ଏକତା ପଦଯାତ୍ରାରେ ସାମିଲ ହୋଇଥିବା ଇନଫ୍ଲୁଏନ୍ସରଙ୍କୁ ସମ୍ୱର୍ଦ୍ଧନା
ମାଲକାନଗିରି :(ଦର୍ଶନ ସମୀକ୍ଷା) ମନୋଜ ଦେବ୍ ପାଙ୍ଗି
ଏକତା ପଦଯାତ୍ରାରେ ନେଇ
ଆଜି ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଇନଫ୍ଲୁଏନ୍ସର ମାନଙ୍କର ଏକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଯୋଗ ଦେଇ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ଓ ଡିଇଜିଏମ୍ ଶୁଭାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ।ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ରେ ଭାଗ ନେଇଥିବା ଇନଫ୍ଲୁଏନ୍ସର ଶିବପ୍ରସାଦ ସରକାର, ଆର୍ ଜାନକୀ ପଟ୍ଟନାୟକ, ଦେବଦତ୍ତ ବେହେରା ଓ ହୃଷୀକେଶ ଚୌଧୁରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ସୂଚନା ଥାଉ କି ଏହି ପଦଯାତ୍ରାରେ ଇନଫ୍ଲୁଏନ୍ସର ମାନେ ରିଲ୍ସ ପ୍ରସ୍ତୁତ କରି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରିଥିଲେ । ବର୍ତ୍ତମାନ ସମୟରେ ପ୍ରଚାର ପ୍ରସାର ପାଇଁ ଇନଫ୍ଲୁଏନ୍ସରଙ୍କ ଭୂମିକା ବହୁତ୍ ଗୁରୁତ୍ଵପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡ଼ା ବିଭାଗର କର୍ମଚାରୀ ଓ କ୍ରୀଡ଼ାବିତ୍ ଉପସ୍ଥିତ ଥିଲେ।












Leave a Reply