ଭୁବନେଶ୍ୱର //ସତ୍ୟନଗର ସିନିୟର ସିଟିଜେନ ଫୋରମ,ବିଶ୍ବ ବରିଷ୍ଠ ନାଗରିକ ଦିବସ ଉତ୍ସବପାଳନ,ଓଡ଼ିଶାର ବରିଷ୍ଠ ନାଗରିକ ଫେଡେରେସନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ ଉତ୍ସବ ରେ ମୂଖ୍ଯ ଅତିଥୀ ହିସାବ ରେ ଯୋଗ ଦେଇଥିଲେ

Spread the love

ସତ୍ୟନଗର ସିନିୟର ସିଟିଜେନ ଫୋରମ,
ବିଶ୍ବ ବରିଷ୍ଠ ନାଗରିକ ଦିବସ ଉତ୍ସବ

ଭୁବନେଶ୍ୱର:ଦର୍ଶନ ସମୀକ୍ଷା…. ଅଗଷ୍ଟ ୨୧ ତାରିଖ ରେ ଓଡ଼ିଶାର ବରିଷ୍ଠ ନାଗରିକ ଫେଡେରେସନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ ଉତ୍ସବ ରେ ମୂଖ୍ଯ ଅତିଥୀ ହିସାବ ରେ ଯୋଗ ଦେଇଥିଲେ । ସିନିୟର ସିଟିଜେନ ଫୋରମ ର ସଭାପତି କିଶୋର ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ଷଢଙ୍ଗୀ ଫୋରମ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ଫୋରମ ର ବରିଷ୍ଠତମ ମେମ୍ବର ଶରତ ଚନ୍ଦ୍ର ପଟ୍ଟନାୟକ ଓ ବୈଦ୍ୟନାଥ ବେହେରାଙ୍କୁ ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧନା କରାଯାଇଥିଲା । ଦୁଇ ଜଣ ଯାକ ବରିଷ୍ଠତମ ମେମ୍ବର ଚାକିରି ଜୀବନ କାଳରେ ସତ୍ୟନଗର ର ଉନ୍ନୟନ କାର୍ଯ୍ୟକ୍ରମ ରେ ତାଙ୍କର ଯୋଗଦାନ ବିଷୟରେ ଅନୁଭୂତି ବଖାଣିଥିଲେ । ସମସ୍ତ ବକ୍ତା ଫୋରମ ର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ । ଗୋପାଳ ଚନ୍ଦ୍ର ବିଶୋଇ ଫୋରମ ର ଏହି ବରିଷ୍ଠ ନାଗରିକ ଦିବସ ପାଳନ ଉତ୍ସବ ପରିଚାଳନା କରିଥିଲେ । ସତ୍ୟନଗର ସିନିୟର ସିଟିଜେନ ଫୋରମ ର ରେଜିଷ୍ଟ୍ରେସନ ସ୍ଥିତି ବିଷୟରେ ସେ ସମସ୍ତ ଙ୍କୁ ଜଣାଇଥିଲେ । ଏହାସହିତ ସତ୍ୟନଗର ପାର୍କ ଭିତର ସିନିୟର ସିଟିଜେନ ଫୋରମ ର କମ୍ୟୁନିଟି ହଲ୍ ଭୁବନେଶ୍ବର ମୁନିସିପାଲ କର୍ପୋରେସନ ଠାରୁ କିପରି ଅଣାଯାଇ ନିୟମିତ ଫୋରମ ର କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିପାରିବ ସେ ବିଷୟରେ ବୁଝାଇ କହିଥିଲେ । ସତ୍ୟନଗର ସାଂସ୍କୃତିକ ସୋସାଇଟିର ବିରୋଧ କୁ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନେ ଅପସନ୍ଦ କରିବା ସହିତ ଘୋର ନିନ୍ଦା କରିଥିଲେ ।
ବରିଷ୍ଠ ନାଗରିକ ଦିବସ ଉତ୍ସବ ଦିନ ଫୋରମ ର ମେମ୍ବର ଦେବାନନ୍ଦ ବେହେରାଙ୍କ ଜନ୍ମ ଦିନ ପଡିଥିବାରୁ ସମସ୍ତେ ଆନନ୍ଦ ର ସହିତ ତାଙ୍କର ଜନ୍ମ ଦିନ ପାଳନ କରିଥିଲେ । ଉତ୍ସବ ରେ ବେଦମନ୍ତ୍ର ଉଚ୍ଚାରଣ କରି ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିଲେ । ସତ୍ୟନଗର ସାଂସ୍କୃତିକ ସୋସାଇଟି ଓ ଲେଡିଜ ଫୋରମ ର ଅନେକ ସଭ୍ୟ ଏହି ଉତ୍ସବ ପାଳନ ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *