ମାଲକାନଗିରି ସଦର କୋରୁକୋଣ୍ଡା ଥାନା ଅଧିକାରୀ ହେଲେ ଆର୍ ବିଜୟ କୁମାର
ମାଲକାନଗିରି ମନୋଜ (ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦରରେ ଥିବା ମାଲକାନଗିରି ସଦର କୋରୁକୋଣ୍ଡା ଥାନାରେ ଗତକାଲି ଗୁରୁବାର ନୂତନ ଅଧିକାରୀ ଭାବେ ଆର ବିଜୟ କୁମାର ଯୋଗଦେଇଛନ୍ତି। ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କର ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି। ସେହିପରି ବିଜୟଙ୍କୁ ମାଲକାନଗିରି ପୋଲିସ ହେଡ଼ କ୍ଵାଟରରରୁ କୋରୁକୋଣ୍ଡା ଥାନାକୁ ପୋଲିସ ପ୍ରଶାସନ ପକ୍ଷରୁ ବଦଳି ହୋଇଛି ବୋଲି ଜଣା ପଡିଛି।ତେବେ କୋରୁକୋଣ୍ଡା ଥାନା ଅଧୀନରେ
ଥିବା ସମସ୍ତ ଅଞ୍ଚଳରେ ଚୋରି, ଡକାୟତି ଭଳି ବିଭିନ୍ନ ପ୍ରକାର ଅପରାଧ ଓ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ସମସ୍ତ ପ୍ରକାର ଉଦ୍ୟମ
କରାଯିବ।ଏଥି ସହିତ ଅଞ୍ଚଳରେ ନିୟମିତ ଗାଡି ମୋଟର ଯାଞ୍ଚ କରାଯିବ। ଆଇନ ଉଲଂଘନ କରି ବାଇକ ଓ ଗାଡି ଚଲାଉଥିବା ଗାଡି ଚାଳକ ଓ ମାଲିକଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କୋରୁକୋଣ୍ଡା ନୂତନ ଥାନା ଅଧିକାରୀ ଶ୍ରୀ ବିଜୟ କହିଛନ୍ତି।ନୂତନ ଥାନା ଅଧିକାରୀ ବିଜୟ କୁମାରଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।












Leave a Reply