ମୋ ସରକାର ଗାନ୍ଧୀ ଜୟନ୍ତୀରେ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ। ସାଧାରଣ ଲୋକଙ୍କ ଫିଡ଼ବ୍ୟାକ ନେଇ ଯୋଜନା କରିବା ସହ ସ୍ୱଛତା ଆଣିବାକୁ ସେ କରିଥିଲେ। ଏହାକୁ ନୀତି ଆୟୋଗ ପ୍ରଶଂସା କରିଥିଲେ।ବିଜେପି ସରକାର ଉପଲବ୍ଧି ହେଉଛି ଗେରୁଆ ରଙ୍ଗ ବୋଳିବା ଓ ନାଁ ବଦଳାଇବା, ଯାହାକୁ ନେଇ ମଙ୍ଗଳବାର ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି-ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

Spread the love

ବିଜେପି ସରକାର ଉପଲବ୍ଧି ହେଉଛି ଗେରୁଆ ରଙ୍ଗ ବୋଳିବା ଓ ନାଁ ବଦଳାଇବା : ଅତନୁ ସବ୍ୟସାଚୀ ନାୟକ

ଭୁବନେଶ୍ବର :(ଦର୍ଶନ ସମୀକ୍ଷା) ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଖାଲି ଗେରୁଆ ରଙ୍ଗ ବୋଳୁଛି, ଆଉ ନାଁ ବଦଳାଉଛି। ଯାହାକୁ ନେଇ ମଙ୍ଗଳବାର ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ବିଜେଡି ନେତା ଅତନୁ ସବ୍ୟସାଚୀ କହିଛନ୍ତି ବିଜେପି ସରକାର ଉପଲବ୍ଧି ହେଉଛି ଗେରୁଆ ରଙ୍ଗ ବୋଳିବା ଓ ନାଁ ବଦଳାଇବା। ଆଜି ମୁଖ୍ୟମନ୍ତ୍ରୀ ଆମ ଶାସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ନବୀନ ସରକାରଙ୍କ ୨୪ ଯୋଜନାର ନାଁ ପରିବର୍ତନ କରିଥିଲେ ବିଜେପି ସରକାର, ଆଜି ଏହା ୨୫ ରେ ପହଞ୍ଚିଛି।

ମୋ ସରକାର ଗାନ୍ଧୀ ଜୟନ୍ତୀରେ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ। ସାଧାରଣ ଲୋକଙ୍କ ଫିଡ଼ବ୍ୟାକ ନେଇ ଯୋଜନା କରିବା ସହ ସ୍ୱଛତା ଆଣିବାକୁ ସେ କରିଥିଲେ। ଏହାକୁ ନୀତି ଆୟୋଗ ପ୍ରଶଂସା କରିଥିଲେ। ସେ ସମୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ ଯେ 5T ଯୋଜନା ଓଡ଼ିଶା ପରି ଅନ୍ୟ ରାଜ୍ୟ କରିବା କଥା। ପ୍ରଧାନମନ୍ତ୍ରୀଙ୍କ ଅଫିସ ବି ଏହାକୁ ପ୍ରଶଂସା କରିଥିଲେ। ହେଲେ ଏବେ ନାଁ ପରିବର୍ତନ କଣ ଦରକାର ହେଲା? ଲୋକଙ୍କ କି ଫିଡ଼ବ୍ୟାକ ନିଆଯାଉଛି? ଆଇନ ଶୃଙ୍ଖଳା ତ ବିଗିଡି ଗଲାଣି। ବାଲେଶ୍ୱରରେ ଛାତ୍ରୀ ଆତ୍ମାହୁତି କଲେ, ଖଣି ବାଲି ଚୋରି ହେଉଛି। ଖାଲି କିଛି ପରିବର୍ତ୍ତନ କରିବାକୁ ବ୍ୟବସ୍ଥା ହେଉଛି ଯାହାର କିଛି ପ୍ରତିଫଳନ ନାହିଁ।

ମୋ ସରକାରର ପଜିଟିଭ ଦିଗକୁ ହଜାଇ ଦିଆଯାଉଛି। BSKY ରେ ଯେଉଁ ଫିଡ଼ବ୍ୟାକ ବ୍ୟବସ୍ଥା ଥିଲା, ତାହା ଆଉ ନାହିଁ। ଯାହା ମୋ ସରକାରରେ ସ୍କିମ ଥିଲା, ତାହା ବନ୍ଦ ହୋଇଯାଇଛି। ମୋ ଶାସନରେ ଯାହା ଅଛି, ତାହାର କିଛି ମୂଲ୍ୟ ନାହିଁ। କେବଳ ଯୋଜନା କପି ପେଷ୍ଟ କରୁଛନ୍ତି, କପି ପେଷ୍ଟ ସରକାର। ଥରେ କପି କରି ପାସ ହେବ, ହେଲେ ବାରମ୍ବାର କଲେ ଫେଲ ହୋଇଯିବ। ଲୋକଙ୍କ କିଛି ଲାଭ ହେବନି।

Leave a Reply

Your email address will not be published. Required fields are marked *