ଶହୀଦ ଦିବସ ପାଳିତ।
ନିମାପଡ଼ା ତା ୧୬-୯(ଦର୍ଶନ ସମୀକ୍ଷା)ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଶହୀଦ ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ ସ୍ମୃତି ସଂସଦର ସଭାପତି ସମିର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ସହିଦ ଦିବସ ପାଳିତ ହୋଇଯାଇଛି।୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ବିର ସଂଗ୍ରାମୀମାନଙ୍କ ଅବଦାନ ତଥା ସେପ୍ଟେମ୍ବର ୧୬ରେ ସହୀଦ ହୋଇଥିବା ନିମାପଡ଼ା ମାଟିର ବରପୁତ୍ର ଉଛବ ମଲ୍ଲିକଙ୍କ ବଳିଦାନ ନିମାପଡ଼ା ଇତିହାସରେ ଏକ ସ୍ବର୍ଣ୍ଣାଭ ଅଧ୍ୟାୟ ହୋଇଥିବାରୂ ଏହି ଦିବସକୁ ଶହୀଦ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଛି। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ପ୍ରାକ୍ତନ ବିଧାୟକ ତଥା ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇତିହାସ ପୃଷ୍ଠାରେ ସ୍ଥାନ ପାଇଥିବା ସେହି ମହାନାୟକମାନଙ୍କ ଆଦର୍ଶରେ ଆଜିର ଯୁବ ଓ ଛାତ୍ର ସମାଜ ଅନୁପ୍ରାଣିତ ହେଲେ ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ପ୍ରତିଷ୍ଠା ହେବ ବୋଲି କହିଥିଲେ।ଚୁପ ହୋଇ ରହିବା ଭଲ ଲକ୍ଷଣ ନୁହେଁ ବରଂ ସ୍ବର ଉତ୍ତୋଳନ କରିବା ହେଉଛି ଏ ଜାତିର ଲକ୍ଷଣ।ଏ ଶିକ୍ଷା ଆମକୁ ସେହି ସଂଗ୍ରାମୀମାନେ ହିଁ ଦେଇଯାଇଛନ୍ତି। କିନ୍ତୁ ଯେତେ ଅନ୍ୟାୟ ହେଲେବି ଆମେ ପ୍ରତିବାଦ ନକରି ନିରବ ରହୁଥିବାରୁ ସଂଗ୍ରାମୀମାନଙ୍କ ପ୍ରତି ଅସମ୍ମାନ ହେଉଛି। ପୂର୍ବ ସରକାର ଅହଙ୍କାର ଯୋଗୁଁ ଚାଲିଗଲା।
ମାତ୍ର ଏ ସରକାର ନିଜର ଅଳସୁଆମି ପାଇଁ ଚାଲି ନଯାଉ ବୋଲି ସେ କହିଥିଲେ। କାଉନସିଲରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ ବେଣୁଧର ସେନାପତିଙ୍କ ଦ୍ବାରା ଲିଖିତ ଅମର ଶହୀଦ ଉଛବ ମଲ୍ଲିକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ଏନ ଏ ସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ସ୍ମୃତି ସଂସଦର ସମ୍ପାଦକ ଡଃ ବେଣୁଧର ସେନାପତି ଓ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ସଂଗ୍ରାମୀ ଗ୍ରାମ ଡିହବାରି କେଉଟତୋଟାରୁ ମସାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା ସମ୍ମୁଖସ୍ଥ ଶହୀଦ ସ୍ତମ୍ବରେ ପହଞ୍ଚିବା ପରେ ସଶସ୍ତ୍ର ପୋଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଶେଷରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କ �
Leave a Reply