ନୟାଗଡ଼ରେ ଆରମ୍ଭ ହେଲା ବୋଇତ ବନ୍ଦାଣ ଉତ୍ସବ
ନୟାଗଡ଼,୧|୧୧ (ଦର୍ଶନ ସମୀକ୍ଷା): ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାରସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆରେ ଆଜି ସଂଧ୍ୟାରୁ ଆରମ୍ଭ ହୋଇଛି ଅନୁଷ୍ଠାନିକ ଐତିହାସିକ ବୋଇତ ବନ୍ଦାଣ ଉତ୍ସବ। ଆଜି ଠାରୁ ୫ ଦିନ ଧରି ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ। ଉକ୍ତ ଉତ୍ସବକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ କରାଯିବାର ବ୍ୟବସ୍ଥା କରାଯାଇଛି। ମୀନା ବଜାର ଠାରୁ ଆରମ୍ଭ କରି ପଲ୍ଲୀଶ୍ରୀ ମେଳା ଓ ରାମ ଦୋଳିର ଆୟୋଜନ କରାଯାଇଛି। ଆଜି ସକାଳୁ ଜଗନ୍ନାଥ ମନ୍ଦିର ଠାରୁ ଦକ୍ଷିଣକାଳୀ ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯିବା ସହିତ ସଂଧ୍ୟା ୭ ଘଟିକା ସମୟରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଏଥ ସହିତ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ମନୋରଞ୍ଜନ ଧର୍ମୀ ନୃତ୍ୟ ପରିବେଷିତ ହେବା ସହିତ ଭୁବନେଶ୍ବରର ମେଲୋଡି ନାଇଇଟ୍ ତରଫରୁ ଶର୍ମିଷ୍ଠା ସରକାର ସମେତ ସମସ୍ତ କଳାକାର କଳା ପରିବେଷଣ କରିଥିଲେ।












Leave a Reply