Spread the love

କନ୍ଧମାଳ : ବରିଷ୍ଟ ନାଗରିକ ଙ୍କ ତୀର୍ଥ ଯାତ୍ରାଗସ୍ତ…

କନ୍ଧମାଳ :ଦର୍ଶନ ସମୀକ୍ଷା କୁନା ଦିଗଲ

ଜିଲ୍ଲା ରେ ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ପ୍ରାୟ ୮୯ ଜଣ ବରିଷ୍ଠ ନାଗରିକ ଏବଂ ତିନିଜଣ ଏସ୍କର୍ଟ ଅଧିକାରୀ ଉଜ୍ଜୈନ ଓ ଓମକାରେଶ୍ଵର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି l ସେମାନେ ଦୁଇଟି ବସ୍ ଯୋଗେ ବ୍ରହ୍ମପୁର ଏବଂ ବ୍ରହ୍ମପୁର ରେଳ ଷ୍ଟେସନଠାରୁ ଟ୍ରେନଯୋଗେ ଉଜ୍ଜୈନ ଓ ଓମକାରେଶ୍ଵର ଯିବାର କାର୍ଯ୍ୟକ୍ରମ ରହିଛି l ଏହି ଅବସରରେ ଆଇଆଇସି, ସର୍ତ୍ତାଗୁଡାଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଦେବଭୂଷଣ, ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ଶ୍ରୀ ହରିଶ ବି. ସି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା ଯୋଗ ଦେଇଥିଲେ l ଅତିଥିମାନେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ l ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ କୁମୁଦିନୀ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର, ଡେପୁଟି କଲେକ୍ଟର ଶ୍ରୀ ଅନୁପମ ଆଚାର୍ୟ, ପର୍ଯ୍ୟଟନ କାର୍ଯ୍ୟାଳୟ, କଲେକ୍ଟରେଟ ଓ ଆଇ. ଆଇ. ସିର କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *