ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ମତ୍ସକଚ୍ଛପ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଲା ପାରଳାଖେମୁଣ୍ଡି, 1/11(ତାରିଣୀ ପ୍ରସାଦ ପଣ୍ଡା ): (ଦର୍ଶନ ସମୀକ୍ଷା)ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଠାକୁରଙ୍କୁ ମତ୍ସକଚ୍ଛପ ଅବତାରରେ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି. ବହୁ ପୁରାତନ କାଳରୁ ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ତଥା ପଞ୍ଚୁକରେ ଠାକୁରଙ୍କୁ ଏଭଳି ଭାବେ ସଜ୍ଜା ଯାଇଥାଏ. ଚଳିତ ବର୍ଷ ପଞ୍ଚୁକ ଆଜିଠାରୁ ଆରମ୍ଭ ହୋଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମତ୍ସ ଅବତାରରେ ଓ ଶ୍ରୀ ବଳଭଦ୍ରଙ୍କୁ କଚ୍ଛପ ଅବତାରରେ ସଜ୍ଜିତ କରାଯାଇଛି. ଏହି ପଞ୍ଚୁକ 5 ଦିନରେ ମହାପ୍ରଭୁଙ୍କୁ ଦଶ ଅବତାରରେ ସଜ୍ଜିତ କରାଯିବ. ପଞ୍ଚୁକରେ ମହାପ୍ରଭୁଙ୍କ ଏହି ଦଶ ଅବତାରକୁ ଦର୍ଶନ କଲେ ସର୍ବ ମଙ୍ଗଳ ହେବ ବୋଲି ଗାଥା ରହି ଆସିଛି. ତେଣୁ ଆଜି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ପ୍ରଥମ ମତ୍ସ ଓ କଚ୍ଛପ ଅବତାର ଦର୍ଶନ କରିବା ପାଇଁ ଆଜି ଭୋର ସକାଳୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଛି.
ପାରଳାଖେମୁଣ୍ଡି //ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ମତ୍ସକଚ୍ଛପ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଲା -ପାରଳାଖେମୁଣ୍ଡି,ରୁ ତାରିଣୀ ପ୍ରସାଦ ପଣ୍ଡା












Leave a Reply