତରଫ ରୁ ଆୟୋଜିତ ଏହି ଧାରଣା ରେ ଜୟନ୍ତ ଦାସ, ବିଜୟ ଜେନା, ସୁର ଜେନା, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ଦାସ, ପ୍ରଦୀପ୍ତ ନାୟକ, ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବିଜୟ ସାହୁ ଏବଂ ଲକ୍ଷ୍ମୀ ଦୋରା ପ୍ରମୁଖ ନେତୃବୃନ୍ଦ ପଟୁଆର ଏବଂ ଧାରଣା ର ନେତୃତ୍ଵ ନେ଼ଇ ବକ୍ତବ୍ୟ ରଖିଥିଲେ।

      ସୁରେଶ ଚନ୍ଦ୍ର ପାଣିଗ୍ରାହୀ 
     ୪ଟି ବାମପନ୍ଥୀ ଦଳ ତରଫ ରୁ 
     ତାରିଖ:୨୨.୧୨.୨୦୨୫

Leave a Reply

Your email address will not be published. Required fields are marked *