ମାଲକାନଗିରି// ନିୟମ ମାନୀ ଗାଡି ଚଳାଅ ସିଧା ସିଧା କହିଲେ ଓର୍କେଲ ଥାନା ଅଧିକାରୀ, ଗଠନ କଲେ ସୋତନ୍ତ୍ର ଟିମ୍ ନିୟମିତ ଗାଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ

Spread the love

ନିୟମ ମାନୀ ଗାଡି ଚଳାଇବାକୁ ପରାମର୍ଶ
ଓର୍କେଲ ପୋଲିସ ପକ୍ଷରୁ ଗାଡିମୋଟର ଯାଞ୍ଚ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲାର ବାଲିମେଳା ଓ ତା ଆଖ ପାଖ ଅଞ୍ଚଳରେ ବେଆଇନ ଗାଡି ଚାଳନା ଦିନକୁ ଦିନ ବୃଦ୍ଧି ପାଉଛି। ଯାହା ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି।ଏହାକୁ ରୋକିବାକୁ ଶୁକ୍ରବାର ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସ lଆଇ. ସଂଜିତ କୁମାର ଟାକ୍ରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ବାଲିମେଳା ସହର ଠାରୁ ପ୍ରାୟ ୩ କିମି ଦୂରରେ ଥିବା ଚିତ୍ରକୋଣ୍ଡା ଛକ ନିକଟରେ ତଥା ବାଲିମେଳା -ଜୟପୁର ଏବଂ ଚିତ୍ରକୋଣ୍ଡାକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ମୋଟର ଗୁଡିକୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।ବାଇକ ଓ ଗାଡି ଚାଳକ ମାନଙ୍କର ଲାଇସେନ୍ସ,ହେଲମେଟ, ସିଟିବେଲ୍ଟ,ଗାଡିର ବାବଶ୍ୟକୀୟ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ।
ଯେଉଁ ବାଇକ ଆରୋହୀ ମାନେ ହେଲମେଟ ପିନ୍ଧି ନଥିଲେ,ସିଟି ବେଲ୍ଟ ଦେଇ ନଥିଲେ ଓ ଲାଇସେନ୍ସ ସାଙ୍ଗରେ ଧରି ନଥିଲେ ସେମାନଙ୍କୁ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ମୋଟର ଆଇନ ଏବଂ ବିଭିନ୍ନ ନିୟମ ସମ୍ପର୍କରେ ବୁଝାଇଥିଲେ। ସବୁବେଳେ ନିୟମ ମାନି ଗାଡି ମୋଟର ଚଳାଇବାକୁ ପରାମର୍ଶ ଦିଆଯାଇଥିଲା। ପୋଲିସ ପକ୍ଷରୁ ଚାଲିଥିବା ଏହି ଯାଞ୍ଚ ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଆଇଆର ବି ବାଟାଲିୟନର ଯବାନ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *