ମାଲକାନଗିରି //ବାଲିମେଳା ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୦ଘଣ୍ଟିକା ସମୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଶିଳା ହିଆଁଲ ଙ୍କ ନେତୃତ୍ୱରେ ବାର୍ଷିକ ଜିଲ୍ଲା ସ୍ଥରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୨ତ୍ତମ ଜିଲ୍ଲା ସ୍ଥରୀୟ କ୍ରୀଡ଼ାଉତ୍ସବ ଉଦଘାଟିତ

ମାଲକାନଗିରି :ଦର୍ଶନ ସମୀକ୍ଷା

ଜିଲ୍ଲା ବାଲିମେଳା ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୦ଘଣ୍ଟିକା ସମୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଶିଳା ହିଆଁଲ ଙ୍କ ନେତୃତ୍ୱରେ ବାର୍ଷିକ ଜିଲ୍ଲା ସ୍ଥରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ,ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ,ଅତିରିକ୍ତ ଜିଲ୍ଲାପାଳ ମୁନା ତୁରୁକ, ଏନ୍ ଏ ସି ଉପାଧ୍ୟକ୍ଷା ରଶ୍ମିତା ବାଙ୍କା,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ଦୋରା, କାଉନ୍ସିଲର ମନୋଜ ଦେଵ ପାଙ୍ଗି, ଦେବେନ୍ଦ୍ର ଦାସ, ତୁଳାମଣି ଛତି ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାଗିରଥି ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ, ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର,ବାଲିମେଳା ପ୍ରେସ କ୍ଲବ ସଭାପତି ରବୀରଶ୍ମି ଗୁରୁ, ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ, ବିଦ୍ୟାଳୟ ଆଲୁମିନା ଦିଲ୍ଲୀପ ବେପାରୀ, ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଶେଷଦେଵ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ଏହା ପରେ ମଞ୍ଚାସିନ ଅତିଥି ମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦ୍ବୀପ ପ୍ରଜ୍ବଳନ କରିବା ସହିତ କ୍ରୀଡ଼ା ପତ୍ତକା ଉତ୍ତୋଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଠିକ ଭାବରେ ପାଠ ପଢ଼ିବା ସହିତ ଖେଳ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନେ କ୍ରୀଡ଼ା ପ୍ରତି ଅପ୍ରାହିତ ରହିବା ସହିତ ନିଷ୍ଠାପର ସହିତ ଅଭ୍ୟାସରତ ରହିଲେ ନିଶ୍ଚିତ ଭାବେ ବିଭିନ୍ନ କ୍ରୀଡ଼ାରେ ଏହି ପିଲାମାନେ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ପ୍ରତିଭା ହାସଲ କରିବା ସହିତ ନିଜର,ନିଜ ବିଦ୍ୟାଳୟ ର ନିଜ ଜିଲ୍ଲାର ନାମ ଅର୍ଜନ କରିପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ନିଜ ବକ୍ତବ୍ୟ ରେ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ।କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ କ୍ରୀଡ଼ା ଛାତ୍ରାବସ ନିର୍ମାଣ କରିବାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ନିଜ ବକ୍ତ୍ୟବ ରେ ପ୍ରସ୍ତାବ ଆଗତ କରିଥିଲେ।ଉକ୍ତ ପ୍ରସ୍ତାଵ କୁ ସମ୍ମାନ ଜଣାଇ ଏବଂ ଏହାକୁ ଗୁରୁତର ସହ ନେଇ ସାଂସଦ ଶ୍ରୀ ମାଝୀ ଏବଂ ବିଧାୟକ ଶ୍ରୀ ମଙ୍ଗୁ ନିଜ ଅଭିଭାଷଣ ରେ କହିଥିଲେ ଯେ ଏହି ସମ୍ପର୍କରେ ବିଭଗିୟ ରାଜ୍ୟ କତ୍ତୃପକ୍ଷ ବିଭଗିୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରିବା ସହ ଏହା କିପରି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ୨ଜଣ ପ୍ରତିଶୃତି ଦେଇଥିଲେ।ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଜିଲ୍ଲା ସ୍ଥରୀୟ କ୍ରୀଡ଼ା ଉତ୍ସବରେ ବାଲିମେଳା ସହର ସମେତ ଜିଲ୍ଲାର ୭ବ୍ଲକରୁ ୧୭ ବର୍ଷରୁ କମ ଏବଂ ୧୪ ବର୍ଷରୁ କମ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ୮ପ୍ରକାର କ୍ରୀଡ଼ା ରେ ଅଂଶଗ୍ରହଣ କରିବା ସହ ପ୍ରତିଯୋଗିତା ଚାଲି ରହିଛି।ଏହି କ୍ରୀଡ଼ା ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା କୁ ସୁଚାରୁ ରୁପେ ପରିଚାଳନା କରୁଛନ୍ତି।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ, ସତ୍ୟ ନାରାୟଣ ଦେ, ପ୍ରଶାନ୍ତ କୁମାର ବେହେରା ,କଳ୍ପତରୁ ନାୟକ,ପ୍ରଭାତ କୁମାର ବେହେରା,ପ୍ରଦ୍ୟୁମ୍ନ ସ୍ୱାଇଁ,ମୁଡ଼ା ମାଡ଼କାମୀ,ବୈକୁଣ୍ଠ ମହାନ୍ତି, ମାନସ ରଞ୍ଜନ ଜେନା, ଶିଶିର ରଞ୍ଜନ ବିଶ୍ୱାଳ ଙ୍କ ସମେତ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲା ସ୍ଥରୀୟ କ୍ରୀଡ଼ା ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ।ସୁରକ୍ଷା ଦୃଷ୍ଟିରୁ ଥାନାଧିକାରୀ ଧୀରେନ ପଟନୟକ ଙ୍କ ନିର୍ଦ୍ଧେଶ କ୍ରମେ କିଛି ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *