Spread the love

ଝିଅ ଅନ୍ୟ ଜାତିରେ ବାହା ହେବାରୁ ଆତ୍ମହତ୍ୟା କଲେ ବାପା, ମା’ । କଟକ ନରସିଂହପୁରର ଘଟଣା ।

ଝିଅ ଅନ୍ୟ ଜାତିରେ ବାହା ହେଲା ବୋଲି ସହିପାରିଲେନି ବାପା , ମା’ । ଆଉ ଶେଷରେ ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ବାଛିନେଲେ । ନିଜେ ବିଷ ପିଇ ଆତ୍ମହତ୍ୟା କଲେ ବାପା ମା’ । କଟକ ନରସିଂହପୁରରୁ ଏଭଳି ଅତି ଅଭାବନୀୟ ଖବର ସାମ୍ନାକୁ ଆସିଛି ।

ବଡ଼ମ୍ବା ବ୍ଲକ ମାଣିଆବନ୍ଧରେ ନିଜ ଝିଅ ଅନ୍ୟ ଜାତିରେ ବାହା ହେବାକୁ ଘୋର ବିରୋଧ କରୁଥିଲେ ନିତ୍ୟାନନ୍ଦ ମହାପାତ୍ର ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା । ହେଲେ ଝିଅ ଏହା ସତ୍ତେ୍ୱ୍ୱ ଅନ୍ୟ ଜାତିରେ ବାହା ହୋଇଯିବାରୁ ଏହାକୁ ସେମାନେ ସହିପାରି ନଥିଲେ, ଆଉ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁରା ଗାଁରେ ଏହି ଘଟଣାକୁ ନେଇ ଶୋକାକୁଳ ପରିବେଶ ରହିଛି । ମାଣିଆବନ୍ଧ ଥାନା ପୋଲିସ୍ ପହଞ୍ଚିି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Post

Leave a Reply

Your email address will not be published. Required fields are marked *

You Missed