ଜାଭିୟର ହାଇସ୍କୁଲରେ ବିଜ୍ଞାନ ମେଳା ଉଦଘାଟିତ
ଫୁଲନଖରା, ୨୮/୧୧ (ଦର୍ଶନ ସମୀକ୍ଷା
କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗପ୍ରଧାନ ପଞ୍ଚାୟତର ବ୍ରାହ୍ମଣଝରିଲୋ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ ଦୁଇଦିନିଆ ବିଜ୍ଞାନ ମେଳା ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ହିମାଂଶୁ ଭୁଷଣ ତ୍ରିପାଠୀ ଓ ବିଦ୍ୟାଳୟ ପ୍ରତିଷ୍ଠାତା ସେକ୍ କଲିମ ଉଦ୍ଦିନ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ସତ୍ୟନାରାୟଣ ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ ମହମ୍ମଦ ମୁସ୍ତାକ ଅଲ୍ଲୀ, ପରିଚାଳନା କମିଟି ସମ୍ପାଦିକା ଇଂ.ଯଶ୍ମିନ ବେଗମ ଓ ପରିଚାଳନା କମିଟି ସଦସ୍ୟ ଶେଖ ତବିରୁଦ୍ଦିନ ସମ୍ମାନିତ ଅତିଥିରୂପେ ମଞ୍ଚାସୀନ ରହି ପିଲାମାନଙ୍କୁ ଉତ୍ସାହିତ ପୂର୍ବକ ଉଦବୋଧନ ଦେଇଥିଲେ । ଏହି ମେଳାରେ କୁନିକୁନି ବୈଜ୍ଞାନିକ, ପରିବେଶବିତ୍, ଗାଣିତଜ୍ଞ, ସମାଜସେବୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଜ୍ଞାନ, ଗଣିତ, ପରିବେଶ ଓ ସାମାଜିକ ବିଜ୍ଞାନ ଉପରେ ଆଧାରିତ ଶତାଧିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକମାନେ ଉକ୍ତ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । ବିଦ୍ୟାଳୟ ଅଧକ୍ଷ ସୟଦ ସେହରିୟାର ଅଲ୍ଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଶିକ୍ଷୟିତ୍ରୀ ପ୍ରିୟଙ୍କା ନାୟକ, ସବିହା ବେଗମ ଓ ପ୍ରିୟଙ୍କା ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଆସନ୍ତା କାଲି ଏହି ମେଳା ଉଦଯାପିତ ହେବ ।












Leave a Reply