ପାଲଲହଡା କପ କ୍ରିକେଟ ଟୁର୍ନାମେଣ୍ଟ 2025 ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲ ରେ ରେ ପ୍ରବେଶ କଲା ଝାରସୁଗୁଡା

Spread the love

ପାଲଲହଡା କପ କ୍ରିକେଟ ଟୁର୍ନାମେଣ୍ଟ 2025 ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲ ରେ ରେ ପ୍ରବେଶ କଲା ଝାରସୁଗୁଡା
ପାଲଲହଡା 16/12/2025: ଦର୍ଶନ ସମୀକ୍ଷା
ପାଲଲହଡା କପ କ୍ରିକେଟ ଟୁର୍ନାମେଣ୍ଟ ଆଜି ପୁଲ A ର ଦ୍ୱିତୀୟ ଲିଗ ମ୍ୟାଚ ପ୍ରୋଗ୍ରେସିଭ ଝାରସୁଗୁଡା ବନାମ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହେଇଥିଲା l ସମ୍ବଲପୁର ଟସ ଜିତି ବଲିଂ କରିବା ପାଇଁ ନିଷ୍ପତି ନେଇଥିଲା ଝାରସୁଗୁଡା ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 25 ଓଭର 6 ଉଇକେଟ ହରେଇ 196 ରନ ସଂଗ୍ରହ କରିଥିଲା ତାର ଜବାବ ରେ ସମ୍ବଲପୁର ସମସ୍ତ ଉଇକେଟ ହରେଇ 21 ଓଭର 5 ଟି ବଲ ରେ 116 ରନ ରେ ସୀମିତ ରହିଥିଲା ଝାରସୁଗୁଡା 80 ରନ ରେ ବିଜୟୀ ହେଇ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡା ର ଅର୍ଣ୍ଣବ ଭାମ୍ବରେ 55 ଟି ବଲ ରେ 67 ରନ କରି ଆଜି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଇଛନ୍ତି l ଆଜିର ଖେଳକୁ ପରିଚାଳନା କରିଥିଲେ ଅଭିଷେକ ସାହୁ ଓ ରଂଜିତ କୁମାର ସାମଲ ଧାରା ବିବରଣୀ ରେ ଅଭୟ କୁମାର ନାଏକ, ସଞ୍ଜୟ ସାହୁ ସ୍କୋରର ଦାୟିତ୍ୱ ରେ ଭୂପେନ କୁମାର ନାଏକ ଓ ଶୋଭାଶିଷ ଜିତ ତୁଲେଇଥିବା ବେଳେ ଟୁର୍ନାମେଣ୍ଟ କୁ କ୍ଲବ ସଭାପତି ସନ୍ତୋଷ କୁମାର ଗଡ଼ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନା କରୁଛନ୍ତି ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ୟୁନିକ କ୍ଲବ କେନ୍ଦୁଝର ବନାମ ପ୍ରୋଗ୍ରେସିଭ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ

Leave a Reply

Your email address will not be published. Required fields are marked *