((ଡଃ ଏ ପି ଜେ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ (ଖଲିକୋଟ) ଦ୍ଵାରା କବିତା ପାଠୋତ୍ସବ ))
ଟଗତକାଲି ତା-୧୬/୧୧/୨୦୨୫(ଦର୍ଶନ ସମୀକ୍ଷା)
ସ୍ଥାନୀୟ ବ୍ରହ୍ମପୁର ଚର୍ଚ୍ଚ ପଡ଼ିଆରେ ବ୍ରହ୍ମପୁର ବାଣିଜ୍ୟ ମେଳା ଆନୁକୁଲ୍ୟରେ ଖଲିକୋଟର ଅବଦୁଲ୍ କଲାମ୍ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ଶ୍ରୀ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। କବି କଣ୍ଠଶିଳ୍ପୀ ଶ୍ରୀ ବି ସତ୍ୟମ୍ ଆଚାରୀ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ କବି ସମାଜସେବୀ ଇଁ.ପ୍ରଭାତ କୁମାର ଷଡ଼ଙ୍ଗୀ ଏହି ସଭାରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ ଯୋଗଲେ। ତତ୍ ସଙ୍ଗେ ବିଶିଷ୍ଟ ନାଟ୍ୟକାର ଶିକ୍ଷୟିତ୍ରୀ କବୟିତ୍ରୀ ଶ୍ରୀମତୀ ଦୀପିକା ଦାଶ,ଶିକ୍ଷାବିତ ବରିଷ୍ଠ କବି ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଆଇନଜୀବୀ ସମାଜସେବୀ କବି ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ବିଶିଷ୍ଟ କବି ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡ଼ା ରାଜେନ୍ଦ୍ର କୁମାର ବେହେରା ମଞ୍ଚାସୀନ ଥିଲେ। କବୟିତ୍ରୀ ସୁପ୍ରଭା ରାଉତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଅଧ୍ୟାପିକା ତଥା ବରିଷ୍ଠ କବୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କ ସଂଯୋଜନାରେ ବହୁ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜର ସ୍ବରଚିତ କବିତା ଆବୃତ୍ତି କରିଥିଲା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ତଥା କବୀ ଶ୍ରୀମତୀ ସରୋଜବାଳା ପଟ୍ଟନାୟକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।












Leave a Reply