ଦୁର୍ନୀତି ଉପରେ ଗୁରୁଜୀଙ୍କ ଶିକ୍ଷାଦାନ
ପ୍ରିୟ ଅଜଣା “ଚୋର”
ଜଣେ ସମ୍ମାନିତ ସ୍କୁଲମାଷ୍ଟର ସଦ୍ୟ ଅବସର ନେଇଥିଲେ।
ସେ ଏବଂ ତାଙ୍କ ସ୍ତ୍ରୀ ଭୁବନେଶ୍ୱର ରେ ଏକ ଫ୍ଲାଟରେ ରହୁଥିଲେ।
ଦଶହରା ସମୟରେ, ସେମାନେ ସେମାନଙ୍କ ନିଜ ଗାଁ ବାସସ୍ଥାନକୁ ଯିବାପାଇଁ ନିଷ୍ପତ୍ତି ନେଇଥିଲେ।
ଯିବା ପୂର୍ବରୁ, ମାଷ୍ଟର ମନେ ମନେ ଭାବିଲେ-
“ଆମେ ଗାଆଁ କୁ ଯାଇଥିବା ସମୟରେ, ଯଦି ଘରେ ଚୋର ପଶିଯାଏ ତେବେ କଣ ହେବ?
ସେ ଆଲମାରୀ ଭାଙ୍ଗି ଭୁଙ୍ଗି ସବୁ ନଷ୍ଟ କରି ଦେଇ ପାରେ,ଯଦିଓ ଘରେ ଟଙ୍କା ସୁନା କିଛି ନାହିଁ, କିଛି ନ ପାଇ ରାଗି କି ଟିଭି ଫ୍ରିଜ ବି ଭାଙ୍ଗି ଦେଇପାରେ।
ତେଣୁ, ତାଙ୍କ ଘରକୁ ଭାଙ୍ଗିବାରୁ ରକ୍ଷା କରିବା ପାଇଁ,
ସେ ଟେବୁଲ ଉପରେ ₹୧୦୦୦/- ରଖିଥିଲେ 💸
ତା ସହ ଏକ ଲିଖିତ ନୋଟ୍ 📝
ପ୍ରିୟ ଅଜଣା ଚୋର,
ମୋ ଘରେ ପଶିବା ପାଇଁ ତୁମେ କରିଥିବା ପ୍ରୟାସ ପାଇଁ ହୃଦୟର ସହିତ ଅଭିନନ୍ଦନ !
କିନ୍ତୁ ଦୁର୍ଭାଗ୍ୟବଶତଃ, ମୁଁ ଜଣେ ମଧ୍ୟବିତ୍ତ ଶ୍ରେଣୀର ଲୋକ,
କେବଳ ମୋର ସୀମିତ ପେନସନରେ ବଞ୍ଚୁଛି।
ତେଣୁ ମୋ ଘରେ (ଏଠାରେ) ମୂଲ୍ୟବାନ ଜିନିଷ କିଛି ନାହିଁ।
ମୁଁ ଖରାପ ଅନୁଭବ କରୁଛି ଯେ ତୁମର କଠିନ ପରିଶ୍ରମ କରି ଚୋରି କରିବା ପାଇଁ ମୋ ଘରକୁ ଆସି ତୁମର ମୂଲ୍ୟବାନ ସମୟ ନଷ୍ଟ ହେବ।
ତେଣୁ ଦୟାକରି, ତୁମର ପ୍ରୟାସ ପ୍ରତି ସମ୍ମାନ ସ୍ୱରୂପ,
ଏହି ଛୋଟ ପରିମାଣ ୧୦୦୦ ଟଙ୍କାକୁ ଗ୍ରହଣ କର।
ଏହା ସହିତ, ତୁମର ବୃତ୍ତିରେ ଅଧିକ ସଫଳ ହେବାରେ ସାହାଯ୍ୟ କରିବା ପାଇଁ (ଚୋରୀ 😜),
ମୁଁ ତୁମକୁ ନିମ୍ନରେ କିଛି ଟିପ୍ସ ଦେଉଛି 👇
ଗୁରୁଙ୍କ “ପରାମର୍ଶ” ନିମ୍ନଲିଖିତ ଭାବରେ ପଢ଼ନ୍ତୁ: 👇
୮ମ ମହଲାରେ – ଜଣେ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ରୁହନ୍ତି 💼💰
୭ମ ମହଲାରେ – ଜଣେ କୁଟିଳ ବିଲଡର ବା ସମ୍ପତ୍ତି ବ୍ୟବସାୟୀ 🏢
ଉପରେ ଷଷ୍ଠ ମହଲା – ଜଣେ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ 🏦
ପଞ୍ଚମ ମହଲାରେ – ଜଣେ ବଡ଼ ଶିଳ୍ପପତି 🏭
ଚତୁର୍ଥ ମହଲାରେ – ଜଣେ ପ୍ରସିଦ୍ଧ ଓକିଲ ⚖️
ତୃତୀୟ ମହଲାରେ – ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା 😏💍💵
ତେଣୁ ସେମାନଙ୍କ ପାଖରେ ପ୍ରଚୁର ସୁନା ଏବଂ ନଗଦର ପାହାଡ଼ ଅଛି।
ତୁମର ‘ ଚୋରୀ ବା ଚୋରୀ କରିବା ବ୍ୟବସାୟିକ ସଫଳତା’ ସେମାନଙ୍କୁ ଟିକିଏ ବି ଅସୁବିଧା କରିବ ନାହିଁ।
କାରଣ ସେମାନେ ପୋଲିସକୁ ଅଭିଯୋଗ ମଧ୍ୟ କରିବେ ନାହିଁ!
ବେଶ କିଛି ଦିନ ଗଲା।
ଦଶହରା ପରେ, ଯେତେବେଳେ ମାଷ୍ଟର ଘରକୁ ଫେରିଲେ,
ସେ ଟେବୁଲ ଉପରେ ଏକ ବଡ଼ ବ୍ୟାଗ ପାଇଲେ।
ତାହା ଭିତରେ ₹୧୦ ଲକ୍ଷ ନଗଦ ଥିଲା!
ଏବଂ ଏକ ଚିଠି—
ସମ୍ମାନିତ ଗୁରୁଜୀ, ପ୍ରଣାମ ନେବେ 🙏
ଆପଣଙ୍କ ମାର୍ଗଦର୍ଶନ ଏବଂ ଶିକ୍ଷାଦାନ ପାଇଁ ହୃଦୟର ସହିତ ଧନ୍ୟବାଦ !
ମୁଁ ଆପଣଙ୍କ ପରାମର୍ଶ ପାଳନ କଲି ଏବଂ ମୋର ମିଶନ ସଫଳ ହେଲା !
ମୁଁ କୃତଜ୍ଞତାର ନିଦର୍ଶନ ଭାବରେ ଏହି ଛୋଟ ପରିମାଣ ଆପଣଙ୍କ ପାଇଁ ଛାଡି ଯାଉଛି।
ଭବିଷ୍ୟତରେ ମଧ୍ୟ ମୁଁ ଆପଣଙ୍କ ଆଶୀର୍ବାଦ ଏବଂ ଜ୍ଞାନ ପାଇବା ଜାରି ରଖିବି…
ଆପଣଙ୍କର ଶିଷ୍ୟ – ଚୋର 😄😄
,
ଗୁରୁ ଏହାକୁ ପଢ଼ି ହସି କହିଲେ —
ହେ ପ୍ରଭୁ! ମୁଁ ଭାବିଥିଲି ମୁଁ ଅବସର ନେଇସାରିଛି, ତେଣୁ ମୋର ଶିକ୍ଷାଦାନ ଶେଷ ହେଇଗଲା।
କିନ୍ତୁ ଏବେ ମନେ ହେଉଛି ମୋର ଶିକ୍ଷାଦାନ କ୍ୟାରିୟର ଏବେ ବି ଜାରି ଅଛି !
✍️ ରବୀନ୍ଦ୍ର କୁମାର ବିଶ୍ବାଳ ✍️
ଗୋଟେ ହିନ୍ଦୀ କାହାଣୀର ଅନୁବାଦ।
















Leave a Reply