ଭୁବନେଶ୍ୱର // ଦୈନିକ ଖବର କାଗଜ ସମୃଦ୍ଧ ଓଡ଼ିଶା ଓ ଏସ୍କର୍ଡ ସ୍ଵେଛାସେବୀ ସଂଗଠନର ୨୧ତମ ସ୍ୱନକ୍ଷତ୍ର ଦିବସ, ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ସଭା କକ୍ଷରେ ଗତ ଶୁକ୍ରବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।

Spread the love

ସମୃଦ୍ଧ ଓଡିଶାର ଉତ୍ତରୋତ୍ତର କାମନା କରୁଛି:ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ

ଭୁବନେଶ୍ୱର : ଦର୍ଶନ ସମୀକ୍ଷା

ଦୈନିକ ଖବର କାଗଜ ସମୃଦ୍ଧ ଓଡ଼ିଶା ଓ ଏସ୍କର୍ଡ ସ୍ଵେଛାସେବୀ ସଂଗଠନର ୨୧ତମ ସ୍ୱନକ୍ଷତ୍ର ଦିବସ, ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ସଭା କକ୍ଷରେ ଗତ ଶୁକ୍ରବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ପୁର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଅଧ୍ୟକ୍ଷତା କରିଥିଲେ।ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଏହି ସରକାରରେ କିପରି ଆସ୍ତେ ଆସ୍ତେ ସମାଧାନ କରାଯାଉଛି ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରି ସମୃଦ୍ଧ ଓଡ଼ିଶା ପ୍ରତି ତାଙ୍କର ଆନ୍ତରିକତା ବ୍ୟାଖ୍ୟା କରି ଉନ୍ନତି କାମନା କରିଥିଲେ।ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ସମୃଦ୍ଧ ଓଡ଼ିଶାର ଉନ୍ନତି କାମନା କରିବା ସହ ଏହାର ସାମ୍ବାଦିକ ଓ ଉଦ୍ୟୋକ୍ତା ମାନଙ୍କୁ ସାଧୁବାଦ୍ ଜଣାଇଥିଲେ ।

ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଈଂ ଜାମିନିକାନ୍ତ ଦାସ ସମୃଦ୍ଧ ଓଡ଼ିଶା କିଭଳି ବିଭିନ୍ନ ଜଞ୍ଜାଳ ଭିତରେ ଗତି କରି ମଧ୍ୟ ୨୧ବର୍ଷ ଧରି ପ୍ରକାଶିତ ହୋଇ ଆସୁଛି ଏବଂ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରୁଛି ସେ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ଯୋଗଦେଇ ସମ୍ବାଦ ପତ୍ର ଓ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ କହିଥିବା ବେଳେ ସମ୍ମାନୀୟ ଅତିଥି ରୁପେ ସମାଜ ସେବୀ ଜୟଶ୍ରୀ ଧଳ ଯୋଗ ଦେଇଥିଲେ।

ଏକତା ଟ୍ରଷ୍ଟର ମୁଖ୍ୟ ଦିପ୍ତିରେଖା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିରପେକ୍ଷ ସମ୍ବାଦ ପରିବେଷଣରେ ସମୃଦ୍ଧ ଓଡ଼ିଶା କିପରି ଆଗରେ ଅଛି ସେ ସମ୍ପର୍କରେ ବ୍ୟାଖ୍ୟା କରିବା ସହ ସମୃଦ୍ଧ ଓଡ଼ିଶା କର୍ମକର୍ତ୍ତାଙ୍କୁ ସାଧୁବାଦ୍ ଜଣାଇଥିଲେ।

ଏହି ଉତ୍ସବରେ ସମୃଦ୍ଧ ଓଡ଼ିଶା ପକ୍ଷରୁ ଡ. ପାଟ୍ଟଶାଣୀ, ମନ୍ତ୍ରୀ ମଲ୍ଲିକ ବିଧାୟକ ବାବୁ ସିଂ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମୃଦ୍ଧ ଓଡ଼ିଶାର ବିଶେଷ ସଂଖ୍ୟା ମୁଖ୍ୟ ଅତିଥିଙ୍କ ଦ୍ଵାରା ଲୋକାର୍ପଣ କରାଯାଇଥିଲା।ସମ୍ମାନିତ ଅତିଥି ମାନଙ୍କୁ ମଧ୍ୟ ମୂମେଣ୍ଟ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୦ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଆଙ୍କର ଆନୁସୁୟା ସାହୁ ସଂଯୋଜନା କରିଥିଲେ। ଉଚ୍ଚତମ ନ୍ୟାୟାଳୟର ଓକିଲ ଅଳକା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆସିଥିବା ମହିଳା ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମୃଦ୍ଧ ଓଡ଼ିଶା ଓ ଏସ୍କର୍ଡ ର ସମ୍ପାଦକ ସୁଧୀର କୁମାର ପଟ୍ଟନାୟକ ଓ ନିର୍ବାହୀ ସମ୍ପାଦକ ରଜତ ମହାପାତ୍ର ଉତ୍ସବ ପରିଚାଳନା କରିଥିବା ବେଳେ ସାମ୍ବାଦିକ କବି ବାଳକୃଷ୍ଣ ପଟ୍ଟନାୟକ ଶେଷରେ ସେ ଧନ୍ୟବାଦ୍ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରଜତ ପଟ୍ଟନାୟକ, ତିକ୍ଷଣ ଦୃଷ୍ଠିର ସମ୍ପାଦକ ସନ୍ତୋଷ କୁମାର ସେନାପତି, ମୁକ୍ତ କଲମ ସମ୍ପାଦକ ଜ୍ଞାନରଞ୍ଜନ ଦାଶ, ଏ.ପି. ଜେ. ଅବଦୁଲ୍ କଲାମ ଟ୍ରଷ୍ଟର ମୁଖ୍ୟ ପୂର୍ଣ୍ଣ କୁମାର ବେହେରା, କବି ସୁନିତି ମୁଣ୍ଡ, ଅନୁରାଧା ଦାଶ,ଅବସର ପ୍ରାପ୍ତ ପ୍ରିନ୍ସିପଲ୍ ଗଜେନ୍ଦ୍ର କୁମାର ପାଢ଼ୀ,ସଂଗୀତା ପଟ୍ଟନାୟକ, ଏସ୍କର୍ଡ ଚ୍ୟାରମ୍ୟାନ ପ୍ରସନ୍ନ ପଟ୍ଟନାୟକ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *