Spread the love

ଶ୍ରୀକୃଷ୍ଣ ମୋହ ମାୟା ଠାରୁ ଦୂରରେ ରହିବାକୁ କହିଛନ୍ତି।ଅର୍ଥାତ ଯାହାକୁ ଆମେ ମୃତ୍ୟୁ କହୁଛୁ ସେ ହିଁ ବାସ୍ତବ ଜୀବନ।ତୋରମୋର,ଛୋଟବଡ଼ ଏସବୁ ବିଚାରକୁ ପରିତ୍ୟାଗ କରିବା ଉଚିତ।

ଶ୍ରୀକୃଷ୍ଣ କହିଛନ୍ତି ଏହି ଶରୀର ନିଜର ନୁହେଁ।ଏହା ପଞ୍ଚ ଭୂତରୁ ତିଆରି ଓ ଏଥିରେ ମିଶିଯିବ।କେବଳ ଆତ୍ମା ହିଁ ସ୍ଥିର ତଥା ଅମର ଅଟେ।

ଷଷ୍ଠରେ ଶ୍ରୀକୃଷ୍ଣ କହିଛନ୍ତି ନିଜକୁ ଭଗବାନକୁ ସମର୍ପଣ କରିଦିଅ।ନିଜର ସବୁ ଦୁଃଖ ଦୂର ହୋଇଯିବ ଓ ଜୀବନ ମଧୁମୟ ହୋଇଯିବ।

ଶ୍ରୀକୃଷ୍ଣ କହିଛନ୍ତି ତୁମେ ନିଜ ଜୀବନରେ ଯାହାବି କରୁଛ ଭଗବାନଙ୍କୁ ଅର୍ପଣ କରିଦିଅ।ଜୀବନରେ ବହୁତ ଆନନ୍ଦ ପ୍ରାପ୍ତି ହେବ।ଓ ଜୀବନ ସରସ ସୁନ୍ଦର ହୋଇଉଠିବ।

ଶ୍ରୀକୃଷ୍ଣ ଭଗବାନ ହେଇ ମଧ୍ଯ ନିଜ ଭାଗ୍ୟକୁ ବଦଳାଇ ପାରିନଥିଲେ।ମୀରା ଚାହୁଁ ଥିଲେ ଶ୍ରୀକୃଷ୍ଣଙ୍କୁ , ଶ୍ରୀକୃଷ୍ଣ ଚାହୁଁଥିଲେ ରାଧାଙ୍କୁ।କିନ୍ତୁ ଶ୍ରୀକୃଷ୍ଣ ହେଇ ଗଲେ ରୁକ୍ମିଣୀର…। ତେଣୁ ଭାଗ୍ୟରେ ଯାହା ଅଛି ତାକୁ କେହି ବଦଳେଇ ପାରିବେ ନାହିଁ।

କିଏ ଛାଡିଗଲା,କିଏ ଆଡେଇ ଦେଲା,ଆଉ ମୋ ପଛରେ କିଏ ବଦନାମ କଲା ତାହା ଦେଖିବାର Time ଆଉ ନାହିଁ।ଆଉ କିଏ ରହିଗଲା,କିଏ ଅସମୟରେ ମୋ ପାଖରେ ଠିଆ ହେଲା ସେଇଟା ମୋ ପାଇଁ Important.

ନିଜର ଗୁପ୍ତ କଥା ନିଜ ଭିତରେ ହିଁ ରଖନ୍ତୁ,ସବୁ କଥା ବ୍ୟଗ୍ରତାରେ ଆସି ସମସ୍ତଙ୍କୁ କହି ଦିଅନ୍ତୁନି,ନହେଲେ ଲୋକେ ସମୟ ଆସିଲେ ସେଇ କଥା କହି ମଜା କରିବାକୁ ପଛେଇବେ ନାହିଁ ।

ଯେତେବେଳେ ଖରାପ ସମୟ ଆମକୁ ନଚାଉଥାଏ,ଆମେ ନିଜର ବୋଲି ଯାହାକୁ କହୁ,ସେହି ଲୋକ ହିଁ ଢୋଲକ ବଜେଇ ମଜା ଲୁଟୁଥାନ୍ତି। ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହେଇଥାଏ, ସେ କେବଳ “ମା” ।

Related Post

Leave a Reply

Your email address will not be published. Required fields are marked *

You Missed