ଭୁବନେଶ୍ୱର : କଂଗ୍ରେସ ଭବନ ପରିସରରେ ରାଜ୍ୟ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ,ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମହେଶ ଦେଶମୁଖ,ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର,କାର୍ଯ୍ୟକାରୀ ସଭାପତି ଶ୍ରୀ କୃଷ୍ଣ ମହାନ୍ତି ଉପସ୍ଥିତ ଥିଲେ

Spread the love

ଭୁବନେଶ୍ୱର : କଂଗ୍ରେସ ଭବନ ପରିସରରେ ରାଜ୍ୟ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଦର୍ଶନ ସମୀକ୍ଷା

କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ର ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି l ଉକ୍ତ ବୈଠକରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମହେଶ ଦେଶମୁଖ,ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର,କାର୍ଯ୍ୟକାରୀ ସଭାପତି ଶ୍ରୀ କୃଷ୍ଣ ମହାନ୍ତି ଏବଂ ଶ୍ରୀ ଗଣେଶ ସାହୁ, କନ୍ଧମାଳ ଜିଲ୍ଲା ର ଯୁବ କଂଗ୍ରେସ ନେତା ଚନ୍ଦନ କୁମାର ପଣ୍ଡା ଏହି ବୈଠକ ରେ ଯୋଗଦେଇଥିଲେ l

ସେହିପରି ରାଜ୍ୟ ଯୁବ କଂଗ୍ରେସର ଶତାଧିକ କର୍ମୀ ଓ ନେତା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ଥିଲେ l ବୈଠକରେ ଯୁବ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା, ଯୁବ କଂଗ୍ରେସର ଭୂମିକା ନିର୍ଦ୍ଧାରଣ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ବୃଦ୍ଧି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l

Leave a Reply

Your email address will not be published. Required fields are marked *