ନୟାଗଡ //ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

Spread the love

ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା



ନୟାଗଡ଼,୧୯/୧୦: -=(ଦର୍ଶନ ସମୀକ୍ଷା) ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନ ସଭାପତି ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ମିଶନ ଭୁବନେଶ୍ୱରର ସ୍ୱାମୀ ସଦାନନ୍ଦ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା କୌସ୍ତୁଭ ନାରାୟଣ ଦାଶ, ପ୍ରିତମ ପ୍ରିୟଦର୍ଶି ତ୍ରିପାଠୀ,ଶ୍ରୀମୟୀ ପ୍ରିୟଦର୍ଶିନୀ,ସାଇ ପ୍ରସାଦ ଦାଶ,ବିଶ୍ୱ ପ୍ରକାଶ ସାହୁ,ଦିବ୍ୟରଞ୍ଜନ ଦାଶ,ନୀଳମାଧଵ ପାଢ଼ୀ,ସତ୍ୟଜିତ ସାମନ୍ତରାୟ,ନାରାୟଣ ଦାଶ,ସ୍ୱାଗତ କୁମାର ମହାପାତ୍ର ପ୍ରମୁଖଙ୍କୁ ମାନପତ୍ର ଏବଂ ଟ୍ରଫି ଗ୍ରହଣ କରିଥିଲେ।ପ୍ରାରମ୍ଭରେ ସମ୍ପାଦକ ଘନଶ୍ୟାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୀତା ଆବୃତ୍ତି ପ୍ରତିଯୋଗିତାର ବିଚାରକ ଭାବେ ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ରଥ,ଅଧ୍ୟାପକ ଡ.ସନ୍ତୋଷ କୁମାର ସାହୁ ଏବଂ ଅଧ୍ୟାପିକା ନୀଳିମା ନନ୍ଦ ଯୋଗଦାନ କରିଥିଲେ। ଚିନ୍ମୟ ମିଶନ ସଦସ୍ୟ ଶ୍ରାବଣୀ ମିଶ୍ର,ଅରୁଣ ମହାନ୍ତି, ହରେକୃଷ୍ଣ ସାହୁ,ପ୍ରଦୀପ କୁମାର ସାହୁ, ରବୀନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ ସାହୁ,ସତ୍ୟନାରାୟଣ ସାହୁ, ପ୍ରଫୁଲ୍ଲ ନାୟକ,ଉଦୟନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *