ପାରଳାଖେମୁଣ୍ଡି ସ୍ପେଶାଲ //ପଣ୍ଡିତ ରଘୁନାଥ ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ,ପୁଣି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗଜପତିର ଛେଳିଗଡ଼ ଜଳ ପ୍ରକଳ୍ପ ବିସ୍ଥାପିତ-ତାରିଣୀ ପ୍ରସାଦ ପଣ୍ଡା

Spread the love

ପଣ୍ଡିତ ରଘୁନାଥ ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ ହେଲେ ପାରଳାଖେମୁଣ୍ଡି, 13/11(ତାରିଣୀ ପ୍ରସାଦ ପଣ୍ଡା): ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡିଶାରେ ବେଶ ପରିଚିତ ଗୁରୁ ତଥା ପଣ୍ଡିତ ରଘୁନାଥ ପାତ୍ର ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ ହେଲେ. ଭୁବନେଶ୍ୱର ଜୟଦେବ ଭବନ ଠାରେ ଆଶାବରୀ ସାଂସ୍କୃତିକ ସମାଜର ବାର୍ଷିକ ଉତ୍ସବ ଅବସରରେ ପଣ୍ଡିତ ରଘୁନାଥ ପାତ୍ରଙ୍କୁ ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ହସ୍ପିଟାଲର ଅଧକ୍ଷ ଡ଼. ଶୀତି କଣ୍ଠ ଦାସ, ସଂମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଇ. ପ୍ରଦେଶ ରଞ୍ଜନ ଦାସ, ଅନ୍ୟତମ ଅତିଥି ଭାବେ ଇ. ପ୍ରବୀର କୁମାର ଦାସ, ଡ଼. ଅରୁଣ କୁମାର ମହାପାତ୍ର, ଅନୁଷ୍ଠାନର ସମ୍ପାଦିକା ସ୍ପନ୍ଦାନିକା ପଟ୍ଟନାୟକ, ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଓ ଗୁରୁ ରଘୁନାଥଙ୍କୁ ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ କରିବା ସହ ପଣ୍ଡିତ ଓ ଗୁରୁ ରଘୁନାଥ ପାତ୍ରଙ୍କ ଓଡିଶୀ ସଙ୍ଗୀତ ପ୍ରତି ଅବଦାନର ଭୂୟଂସୀ ପ୍ରଂଶସା କରିଥିଲେ.

ପୁଣି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗଜପତିର ଛେଳିଗଡ଼ ଜଳ ପ୍ରକଳ୍ପ ବିସ୍ଥାପିତ ପାରଳାଖେମୁଣ୍ଡି, 13/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକରେ ପ୍ରସ୍ତାବିତ ଛେଲିଗଡ଼ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତ ଲୋକେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିସ୍ଥାପିତଙ୍କୁ ପ୍ରକ‌ଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ପୂରଣ କରାଯାଇ ନ ଥିବା ଏହି ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି. ଗଜପତି ଜିଲ୍ଲାର ଆର୍ ଇପଗିରି ବ୍ଳକର ଛେଳିଗଡ଼ ଠାରେ ବିଗତ ୨୦୦୫ରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା. ସେହି ସମୟରେ ବିସ୍ଥାପିତଙ୍କୁ ଥଇଥାନ ପାଇଁ ୫ ଏକର ଜମି ସହ ବାସଗୃହ ନିର୍ମାଣ ପାଇଁ ୧୦ ଡେସିମିଲ ଜାଗା ଯୋଗାଇ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା.ଏହାପରେ ସରକାର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ବିସ୍ଥାପିତଙ୍କ ଜମିକୁ ସରକାର ଅଧୂଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ କୌଣସି କ୍ଷତିପୂରଣ ମିଳିବା ତ ଦୂରର କଥା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଅନେକ ପ୍ରତିଶ୍ରୁତି କାଟି ଦେଇଛନ୍ତି। ବର୍ତ୍ତମାନ ବିସ୍ଥାପିତଙ୍କୁ ଜୀବନଜୀଢିବା ପାଇଁ ୫ ଏକର – ଚାଷଜମି ଦେବା ପ୍ରତିଶ୍ରୁତିରୁ ଓକରି କେବଳ ଦୁଇ ଏକରଜମି ଯୋଗାଇ ଦିଆଯିବ ବୋଲି ୨୦୧୭ ମସିହାଲେ ତତକାଳୀନ ରାଜ୍ୟ ସରକାର ନିଷ୍କରି ନେଇଥିଲେ। କିନ୍ତୁ ତାହା ବର୍ତମାନ ସୁଦ୍ଧା କାହାରିକୁ ମିଳିପାରିନାହିଁ। ଯାହାକୁ ନେଇ ଆଜି ପ୍ରକଳ୍ପ ଅଞ୍ଚଳର ବିସ୍ଥାପିତ ଗ୍ରାମର ଲୋକେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଛନ୍ତି.

ଗଜପତିର ଗୁମ୍ମା ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ପାରଳାଖେମୁଣ୍ଡି, 13/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ଗୁମ୍ମା ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ସୋଭନାପୁରମ୍ ଶ୍ରୀନିବାସ ରାଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ୍ ମାରାଣ୍ଡି, ଜିପିଓ ଏସ ସୂର୍ଯନାରାୟଣ, ସାଂସଦ ପ୍ରତିନିଧି ସୋଭନାପୁରମ୍ ସେଶଗିରି ରାଓ, ବିଧାୟିକ ପ୍ରତିନିଧି ସୋଭନାପୁରମ୍ ପ୍ରସାଦ ରାଓ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ବୈଠକ ରେ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ସଭାପତିତ୍ବ କରିଥିଲେ। ଜିପିଓ ଏସ ସୂର୍ଯନାରାୟଣ ପୂର୍ବ ବୈଠକର ମିନିଟ୍ ପଠନ କରିଥିଲେ। ବୈଠକରେ ପାନୀୟ ଜଳ ଓ ପରିମଳ, ଆବାସ ଗୃହ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ, ଶିକ୍ଷା, ବିଜୁଳି, କୃଷି,ଉଦ୍ୟାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ହୋଇନଥିବା, ଅନେକ ଅଙ୍ଗନବାଡ଼ି କେନ୍ଦ୍ରରେ କେନ୍ଦ୍ର ଥାଇ ପିଲା ବାହାରେ ଅନ୍ୟ ଜାଗାରେ ପାଠ ପଢୁଥିବା, ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ଅନୁପସ୍ଥିତ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ।

ରାଜ୍ୟସ୍ତରୀୟ ସୁରଭି ଉତ୍ସବରେ ଯୋଗ ଦେବା ପାଇଁ ଗଜପତିରୁ 2 ଜଣ ଛାତ୍ରଛାତ୍ରୀ ମନୋନୀତ ପାରଳାଖେମୁଣ୍ଡି, 13/11(ତାରିଣୀ ପ୍ରସାଦ ପଣ୍ଡା ): ରାଜ୍ୟସ୍ତରୀୟ ସୁରଭି ଉତ୍ସବରେ ଯୋଗ ଦେବା ପାଇଁ ଗଜପତିର 2ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ସମସ୍ତ ଛାତ୍ରୀଛାତ୍ରଙ୍କ ଅନ୍ତନିର୍ହିତି ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇ ଜିଲା ଏବଂ ରାଜ୍ୟସ୍ତରରେ ପାଳନ କରାଯାଇଛି. ସେମାନଙ୍କ ମଧ୍ୟରେ ଭାଷଣ, ସଙ୍ଗୀତ, ସାଧାରଣ ଜ୍ଞାନ, ଚିତ୍ର ଏବଂ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଉଛି। ଗଜପତି ଜିଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ୍ ଭାଲିଆସାହିସ୍ଥିତ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ର ମଣ୍ଟୁ ରଇତ, ନବମ ଶ୍ରେଣୀର ଛାତ୍ରୀ ପ୍ରିୟା ଗମାଙ୍ଗ ରାଜ୍ୟସ୍ତରୀୟ ସୁରଭିରେ ଯୋଗ ଦେବେ। ସେମାନେ ଜିଲାର ଆଞ୍ଚଳିକ ସଉରା ଭାଷାରେ ଗଳ୍ପ ଏବଂ ଗୀତ ରଚନା କରି ଜିଲାରେ ଶ୍ରେଷ୍ଠ ବିବେଚିତ ହୋଇ ସାହିତ୍ୟ ସୃଜନୀ ତରଫରୁ ରାଜ୍ୟସ୍ତରୀୟ ସୁରଭିକୁ ମନୋନୀତ ହୋଇଛନ୍ତି I ସାହିତ୍ୟ ସୃଜନୀର ପ୍ରଶିକ୍ଷକ ଟି. ବିଦିକଙ୍କ ପ୍ରେରଣାରେ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଶିଅଳ ସେମାନଙ୍କର ସୋମନଙ୍କ ମାର୍ଗ ଦର୍ଶକ ଥିଲେ । ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ସହଯୋଗ କରିଥିବା ବେଳେ ଅନ୍ୟ ଶିକ୍ଷୟତ୍ରୀ ଓ ଶିକ୍ଷକମାନେ ଉତ୍ସାହତ କରିଥିଲେ।

Leave a Reply

Your email address will not be published. Required fields are marked *