ଭରଣପୋଷଣ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସ୍ତ୍ରୀ ଚାକିରି କରିଥିଲେ ବି ଚଳିବାକୁ ଟଙ୍କା ଦେବେ ସ୍ଵାମୀ
ସ୍ତ୍ରୀକୁ ଛାଡ଼ପତ୍ର ଦେଉଛନ୍ତି, ହେଲେ ଆପଣଙ୍କର ରୋଜଗାର ନାହିଁ । ଆଉ ଚଳିବନି ଏଭଳି ବାହାନା । ଆପଣଙ୍କ ରୋଜଗାର ନ ଥିଲେ ବି ଚଳିବାକୁ ସ୍ତ୍ରୀକୁ ଦେବେ ଟଙ୍କା । ବେରୋଜଗାରିଆ ସ୍ଵାମୀ, ଚାକିରିଆ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।
ନିର୍ଦ୍ଦେଶନାମାରେ କୋଲକାତା ହାଇକୋର୍ଟ କହିଛନ୍ତି, ‘କେବଳ ସ୍ତ୍ରୀ ଚାକିରି କରିଥିବାରୁ ସ୍ଵାମୀ ଭରଣପୋଷଣ ଦେବ ନାହିଁ ବୋଲି କହି ପାରିବ ନାହିଁ ।
ସ୍ଵାମୀ ହିସାବରେ ସାମାଜିକ, ଆଇନଗତ ଏବଂ ନୈତିକ ଦାୟିତ୍ଵ ଭାବେ ଭରଣପୋଷଣ ଦେବାକୁ ପଡ଼ିବ ।’
Leave a Reply