ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ନିମନ୍ତେ ସାଂସଦ ଓ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ କଲେ ଲେବୁଲ ୫ ଶିକ୍ଷକ ସଙ୍ଘ
ମାଲକାନଗିରି:(ଦର୍ଶନ ସମୀକ୍ଷା) ଜିଲ୍ଲା କୋରୁକୋଣ୍ଡା ବ୍ଲକ ଲେବୁଲ ୫(ଏ )ଶିକ୍ଷକ ସଂଘ ପକ୍ଷରୁ ସଂଘର କର୍ମକର୍ତ୍ତାମାନେ ମଙ୍ଗଳବାର
ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ସାକ୍ଷାତ କରି ଉଭୟଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ତେବେ ପ୍ରଦାନ କରାଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ,ଦୀର୍ଘ ବର୍ଷ
ହେବ ପ୍ରାଥମିକ ଶିକ୍ଷକ ମୂଳ ଗ୍ରେଡ଼ ପେ’ ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ଦାବୀକୁ ଆଧାର କରି ପ୍ରାଥମିକ ଶିକ୍ଷକ ମାନେ ଅନେକ ଥର ଆନ୍ଦୋଳନ କରିବା ସହ ଦାବୀ କରିଛନ୍ତି। ବିଭିନ୍ନ ସମୟରେ ଉଚ୍ଚ ସ୍ତରୀୟ ବୈଠକ ବସିଛି ଓ ପ୍ରତିଶୃତି ମିଳିବା ସତ୍ୱେ ଆମର ମୌଳିକ ଦାବୀ ପୁରଣ ହେଉନାହିଁ। ଯାହା ଫଳରେ ଏହି ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗଭୀର ଅସନ୍ତୋଷରେ ଦିନ କାଟୁଛନ୍ତି
ଗତବର୍ଷ ପୂର୍ବତନ ସରକାର ସବୁ ବର୍ଗ ର ପ୍ରାଥମିକ ଶିକ୍ଷକ ମାନଙ୍କର ଗ୍ରେଡ଼ ପେ’ ବଢ଼ାଇଥିଲେ। ଅଥଚ ପ୍ରାଥମିକ ଶିକ୍ଷକ ଶିକ୍ଷାର ମୂଳଦୁଆ ଭାବେ ସର୍ବନିମ୍ନ ସ୍ତରରେ ଥିବା ଏହି ଲେବୁଲ ୫(ଏ ) ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ କେନ୍ଦ୍ରୀୟ ହାରରେ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଗକୁ ଅଷ୍ଟମ ବେତନ କମିଶନ ଅଛି ଯାହା ଫଳରେ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ଅନେକ ଆକାଶ ପତାଳ
ତାରତମ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ଗ୍ରେଡ଼ ପେ’ ୨୨୦୦ରୁ
ପରିବର୍ତ୍ତନ କରି କେନ୍ଦ୍ରୀୟ ହାରରେ
ମୂଳ ଦରମା ପ୍ରଦାନ କରିବାକୁ ସଙ୍ଗ ପକ୍ଷରୁ ଦାବୀ କରାଯାଇଛି। ସାଂସଦ ଓ ବିଧାୟକଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା,ଆଲୋକ କୁମାର ସାମଲ, ରଞ୍ଜିତ ସେଠି, ସରୋଜ କୁମାର ପ୍ରଧାନ, ରାଜ୍ୟ କୋର କମିଟି ସଦସ୍ୟ ଯତୀନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ।
Leave a Reply