ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ,ୟୁନିଟ -୩ ଭୁବନେଶ୍ୱର ଠାରେ ସ୍ଥାନୀୟ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି

Spread the love

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ,ୟୁନିଟ -୩ ଭୁବନେଶ୍ୱର

ଭୁବନେଶ୍ୱର : ଦର୍ଶନ ସମୀକ୍ଷା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୮ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ସଭାପତି ଲକ୍ଷ୍ମୀ ନାରାୟଣ ରଥ ପୌରହିତ କରି ଥିଲେ।ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାପାତ୍ର ଯୋଗ ଦେଇ ଥିଲେ। “ଆଗାମୀ ଦିନର ଶିକ୍ଷା ଡିଜିଟାଲ ଶିକ୍ଷାର ଯୁଗ ହେବାକୁ ଯାଉଛି। ତେଣୁ ପ୍ରତ୍ୟେକ ଶିକ୍ଷକ ଶିକ୍ଷିକା ଜଣେ ଜଣେ ଡିଜିଟାଲ ଶିକ୍ଷାଦାନର ଉତ୍ସ ହେବା ଜରୁରୀ ଅଛି। ତେଣୁ ପ୍ରତ୍ୟେକ ପିତା ମାତା ଓ ପ୍ରତ୍ୟେକ ପରିବାର ଶିକ୍ଷିତ ଓ ସାକ୍ଷର ପରିବାର ହେବା ଜରୁରୀ ଅଛି।ତେଣୁ ସରକାରଙ୍କର ଆଜିର ଆହ୍ବାନ ” ମା’ ହେଲେ ପାଠୋଇ, ଦେଶ ଯିବ ଆଗେଇ।” ଏହି ଆହ୍ବାନକୁ ସଫଳ କରାଇବା ଆମ ସମସ୍ତଙ୍କର ପ୍ରାଥମିକତା ହେବା ଅତ୍ୟନ୍ତ ଜରୁରୀ।” ଏହା ଥିଲା ମୁଖ୍ୟ ଅତିଥି ଶ୍ରୀମତୀ ଦାସ ଙ୍କର ବକ୍ତବ୍ୟର ମୂଲ୍ୟବାନ ପରାମର୍ଶ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ତରାସ ସ୍ବାଗତ ଅଭିଭାଷଣ ରଖିଥିଲେ। “ଭାରତକୁ ବିଶ୍ୱ ଗୁରୁ କରିବାକୁ ହେଲେ ପଞ୍ଚ ପରିବର୍ତ୍ତନ ଜରୁରୀ ଅଟେ।ଯଥା: – କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ,ସାମାଜିକ ସମରସତା,ସ୍ଵ – ଭାବ ଜାଗରଣ ଏବଂ ନାଗରିକ କର୍ତ୍ତବ୍ୟ। ପ୍ରତ୍ୟେକ ଭାରତୀୟ ଏହି ପାଞ୍ଚଟି ଦିଗ ପ୍ରତି ସଚେତନ ଓ ସକ୍ରିୟ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ଅଛି। ଯାହା ଦ୍ଵାରା ଆମ ଦେଶ ଭାରତ ସଶକ୍ତ ଓ ସୁଦୃଢ଼ ହୋଇ ପାରିବ।” ଏହା ଥିଲା ଆଜିର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବଳିଷ୍ଠ ବାର୍ତ୍ତା। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସତ୍ୟ ନାରାୟଣ ପଟ୍ଟନାୟକ “ପ୍ରଚଳିତ ଜାତୀୟ ଶିକ୍ଷାନୀତି ଓ ମୂଲ୍ୟବୋଧ ସମ୍ବଦ୍ଧୀୟ “ ଏକ ସ୍ପଷ୍ଟ ବିସ୍ତୃତ ଉପାଦେୟ ତଥ୍ୟ ଉପସ୍ଥିତ ଜନ ସାଧରଙ୍କୁ ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ପରିଡ଼ା ତାଙ୍କ ବକ୍ତବ୍ୟ ରେ କହିଥିଲେ ” ଜଣେ ଶିକ୍ଷିତା ଓ ସଚେତନ ମା’ ଗୋଟିଏ ଶିଶୁକୁ ସଚ୍ଚୋଟ ଓ ଭଲ ମଣିଷଟିଏ ହେବା ପାଇଁ ପ୍ରେରଣାର ଉତ୍ସ ଅଟନ୍ତି। ” ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ମାତୃ ଭାରତୀ ସଦସ୍ୟା ମାନଙ୍କର ସକ୍ରିୟ ଅଂଶ ଗ୍ରହଣକୁ ବିଦ୍ୟାଳୟ କତ୍ତୃପକ୍ଷ ଭୂରି ଭୂରି ପ୍ରଂଶସା କରିଥିଲେ। ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଶ୍ରୀମାନ ସ୍ଵସ୍ତିକ ପ୍ରଧାନ ବିଦ୍ୟଭରତୀ ଙ୍କ ଦ୍ଵାରା ଆୟୋଜିତ ଜାତୀୟ ସ୍ତରର ବିଜ୍ଞାନ ମେଳାରେ ପ୍ରକଳ୍ପ ” ବିଦ୍ୟୁତ୍ ର ଚୁମ୍ବକୀୟ ପ୍ରଭାବ “ ପ୍ରଦର୍ଶନ କରି ଓଡ଼ିଶାର ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ଏହି ମଞ୍ଚରେ ସ୍ଵତନ୍ତ୍ର ସ୍ବାଗତ ଓ ସମ୍ବର୍ଦ୍ଧନା ଅର୍ପଣ କରାଯାଇ ଥିଲା। ସ୍ଵସ୍ତିକ ତାଙ୍କ ସଫଳତାର ପ୍ରତିଟି ଅନୁଭବକୁ ଉପସ୍ଥିତ ଦର୍ଶକଙ୍କୁ ପ୍ରଦାନ କରିଥିଲେ। ବାର୍ଷିକ ଉତ୍ସବ ର ପ୍ରମୁଖା ଶ୍ରୀମତୀ ହରପ୍ରିୟା ସିଂହଙ୍କ ନେତୃତ୍ୱରେ ଓ ସମସ୍ତ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ନୃତ୍ୟ ଗୁରୁ ଶ୍ରୀମତୀ ଲିଜା ରାଣୀ ନାୟକ,ବାବୁଲ ନାୟକ ଓ ମମତା ଶତପଥୀ ନିର୍ଦ୍ଦେଶନା ଦେଇଥିଲେ। ଶେଷରେ ଉପସ୍ଥିତ ଅତିଥି ଗଣ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୧୩୨ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ପରିଚାଳନା ସମିତିର ସଦସ୍ୟ ଶ୍ରୀ ଅବିନାଶ ସ୍ୱାଇଁ, ସନତ କୁମାର ନାୟକ, ଇନ୍ଦ୍ରଜିତ ଦାସ, କାଦମ୍ବିନୀ ଦାସ ଓ ସୁଲୋଚନା ରଥ ଉପସ୍ଥିତ ଥିଲେ।
ଶ୍ରୀଯୁକ୍ତ ନିରଞ୍ଜନ ତରାସ
( ପ୍ରଧାନ ଆଚାର୍ଯ୍ୟ )
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ -୩,ଭୁବନେଶ୍ୱର।
ମୋ :- ୯୯୩୭୪୬୩୪୧୬

Leave a Reply

Your email address will not be published. Required fields are marked *