କଟକ :(ଦର୍ଶନ ସମୀକ୍ଷା) ୩୪ ତମ ବିଶ୍ଵ ମଧୁମେହ ଦିବସ ଅବସରରେ ଆଜି କଟକ ସ୍ଥିତ ହୋଟେଲ ଆକବରି କଣ୍ଟିନେଣ୍ଟାଲ୍ ହଲ୍ ଠାରେ ବିଶ୍ଵ ମଧୁମେହ ଦିବସ ଆୟୋଜନ କରାଯାଇଥିଲା।
ଦିବ୍ୟ ଆଦିତ୍ୟ ଡାଇବେଟିସ କ୍ଯାୟାର କଟକ ମୂଖ୍ୟ ପ୍ରଫେସର ଡ଼ଃ ଆଦିତ୍ୟ ବିକ୍ରମ ମିଶ୍ର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ କହିଛନ୍ତି ପ୍ରତ୍ୟେକ ଲୋକଙ୍କୁ ସୁରକ୍ଷା ଦେବା ସହିତ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ହେଲେ ଗୋଟିଏ ଭଗବାନ ସହିତ ଡାକ୍ତରଙ୍କୁ ସମାନ ସହିତ ତୁଳନା କରିଥିଲେ। ଡାକ୍ତର ମିଶ୍ର ତାଙ୍କ ଭାଷଣରେ କହିଥିଲେ ମଧୁମେହ ରୋଗକୁ ପ୍ରତିରୋଧ କରିବା ପାଇଁ ହେଲେ ଧର୍ଯ୍ୟ ରଖିବାକୁ ପଡିବ। ପ୍ରତ୍ୟେକ ଦିନ ବ୍ୟାୟାମ ସହିତ ଠିକ୍ ସମୟରେ ଔଷଧୀୟ ଉପଚାର କଲେ ମଧୁମେହ ରୋଗକୁ ଆମେ ଦୂରେଇ ଦେବା। ଡାକ୍ତର ମିଶ୍ର ପ୍ରମାଣିତ କରି କହିଲେ ପଖାଳର ଗୁଣ ଇନସ୍ୟୁଲିନ୍ ସେନସିଟିଭିଟି ବଢ଼ାଇଥାଏ।ଅନେକ ଖାଦ୍ୟ ଉପରେ ଆଲୋଚନା କରିଥିଲେ। ପ୍ରତ୍ୟେକ ଖାଦ୍ୟ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି ଉପଦେଶ ଦେଇଥିଲେ।ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଧର ନାୟକ,ଏସ ପି ମିଶ୍ର,ରେଶୋରୀ ଦାସ ମିଶ୍ର,ତିପ୍ତୀ ଶିକ୍ଷା ମିଶ୍ର,ହିମାଦ୍ରି ତନୟା ମିଶ୍ର, ସହିତ ଅନେକ ମଧୁମେହ ରୋଗରୁ ମୁକ୍ତି ପାଇଥିବା ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।












Leave a Reply