ନିତ୍ୟାନନ୍ଦ ପାଠାଗାରର ଦ୍ଵାଦଶତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, 12/12(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଥିବା ନିତ୍ୟାନନ୍ଦ ପାଠାଗାରର ଦ୍ଵାଦଶତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି ବୈଠକରେ ପାଠାଗାରର ଅନେକ ସଭ୍ୟଙ୍କ ସହ ମୁଖ୍ୟ ଅତିଥି ରୂପେ ଚାରି ନମ୍ବର ୱାର୍ଡର କାଉନସିଲର ଶ୍ରୀ ବାଳକୃଷ୍ଣ ପାତ୍ର ଯୋଗ ଦେଇ ପାଠାଗାରର ଉନ୍ନତି ସକାଶେ ନିଜର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ବିଚିତ୍ରା ନନ୍ଦ ବେବର୍ତ୍ତା ପାଠାଗାରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟ ପକ୍ଷରେ ସଭାପତି ଗୌରହରି ପଟନାୟକ ଓ ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟନାୟକ ପାଠାଗାର ନିମନ୍ତେ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଷାଧ୍ୟକ୍ଷ ରବି ନାରାୟଣ ଚୌଧୁରୀ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମଲ୍ଲିକାର୍ଯୁନ ପଟନାୟକ, ହରିଶ୍ଚନ୍ଦ୍ର ପାତ୍ର, ରବିନ ପଟନାୟକ,ଦୂର୍ଗା ପ୍ରସାଦ ପଟନାୟକ , ବଂଶୀଧର ପଟନାୟକ, ନରସିଂହ ପାଣିଗ୍ରାହୀ ଓ ଦ୍ବାରିକାନାଥ ପଟନାୟକ ନିଜ ନିଜର ଶୁଚିନ୍ତିତ ମତାମତ ପ୍ରଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶେଷରେ ଉପ ସଭାପତି କୈଳାସ ଚନ୍ଦ୍ର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଜପତି ମୋହନାରେ 5 ବର୍ଷ ହେଲା ସହକାରୀ ମତ୍ସ ଅଧିକାରୀ କାର୍ଯ୍ୟାଳୟରେ ତାଲା, ମାସିକ ଦରମା ନେଇ ପରିଦର୍ଶନ ଆଳରେ ଘରେ ରହୁଛନ୍ତି ଅଧିକାରୀ ପାରଳାଖେମୁଣ୍ଡି, 12/12(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ମୋହନା ବ୍ଲକ ମହକୁମାରେ ମତ୍ସ ଅଧିକାରୀଙ୍କ କାର୍ଯାଳୟ ଗତ 5 ବର୍ଷ ତଳେ ନିର୍ମାଣ ଶେଷ ହୋଇଛି. ହେଲେ ଆଜି ପର୍ଯ୍ୟନ୍ତ ଏହି କାର୍ଯାଳୟକୁ ଖୋଲା ଯାଇନାହିଁ. ଗତ 5 ବର୍ଷ ଧରି ଏହି କୋଠାରେ ତାଲା ଝୁଲି ରହିଛି. ବର୍ତ୍ତମାନ ଏହି କୋଠାଟି ଭୂତ କୋଠି ପାଲଟିଛି. ଏଠାରେ କାର୍ଯ୍ୟରତ କୌଣସି କର୍ମଚାରୀ କାର୍ଯାଳୟକୁ ଆସୁନାହାନ୍ତି. ସମସ୍ତେ ବିଭିନ୍ନ ଆଳ ଦେଖାଇ କ୍ଷେତ୍ର ପରିଦର୍ଶନ କରୁଥିବା ଭଳି ଦର୍ଶାଇ ମାସିକ ବେତନ ଉଠାଇ ନେଉଥିବା ସହ ନିଜ ନିଜ ଘରେ ଆରାମ କରୁଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ମୋହନା ବ୍ଲକରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ ଓ ଜଳସେଚନ ଭଳି ବହୁ ମୌଳିକ ସମସ୍ୟାରେ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରି ଅବହେଳିତ ଭାବେ ଜୀବନଯାପନ କରି ଆସୁଛନ୍ତି. ସାଧାରଣଙ୍କ ବହୁ ଦାବି ଓ ନିବେଦନ ସତ୍ୱେ କୌଣସି ସମସ୍ୟାର ସମାଧାନ କରାଯାଉନାହିଁ. ମୋହନା ବ୍ଲକରେ ବିଭିନ୍ନ ବିଭାଗରେ ବ୍ଲକସ୍ତରୀୟ ଅଧୂକାରୀ ନିଯୁକ୍ତି ହୋଇଛନ୍ତି । କିନ୍ତୁ ସେମାନଙ୍କ କାର୍ଯ୍ୟାଳୟ ନ ଥିବାରୁ ଅଧୂକାରୀମାନେ କାର୍ଯ୍ୟରେ ଯୋଗ ନ ଦେଇ ମାସିକ ବେତନ ପାଇ କ୍ଷେତ୍ର ପରିଦର୍ଶନ ଆଳରେ ଘରେ ରହୁଥିବା ଅଭିଯୋଗ ହୋଇଛି । କେଉଁଠି କାର୍ଯ୍ୟାଳୟ କୋଠା ନଥାଇ କାର୍ଯ୍ୟ ଚାଲିଥିବା ବେଳେ ଆଉ କେଉଁଠି କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ଖୋଲା ଯାଉନାହିଁ କି ଅଧୂକାରୀଙ୍କ ଦେଖା ଦର୍ଶନ ମିଳୁନି । ଏଭଳି ଏକ ସମସ୍ୟା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସହକାରୀ ମତ୍ସ୍ୟ ଅଧୂକାରୀଙ୍କ କାର୍ଯ୍ୟାଳୟରେ I ମୋହନା ପ୍ରାଣୀଧନ ଅଧୂକାରୀଙ୍କ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ସହକାରୀ ମତ୍ସ୍ୟ ଅଧୂକାରୀଙ୍କ କାର୍ଯ୍ୟାଳୟ ୫ ବର୍ଷ ହେଲା ତାଲା ଝୁଲୁଛି I ନିଯୁକ୍ତ ଅଧୂକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୁବନେଶ୍ବରର ଏକ ଘରୋଇ ସଂସ୍ଥା ଠିକା ନେଇଥିଲେ I କୋଠା ନିର୍ମାଣ କାମ ସରିଯାଇଛି । ହେଲେ ଦୀର୍ଘ ପାଞ୍ଚ ବର୍ଷ ବିତିବାକୁ ଗଲାଣି ତଥାପି ଏଠାରେ କାର୍ଯ୍ୟାଳୟକୁ ଖୋଲା ଯାଉନାହିଁ. ଯଦ୍ବାରା ନୂତନ କୋଠାରେ ଫାଟ ସୃଷ୍ଟି ହେବା ସହ କାର୍ଯ୍ୟାଳୟ ଖତ ଖାଉଛି.
ଗଜପତି ଜିଲ୍ଲା କ୍ରିକେଟ ଦଳର ଐତିହାସିକ ବିଜୟ
69ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଚ୍ୟାମ୍ପିଅନସିପ୍–2025 ଗଜପତି ଦଳ ଚ୍ୟାମ୍ପିଅନ୍ ହେଲା
ପାରଳାଖେମୁଣ୍ଡି, 12/12(ତାରିଣୀ ପ୍ରସାଦ ପଣ୍ଡା)
ଗଜପତି ଜିଲ୍ଲାର କ୍ରିକେଟ ଦଳ ଐତିହାସିକ ବିଜୟ ହାସଲ କରିଥିବା ସୂଚନା ମିଳିଛି.
69ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଚ୍ୟାମ୍ପିଅନସିପ୍–2025 ର ଫାଇନାଲ୍ରେ ଗଜପତି ଜିଲ୍ଲା କ୍ରିକେଟ ଦଳ ଯାଜପୁରକୁ ପରାଜିତ କରି ଚ୍ୟାମ୍ପିଅନ୍ କପ ହାସଲ କରିଛି। ଗଜପତି ଜିଲ୍ଲା କ୍ରିକେଟ ଦଳର ଏହି ବିଜୟ ଯୋଗୁଁ ସମଗ୍ର ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି.
ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମୟାଧର ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ର ଦଳର ସମସ୍ତ ଖେଳାଳି, ଟିମ୍ ମ୍ୟାନେଜର୍ ଓ କୋଚ୍ଙ୍କୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ତାଙ୍କୁ ଭବିଷ୍ୟତ୍ରେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବା ସହିତ ଗଜପତି ଦଳର ଏହି ସଫଳତା ଗଜପତି ଜିଲ୍ଲା ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି.
ପ୍ରଶାସନର ବିଫଳତା ଯୋଗୁଁ ଗଜପତିରେ ଜମି ବିବାଦକୁ ନେଇ ଉତ୍ତେଜନା
ପାରଳାଖେମୁଣ୍ଡି, 12/12(ତାରିଣୀ ପ୍ରସାଦ ପଣ୍ଡା )
ଗଜପତି ଜିଲ୍ଲା ମୋହନା ବ୍ଲକ ଅନକ ଡୁଙ୍ଗୁରୁ ଗ୍ରାମରେ ପ୍ରଶାସନର ବିଫଳତା ଯୋଗୁଁ ଜମି ବିବାଦକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି. ଏହି ଗ୍ରାମ ନିକଟରେ ଥିବା ସରକାରୀ ଜମିରେ ଗ୍ରାମର ୩୪ ପରିବାର ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଏବେ ସେହି ଜମିକୁ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି କରିବା ଲକ୍ଷ୍ୟରେ ଇଡ଼କୋକୁ ଏକ ରିସର୍ଟ କରିବା ପାଇଁ ଅନୁମତି ଦିଆଯାଇଛି। ଯାହା ଫଳରେ ଗୁରୁବାର ଦିନ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ କରିବା ସହ ଚିହ୍ନଟ ପାଇଁ ପହଞ୍ଚିଥିଲା ତିନି ପ୍ଲାଟୁନ ପୋଲିସ ଫୋର୍ସ। ହେଲେ ସେହି ଜାଗାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜାଗା ଚିହ୍ନଟକୁ ବିରୋଧ କରିବା ସହ ସେଠାରୁ ଚାଲିଯିବାକୁ ଜିଦ ଧରି ଦିନ ତମାମ ରହିଥିଲେ। ଅପରପକ୍ଷରେ ମୋହନା ତହସିଲଦାର ଚକ୍ରଧର ପାଢ଼ୀ ୩୪ ଜଣ ପରିବାରର ସଦସ୍ୟଙ୍କୁ ଯୋଗ୍ୟତା ହିସାବରେ ଚାକିରୀ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଗାଁ ଲୋକେ ଏହାକୁ ଶୁଣିନଥିଲେ। ଶେଷରେ ଗାଁ ଲୋକଙ୍କ ସହ ଗଜପତି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା. ଗାଁ ଲୋକେ ଘର ପିଛା ଦଶ ଏକର ଜମି ଦେଲେ ସେହି ଜାଗାକୁ ଛଡ଼ା ଯିବୁ ବୋଲି କହିଥିଲେ। ପ୍ରଶାସନର ବିଫଳତା ଯୋଗୁଁ ଏଠାରେ କୌଣସି ଜମି ଚି଼ହ୍ନଟ ହେବା ପରିବର୍ତ୍ତେ ଉତ୍ତେଜନା ଯୋଗୁଁ ଗ୍ରାମବାସୀ ଓ ପ୍ରଶାସନର ଆଲୋଚନା ସଫଳ ହୋଇପାରିନାହିଁ.












Leave a Reply